ଇନଷ୍ଟାଗ୍ରାମରେ ଏହି ସମୟରେ ପୋଷ୍ଟ କରନ୍ତୁ ରିଲ୍‌ , ଦେଖିବେ କିଛି ଟାଇମରେ ହୋଇଯିବ ଲକ୍ଷେ ଭ୍ୟୁଜ୍‌ ଓ ଲାଇକ୍ସ

ଲୋକଙ୍କ ମନରେ ପ୍ରଶ୍ନ ରହିଥାଏ ଯେ କେଉଁ ସମୟରେ ରିଲ୍ସ ପକାଇଲେ ସବୁଠାରୁ ଅଧିକ ଲାଇକ୍‌ ମିଳିଥାଏ । ଆଜି ଆମେ ଆପଣଙ୍କୁ ବତାଇବୁ କେଉଁ ଟାଇମରେ ରିଲ ପୋଷ୍ଟ କରିବା ଦ୍ୱାରା ସବୁଠୁ ଭଲ ରିଚ୍‌ ମିଳିପାରିବ ।

ସୋସିଆଲ ମିଡିଆର ବ୍ୟବହାର ଆଜିର ସମୟରେ ସବୁଠୁ ଅଧିକ କରାଯାଉଛି । ସବୁ ଜିନିଷ ପାଇଁ ସୋସିଆଲ ମିଡିଆକୁ ଲୋକେ ବ୍ୟବହାର କରୁଛନ୍ତି । ତେଣିକି ତାହା ବାର୍ଥଡେ ପୋଷ୍ଟ ହେଉ, କିମ୍ବା କୌଣସି ଜରୁରୀ ସୂଚନା ହେଉ କିମ୍ବା କୌଣସି ଜିନିଷକୁ ଭାଇରାଲ କରିବାକୁ ହେଉ । ପପୁଲାର ହେବା କାରଣରୁ ଅନେକ ଲୋକ ସୋସିଆଲ ମିଡିଆର ବ୍ୟବହାର କରନ୍ତି । ଏହି ଲିଷ୍ଟରେ ଇନଷ୍ଟାଗ୍ରାମର ନାମ ସବୁଠାରୁ ପ୍ରଥମେ ଆସିଥାଏ । ଲୋକମାନେ ଇନଷ୍ଟାଗ୍ରାମରେ ଫଟୋ ଏବଂ ଭିଡିଓ ପୋଷ୍ଟ କରନ୍ତି । କିନ୍ତୁ ଲୋକଙ୍କ ମନରେ ପ୍ରଶ୍ନ ରହିଥାଏ ଯେ କେଉଁ ସମୟରେ ରିଲ୍ସ ପକାଇଲେ ସବୁଠାରୁ ଅଧିକ ଲାଇକ୍‌ ମିଳିଥାଏ । ଆଜି ଆମେ ଆପଣଙ୍କୁ ବତାଇବୁ କେଉଁ ଟାଇମରେ ରିଲ ପୋଷ୍ଟ କରିବା ଦ୍ୱାରା ସବୁଠୁ ଭଲ ରିଚ୍‌ ମିଳିପାରିବ ।

ସବୁଠାରୁ ଭଲ ସମୟ ୭ ଟାରୁ ୯ଟା ଭିତରେ ରିଲ୍‌ ପୋଷ୍ଟ କରିବା । କାହିଁକିନା ଅଧିକାଂଶ ଲୋକ ଏହି ସମୟରେ ସୋସିଆଲ ମିଡିଆ ଫିଡକୁ ଚେକ କରନ୍ତି । ଏହି ସମୟରେ ପୋଷ୍ଟ କରିବା ଦ୍ୱାରା ଅଧିକ ରୁ ଅଧିକ ଲୋକଙ୍କ ପାଖରେ ପହଁଚିଥାଏ ।

ଦ୍ୱିପହର ସମୟରେ

ଦ୍ୱିପହର ୧୨ଟାରୁ ୩ଟା ଭିତରେ ପୋଷ୍ଟ କରିବା ସବୁଠାରୁ ଭଲ ସମୟ ହୋଇଥାଏ । ଏହି ସମୟରେ ଲଞ୍ଚ୍‌ ଟାଇମ୍‌ ଥାଏ ଏବଂ ୟଙ୍ଗ୍‌ ଅଡିୟାନ୍ସ ମଧ୍ୟ ଦ୍ୱିପହର ସମୟରେ ଫ୍ରି ରହିଥାନ୍ତି । ଅଫିସ ଯିବା ଲୋକଙ୍କୀ ମଧ୍ୟ ଲଞ୍ଚ୍‌ ସମୟ ରହିଥାଏ । ଏମିତିରେ ଏହି ସମୟରେ ପୋଷ୍ଟ କରିବା ସଠିକ ରହିଥାଏ ।

ସଧ୍ୟ୍ୟା ସମୟରେ

ସଧ୍ୟ୍ୟା ୫ରୁ ୭ଟା ଭିତରେ ପୋଷ୍ଟ କରିବା ଉଚିତ ସମୟ ହୋଇଥାଏ । କାହିଁକିନା ଲୋକମାନେ ଅଫିସର କାମରୁ ଫ୍ରି ହୋଇ ନିଜକୁ ସମୟ ଦିଅନ୍ତି ଏବଂ ସୋସିଆଲ ମିଡିଆ ଚେକ କରନ୍ତି ।

ଓ୍ଵିକେଣ୍ଡରେ

ଓ୍ଵିକେଣ୍ଡରେ ରିଲ ପୋଷ୍ଟ କରିବା ସବୁଠାରୁ ବେଷ୍ଟ ହେବ । କାହିଁକିନା ଲୋକମାନେ ଓ୍ଵିକେଣ୍ଡରେ ଫ୍ରି ରହିଥାନ୍ତି ଏବଂ ସୋସିଆଲ ମିଡିଆ ବ୍ରାଉଜ କରିବା ପସନ୍ଦ କରନ୍ତି । ଶନିବାର ଏବଂ ରବିବାରକୁ କେବେବି ପୋଷ୍ଟ କରିବେ ତାହେଲେ ରିଚ୍‌ ଭଲ ମିଳିଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.