ଚାନ୍ଦବାଲି: ବଜ୍ରାଘାତରେ ଜଳିଗଲା ଘର, ପୋଡିଗଲା ୧୫ବସ୍ତା ଧାନ

ଚାନ୍ଦବାଲି: ବଜ୍ରାଘାତରେ ଜଳିଗଲା ଘର । ଘରେ ଥିବା ୧୫ବସ୍ତା ଧାନ ସହ ଘର କରଣା ସାମଗ୍ରୀ ମଧ୍ୟ ଜଳିଯାଇଛି । ଅଭିଯୋଗ ଅନୁସାରେ ଭଦ୍ରକ ଜିଲ୍ଲା ଚାନ୍ଦବାଲି ତହସିଲଦାର ଅଧିନସ୍ଥ ଆରଡି ପଞ୍ଚାୟତ ମୁଆଁ ଦାସସାହିର ନାରାୟଣ ଦାସଙ୍କ ନିର୍ମାଣଧୀନ ଘର ଘଡଘଡିରେ ଗତକାଲି ବିଳମ୍ବିତ ରାତିରେ ପୋଡିଯାଇଛି । ତେବେ ଘର ଭିତରେ ନାରାୟଣ ଦାସ ଓ ତାଙ୍କ ପୁଅ ଶୋଇଥିଲେ। ହଠାତ୍ ନିଆଁ ଲାଗିବା ଜାଣି ସେ ଘର ବାହାରକୁ ପଳାଇ ଆସିଥିଲେ । ନିଆଁକୁ ଆୟତ୍ତ କରିବା ବେଳକୁ ଘର ସମ୍ପୂର୍ଣ୍ଣ ପୋଡିଯାଇଥିବା ଅଭିଯୋଗ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.