ଭୁବନେଶ୍ୱର କିମ୍ସରୁ ବାସଭବନକୁ ନିଆଯାଉଛି ପିଣ୍ଟୁ ନନ୍ଦଙ୍କ ପାର୍ଥିବ ଶରୀର, ଶେଷ ଦର୍ଶନ କରିବେ ସାଥୀ କଳାକାର ଓ ଫ୍ୟାନ୍ସ

ଓଲିଉଡ ଅଭିନେତା ପିଣ୍ଟୁ ନନ୍ଦଙ୍କ ଆଜି ପୁରୀ ସ୍ୱର୍ଗଦ୍ୱାରରେ ଶେଷକୃତ୍ୟ କରାଯିବ। ଭୁବନେଶ୍ୱର କିମସ୍‌ରୁ ବାସ ଭବନକୁ ନିଆଯାଉଛି ପାର୍ଥିବ ଶରୀର । ପିଣ୍ଟୁ ନନ୍ଦ ଏବେ ତାଙ୍କ ବାସ ଭବନରେ ପହଞ୍ଚିଲେ । ଏଠୁ ତାଙ୍କ ଭାଇଙ୍କ ଘରକୁ ଯିବେ ପରେ ଆଚାର୍ଯ୍ୟ ବିହାରର ଥିବା କ୍ଲବକୁ ଯିବେ ।

ଭୁବନେଶ୍ୱର (କେନ୍ୟୁଜ): ଓଲିଉଡ ଅଭିନେତା ପିଣ୍ଟୁ ନନ୍ଦଙ୍କ ଆଜି ପୁରୀ ସ୍ୱର୍ଗଦ୍ୱାରରେ ଶେଷକୃତ୍ୟ କରାଯିବ। ଭୁବନେଶ୍ୱର କିମସ୍‌ରୁ ବାସ ଭବନକୁ ନିଆଯାଉଛି ପାର୍ଥିବ ଶରୀର । ପିଣ୍ଟୁ ନନ୍ଦ ଏବେ ତାଙ୍କ ବାସ ଭବନରେ ପହଞ୍ଚିଲେ । ଏଠୁ ତାଙ୍କ ଭାଇଙ୍କ ଘରକୁ ଯିବେ ପରେ ଆଚାର୍ଯ୍ୟ ବିହାରର ଥିବା କ୍ଲବକୁ ଯିବେ । ଯେଉଁ କ୍ଲବକୁ ସିଏ ସବୁବେଳେ ଯାଆନ୍ତି । ପରେ ତାଙ୍କ ପାର୍ଥିବ ଶରୀର କୁ ପୁରୀ ସ୍ୱର୍ଗଦ୍ଵାରକୁ ନିଆଯିବ । ପିଣ୍ଟୁଙ୍କୁ ସାଥୀ କଳାକାର ଓ ଫ୍ୟାନ ଶେଷ ଦର୍ଶନ କରିଛନ୍ତି ।

ଗତକାଲି ହାଇଦ୍ରାବାଦରୁ ଭୁବନେଶ୍ୱର ତାଙ୍କ ପାର୍ଥିବ ଶରୀର ଅଣାଯାଇଥିଲା । ବିମାନବନ୍ଦରରେ ପହଞ୍ଚିବା ପରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା । ଉପସ୍ଥିତ ଥିଲେ ସିନେ ଜଗତର ବହୁ କଳାକାର ଓ ପରିବାର ଲୋକ । ସମସ୍ତଙ୍କ ଆଖିରେ ଥିଲା ଲୁହ, ଝୁରୁଥିଲେ ତାଙ୍କ ପ୍ରିୟ ଅଭିନେତାଙ୍କୁ। ଗତ ବୁଧବାର ରାତିରେ ଲିଭର ସିରୋସିସ୍‌ ରୋଗରେ ଆକ୍ରାନ୍ତ ହୋଇ ହାଇଦ୍ରାବାଦର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା । ଆଲବମ ହିରୋରୁ ଫିଲ୍ମ ହିରୋ, କମେଡିଆନରୁ ଭିଲେନ୍‌ ଅଭିନୟର ସବୁ କ୍ଷେତ୍ରରେ ନିଜର ସ୍ୱତନ୍ତ୍ର ଛାପ ଛାଡିଯାଇଛନ୍ତି ପିଣ୍ଟୁ ନନ୍ଦ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.