ଫିଲ୍ମ ଏକାଡେମୀରୁ ଇସ୍ତଫା ଦେଲେ ଓ୍ଵିଲ ସ୍ମିଥ, କହିଲେ ‘ମୋ ବ୍ୟବହାର କ୍ଷମା ଯୋଗ୍ୟ ନୁହେଁ’

ହଲିଉଡ ସୁପରଷ୍ଟାର ଓ୍ଵିଲ ସ୍ମିଥ ଓସ୍କାର ପାଇଁ ହୋଷ୍ଟ କରୁଥିବା କ୍ରିସ୍ ରକଙ୍କୁ ଚାପୁଡ଼ା ମାରିବା ପରେ ଏକାଡେମୀ ସଦସ୍ୟତାରୁ ସେ ଇସ୍ତଫା ଦେଇଛନ୍ତି । ଏହା ସହିତ ଏକାଡେମୀ ଦ୍ୱାରା ଦିଆଯାଇଥିବା କୌଣସି ବି ଦଣ୍ଡକୁ ସ୍ୱୀକାର କରିବେ ବୋଲି ମଧ୍ୟ କହିଛନ୍ତି। ନିଜ ଭୁଲ କ୍ଷମାଯୋଗ୍ୟ ନୁହେଁ ବୋଲି ମଧ୍ୟ କହିଛନ୍ତି।

ସ୍ମିଥଙ୍କ ପତ୍ନୀଙ୍କୁ ମଜାଳିଆ କମେଣ୍ଟ କରିବାରୁ ଏଥିରେ ଉତକ୍ଷିପ୍ତ ହୋଇ ସ୍ମିଥ ନିଜ ସିଟରୁ ଉଠିଯାଇ ହୋଷ୍ଟ କରୁଥିବା ରକଙ୍କୁ ଶକ୍ତ ଚାପୁଡ଼ା ମାରିଥିଲେ । ଯାହାର ଭିଜୁଆଲ ସୋସିଆଲ ମିଡିଆରେ ଭାଇରଲ ହୋଇଥିଲା । ସୋସିଆଲ ମିଡିଆରେ ମଧ୍ୟ ପୂର୍ବରୁ ଭୁଲ୍‌ ମାଗିସାରିଛନ୍ତି ସ୍ମିଥ। ଶୃଙ୍ଗଳା କମିଟିର ନୋଟିସ୍ ପରେ ସେ ନିଜ ସଦସ୍ୟତା ପଦରୁ ଇସ୍ତଫା ଦେଇଛନ୍ତି ।

ସ୍ମିଥଙ୍କ କହିବାନୁଯାୟୀ, ମୁଁ ଏକାଡେମୀର ବିଶ୍ୱାସ ଭାଙ୍ଗିଛି। ମୁଁ ବାକି ନୋମିନେଡେଟ୍‌ ହୋଇଥିବା ଲୋକ ଏବଂ ବିଜେତାଙ୍କ ଖୁସିରେ ମଧ୍ୟ ବାଧକ ସାଜିଛି। ସେମାନଙ୍କୁ ସେଲିବ୍ରେସର କରିବାର ସୁଯୋଗ ଦେଇନି। ମୋ ଭୁଲ କ୍ଷମା ଯୋଗ୍ୟ ନୁହେଁ। ତେବେ ସ୍ମିଥଙ୍କ ଇସ୍ତଫାକୁ ଫିଲ୍ମ ଏକାଡେମୀର ଅଧ୍ୟକ୍ଷ ଡେଭିଡ ରୁବିନ ସ୍ୱୀକାର କରି ନେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.