ଆଭ୍ୟନ୍ତରୀଣ ଓଡ଼ିଶାରେ ଖରାକୁ ନେଇ ସତର୍କ ସୂଚନା ଜାରି କଲା ପାଣିପାଗ ବିଭାଗ, ଦିନ ୧୧ଟା ରୁ ୩ଟା ଯାଏ ଘରୁ ନ ବାହାରିବା ପରାମର୍ଶ

ଭୁବନେଶ୍ବର(କେନ୍ୟୁଜ୍): ତାତିରୁ ଏବେ ନିସ୍ତାର ନାହିଁ । ରାଜ୍ୟର ଆଭ୍ୟନ୍ତରୀଣ ଓଡ଼ିଶାରେ ତାପମାତ୍ରା ସ୍ୱାଭାବିକଠାରୁ ୫ ଡିଗ୍ରୀ ସେଲସିୟସ ଯାଏ ଅଧିକ ରହୁଛି । ଉପକୂଳ ଓଡ଼ିଶାରେ ସ୍ୱାଭାବିକ ବା ତାଠାରୁ ସାମାନ୍ୟ ଅଧିକ ରହୁଛି ତାପମାତ୍ରା । ବଙ୍ଗୋପସାଗର ଉପକୂଳକୁ ଜଳୀୟ ବାଷ୍ପ ଆସୁଥିବାରୁ ଗୁଳୁଗୁଳି ଅଧିକ ଅନୁଭୂତ ହେଉଛି ।

ଗତ ୨୪ ଘଣ୍ଟାରେ ଟିଟିଲାଗଡ଼ ଦେଶର ଦ୍ୱିତୀୟ ସର୍ବାଧିକ ତାତି ରେକର୍ଡ ହୋଇଛି । ଆଭ୍ୟନ୍ତରୀଣ ଓଡ଼ିଶାରେ ଖରାକୁ ନେଇ ସତର୍କ ସୂଚନା ଜାରି କରିଛି ପାଣିପାଗ ବିଭାଗ । ଦିନ ୧୧ଟାରୁ ୩ଟା ଯାଏ ଘରୁ ନ ବାହାରିବା ପାଇଁ କୁହାଯାଇଛି । ଜରୁରୀ ଥିଲେ ସତର୍କତା ଅବଲମ୍ବନ କରି ଘରୁ ବାହାରିବାକୁ ପରାମର୍ଶ ରହିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.