୧୫ ସୁଦ୍ଧା ଆସିବ କଂଗ୍ରେସର ୨ୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା, ସୂଚନା ଦେଲେ ପିସିସି ସଭାପତି ଶରତ ପଟ୍ଟନାୟକ

ଆସନ୍ତା୧୫ ସୁଦ୍ଧା ଆସିବ କଂଗ୍ରେସର ୨ୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା । ସୂଚନା ଦେଲେ ପିସିସି ସଭାପତି ଶରତ ପଟ୍ଟନାୟକ । ସିଇସି ବୈଠକରେ ଯୋଗଦେବାକୁ ଦିଲ୍ଲୀ ଗଲେ ଶରତ ପଟ୍ଟନାୟକ । ଶନିବାର ସ୍କ୍ରିନିଂ କମିଟି ବୈଠକ ଓ ରବିବାର ସିଇସି ବୈଠକ ବସିବ ।

ଭୁବନେଶ୍ୱର (କେନ୍ୟୁଜ): ଆସନ୍ତା୧୫ ସୁଦ୍ଧା ଆସିବ କଂଗ୍ରେସର ୨ୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା । ସୂଚନା ଦେଲେ ପିସିସି ସଭାପତି ଶରତ ପଟ୍ଟନାୟକ । ସିଇସି ବୈଠକରେ ଯୋଗଦେବାକୁ ଦିଲ୍ଲୀ ଗଲେ ଶରତ ପଟ୍ଟନାୟକ । ଶନିବାର ସ୍କ୍ରିନିଂ କମିଟି ବୈଠକ ଓ ରବିବାର ସିଇସି ବୈଠକ ବସିବ । ଏଥିସହ ସୁର ରାଉତରାୟଙ୍କ ଉପରେ ପ୍ରତିକ୍ରିୟା ରଖିଛନ୍ତି ପିସିସି ସଭାପତି । ସୁରଙ୍କ ବିରୋଧରେ ଶୃଙ୍ଖଳା କମିଟି ଦେଇଥିବା ରିପୋର୍ଟ ଦିଲ୍ଲୀ ପଠାଯାଇଛି । ହାଇକମାଣ୍ଡ ନିଷ୍ପତ୍ତି ନେବେ । ଯିଏ ବିଶୃଙ୍ଖଳା କରିବ ସେ ଯେକେହି ହେଲେ ବି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଶରତ କହିଛନ୍ତି।

ସୂଚନା ଯୋଗ୍ୟ ଏପ୍ରିଲ ୨ରେ କଂଗ୍ରେସର ବିଧାନସଭା ଆସନ ପାଇଁ ପ୍ରଥମ ଦଫା ପ୍ରାର୍ଥୀ ତାଲିକା ଘୋଷଣା ହୋଇଥିଲା । ପ୍ରଥମ ଦଫାରେ କଂଗ୍ରେସ ୪୯ ଟି ବିଧାନସଭା ଓ ୮ ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଥିଲା । ନୂଆପଡାରୁ ପିସିସି ସଭାପତି ଶରତ ପଟ୍ଟନାୟକ ଲଢ଼ୁଥିବା ବେଲେ ଜୟପୁରରୁ ପୁଣିଥରେ ତାରାବାହିନୀ ପତିଙ୍କୁ ପ୍ରାର୍ଥୀ ଘୋଷଣା କରାଯାଇଛି ଏବଂ ବରିଷ୍ଠ ନେତା ଭକ୍ତ ଦାସଙ୍କୁ ନର୍ଲା ଓ ପାରଳାଖେମୁଣ୍ଡି ଆସନରୁ ବିଜୟ ପଟ୍ଟନାୟକଙ୍କୁ କଂଗ୍ରେସ ବିଧାନସଭା ଆସନରେ ପ୍ରାର୍ଥୀ କରିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.