Below header

ଉମରକୋଟ : ଘର ସହ ଜଳିଗଲେ ବୃଦ୍ଧ

ଘର ସହ ଜଳିଗଲେ ବୃଦ୍ଧ। ଉମରକୋଟ ଝରୀଗାଁ ବ୍ଲକ ବୁଟିସର୍ଗି ଗାଁରେ ନିଆଁରେ ପୋଡ଼ିହୋଇ ଜୀବନ୍ତ ଦଗ୍ଧ। ଗତକାଲି ରାତିରେ ଶୋଇଥିଲାବେଳେ ବିଳମ୍ବିତ ରାତିରେ ଘରେ ନିଆଁ ଲାଗିଯାଇଥିଲା। ଶୀତରୁ ରକ୍ଷା ପାଇବା ପାଇଁ ଘର ଭିତରେ ନିଆଁ ଜାଳି ଶୋଇଥିବାବେଳେ ଏହି ଅଘଟଣ ଘଟିଥିଲା।

ଉମରକୋଟ (କେନ୍ୟୁଜ): ଘର ସହ ଜଳିଗଲେ ବୃଦ୍ଧ। ଉମରକୋଟ ଝରୀଗାଁ ବ୍ଲକ ବୁଟିସର୍ଗି ଗାଁରେ ନିଆଁରେ ପୋଡ଼ିହୋଇ ଜୀବନ୍ତ ଦଗ୍ଧ। ଗତକାଲି ରାତିରେ ଶୋଇଥିଲାବେଳେ ବିଳମ୍ବିତ ରାତିରେ ଘରେ ନିଆଁ ଲାଗିଯାଇଥିଲା। ଶୀତରୁ ରକ୍ଷା ପାଇବା ପାଇଁ ଘର ଭିତରେ ନିଆଁ ଜାଳି ଶୋଇଥିବାବେଳେ ଏହି ଅଘଟଣ ଘଟିଥିଲା।

ତେବେ କୌଣସି ପ୍ରକାରେ ନିଆଁ ସଂସ୍ପର୍ଶରେ ଆସି ବୃଦ୍ଧ ଜଣକ ଜୀବନ୍ତ ଦଗ୍ଧ ହୋଇଯାଇଥିଲେ। ପରିବାର ଲୋକ ନିଜ ଜମିର ଫସଲ ଜଗିବା ପାଇଁ ରାତିରେ ଯାଇଥିବା ବେଳେ ସକାଳୁ ଆସିବା ପରେ ଘଟଣା ସମ୍ପର୍କରେ ଜାଣିବାକୁ ପାଇଥିଲେ। ଶେଷରେ ଝରିଗାଁ ଥାନାରେ ପରିବାର ଲୋକେ ଲିଖିତ ଅଭିଯୋଗ ଦେବା ପରେ ଝରିଗାଁ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ଝରିଗାଁ ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରକୁ ପଠାଇ ତଦନ୍ତ କରୁଥିବା ସୂଚନା ମିଳିଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.