ଦୀପାବଳିରେ ବ୍ରିଟେନ ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ଏସ୍‌ ଜୟଶଙ୍କର, ଉପହାର ଦେଲେ ଗଣେଶ ମୂର୍ତ୍ତି ଓ ବିରାଟ କୋହଲିଙ୍କ ସ୍ୱାକ୍ଷରିତ ବ୍ୟାଟ୍‌

ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର ଲଣ୍ଡନର ୧୦ ଡାଉନିଙ୍ଗ୍ ଷ୍ଟ୍ରିଟ୍‌ରେ ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ଋଷି ସୁନକ ଓ ତାଙ୍କ ପତ୍ନୀ ଅକ୍ଷତା ମୂର୍ତ୍ତିଙ୍କୁ ଭେଟିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ତରଫରୁ ସେ ବ୍ରିଟିଶ ପିଏମ୍‌ଙ୍କୁ ଦୀପାବଳିର ଶୁଭେଚ୍ଛା ଜଣାଇଛନ୍ତି। ସେ ତାଙ୍କ ପତ୍ନୀ କୟୋକୋ ଜୟଶଙ୍କରଙ୍କ ସହ ଲଣ୍ଡନରେ ପହଞ୍ଚିଛନ୍ତି।

ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର ଲଣ୍ଡନର ୧୦ ଡାଉନିଙ୍ଗ୍ ଷ୍ଟ୍ରିଟ୍‌ରେ ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ଋଷି ସୁନକ ଓ ତାଙ୍କ ପତ୍ନୀ ଅକ୍ଷତା ମୂର୍ତ୍ତିଙ୍କୁ ଭେଟିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ତରଫରୁ ସେ ବ୍ରିଟିଶ ପିଏମ୍‌ଙ୍କୁ ଦୀପାବଳିର ଶୁଭେଚ୍ଛା ଜଣାଇଛନ୍ତି। ସେ ତାଙ୍କ ପତ୍ନୀ କୟୋକୋ ଜୟଶଙ୍କରଙ୍କ ସହ ଲଣ୍ଡନରେ ପହଞ୍ଚିଛନ୍ତି। ଜୟଶଙ୍କର ପିଏମ୍‌ ସୁନକଙ୍କୁ ପ୍ରଭୁ ଗଣେଶଙ୍କର ଏକ ମୂର୍ତ୍ତି ଏବଂ ବିରାଟ କୋହଲିଙ୍କ ଦ୍ୱାରା ସ୍ୱାକ୍ଷରିତ ଏକ କ୍ରିକେଟ୍ ବ୍ୟାଟ୍ ଉପହାର ଦେଇଛନ୍ତି।

ଏସ୍‌ ଜୟଶଙ୍କର ସୋସିଆଲ ମିଡିଆ ପ୍ଲାଟଫର୍ମ Xରେ ଫଟୋ ସେୟାର କରି ଏହି ସାକ୍ଷାତ ବିଷୟରେ ସୂଚନା ଦେଇଛନ୍ତି। ସେ ଲେଖିଛନ୍ତି, ‘ଦୀପାବଳି ଦିନ ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କୁ ଭେଟି ଖୁସି ଲାଗିଲା। ତାଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ତରଫରୁ ଶୁଭକାମନା ଜଣାଇଲି। ଭାରତ ଏବଂ ବ୍ରିଟେନ ସକ୍ରିୟ ଭାବରେ ସମ୍ପର୍କ ପୁନଃ ନିର୍ମାଣ କରୁଛନ୍ତି। ପ୍ରଧାନମନ୍ତ୍ରୀ ସୁନକ ଓ ତାଙ୍କ ପତ୍ନୀଙ୍କୁ ସେମାନଙ୍କର ସ୍ୱାଗତ ଏବଂ ଭବ୍ୟ ଆତିଥ୍ୟ ପାଇଁ ଧନ୍ୟବାଦ’।

ସୂଚନାଥାଉ କି, ବୈଦେଶିକ ମନ୍ତ୍ରୀ ଏକ ସରକାରୀ ଗସ୍ତରେ ବ୍ରିଟେନ୍‌ରେ ଅଛନ୍ତି। ସେଠାରେ ସେ ବ୍ରିଟେନର ବୈଦେଶିକ ମନ୍ତ୍ରୀ ଜେମ୍ସ କ୍ଲିଭର୍ଲିଙ୍କୁ ଭେଟିବେ। ଜୟଶଙ୍କର ଶନିବାର ତାଙ୍କ ଯାତ୍ରା ଆରମ୍ଭ କରିଥିଲେ, ଯାହା ନଭେମ୍ବର ୧୫ରେ ଶେଷ ହେବ। ବ୍ରିଟେନ ଗସ୍ତରେ ଜୟଶଙ୍କର ବହୁ ମାନ୍ୟଗଣ୍ୟ ବ୍ୟକ୍ତିଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି।

ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ କହିଛି ଯେ ଭାରତ ଏବଂ ବ୍ରିଟେନ ମଧ୍ୟରେ ମଧୁର ତଥା ମଜଭୁତ ସମ୍ପର୍କ ରହିଛି। ଭାରତ-ୟୁକେ ବ୍ୟାପକ ରଣନୀତିକ ଭାଗିଦାରୀକୁ ଭାରତ-ୟୁକେ ରୋଡମ୍ୟାପ୍ ୨୦୩୦ ସହିତ ୨୦୨୧ରେ ଲଞ୍ଚ୍‌ କରାଯାଇଥିଲା।

You might also like