ଭିନ୍ନ ମୋଡ଼ ନେଲା ବୋହୂ ଟିନାରାଣି ଶ୍ୱଶୁର ଘରକୁ ଯିବା ଘଟଣା, ଆଇନ୍‌ ଶୃଙ୍ଖଳା ପରିସ୍ଥିତିକୁ ନଜରରେ ରଖି ପୋଲିସ ଫୋର୍ସ ମୁତୟନ

ପୂର୍ବରୁ ଶଶୁର ଘରର ଦୋକାନ ଘରେ ରହୁଥିବା ଟିନାରାଣୀ , ଦୋକାନ ଘର ଚାବି ରଖିଥିବାରୁ , ଦୋକାନ ଘର ଚାବି ଶ୍ୱଶୁର ଘର ଲୋକେ ମାଗିଥିଲେ । ଟିନା ରାଣୀ ଚାବି ନଦେବାରୁ ଅପ୍ରିତୀକର ପରିସ୍ଥିତି ଦେଖାଦେଇଥିଲା ।

ଭଞ୍ଜନଗର(କେନ୍ୟୁଜ୍):ଭିନ୍ନ ମୋଡ଼ ନେଲା ବୋହୂ ଟିନାରାଣି ଶ୍ୱଶୁର ଘରକୁ ଯିବା ଘଟଣା । ଟିନାରାଣୀଙ୍କ ଶ୍ୱଶୁର ଘର ଆଗରେ ଜଗି ରହିଛନ୍ତି ପୋଲିସ। ଗଂଜାମ ତାରାସିଙ୍ଗି ଥାନା ଗାଲେରୀ ଗାଁ ଆଇନ୍‌ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ବର୍ତ୍ତମାନ ଗାଁରେ ମୁତୟନ ରହିଛନ୍ତି ପୋଲିସ ଫୋର୍ସ । ୪ଟି ଥାନାର ଥାନାଅଧିକାରୀ ମଧ୍ୟ ଉପସ୍ଥିତ ଅଛନ୍ତି। ଟିନାରାଣୀର ସୁରକ୍ଷା ପାଇଁ ଏକାଠି ହେଲେ ସ୍ଥାନୀୟ ଲୋକ। ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ଦେଖାଦେଇଛି।

ଗତକାଲି ପୋଲିସ୍‌ , ଗାଲେରୀ ଗ୍ରାମବାସୀ ଏବଂ ସମାଜସେବୀ ପ୍ରମିଳା ତ୍ରିପାଠୀଙ୍କ ଉପସ୍ଥିତିରେ ଘଟଣାର ସମାଧାନ ହୋଇଥିଲା। ଦୀର୍ଘ ୬୪ ଦିନ ପରେ ଶ୍ୱଶୁର ଘରକୁ ଯାଇଥିଲେ ଟିନାରାଣୀ । ପୂର୍ବରୁ ଶଶୁର ଘରର ଦୋକାନ ଘରେ ରହୁଥିବା ଟିନାରାଣୀ , ଦୋକାନ ଘର ଚାବି ରଖିଥିବାରୁ , ଦୋକାନ ଘର ଚାବି ଶ୍ୱଶୁର ଘର ଲୋକେ ମାଗିଥିଲେ । ଟିନା ରାଣୀ ଚାବି ନଦେବାରୁ ଅପ୍ରିତୀକର ପରିସ୍ଥିତି ଦେଖାଦେଇଥିଲା । ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବା ଆଶଙ୍କାରେ ପୋଲିସ ଏବେ , ଗାଲେରୀ ଗାଁ ଓ ଟିନାରାଣୀଙ୍କ ଶଶୁର ଘର ଆଗରେ ଜଗି ରହିଛନ୍ତି।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.