ମହିଳାଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା, ସ୍ୱାମୀଙ୍କ ସମେତ ଶାଶୁ ଘର ଲୋକଙ୍କର ସମ୍ପୃକ୍ତି ରହିଥିବା ନେଇ ଅଭିଯୋଗ

ଭଦ୍ରକ (କେନ୍ୟୁଜ): ଭଦ୍ରକ ଜିଲ୍ଲା ତିହିଡି ଥାନା ତାଳପଦା ପଞ୍ଚାୟତ ଅଧିନ ଚବିଶପ୍ରହରୀ ନିକଟସ୍ଥ ଜନୈକା ମହିଳାଙ୍କୁ ସୁପରିକଳ୍ପିତ ଭାବେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଏହି ହତ୍ୟାକାଣ୍ଡରେ ମୃତାଙ୍କ ସ୍ୱାମୀ ସମେତ ଦିର୍ଘ ବର୍ଷ ଧରି ଉକ୍ତ ପରିବାର ମଧ୍ୟରେ ରହୁଥିବା ବିବାହିତା ନଣଦଙ୍କ ସହ ତାଙ୍କର ଦୁଇ ପୁଅ ଏବଂ ଶାଶୁ ଓ ଶ୍ୱଶୁର ସଂପୃକ୍ତି ଥିବାନେଇ ଅଭିଯୋଗ ହୋଇଛି । ତେବେ ମୃତାଙ୍କ ବାପ ଘର ଲୋକେ ଶବ ରହିଥିବା ତିହିଡି ମେଡିକାଲରେ ପହଂଚି ଥାନାରେ ଅଭିଯୋଗ କରିଥିବା ବେଳେ ମୃତାଙ୍କ ନଣଦ ଓ ଶ୍ୱଶୁର ମେଡିକାଲରେ ଅଟକ ରହିଥିବା ଜଣାଯାଇଛି ।

ମୃତ ମହିଳା ଜଣଙ୍କ ହେଲେ ବିଜୟ ନାୟକଙ୍କ ସ୍ତ୍ରୀ ମୋନାଲିସା ନାୟକ ବୋଲି ଜଣାଯାଇଛି । ଗତ ୫ ବର୍ଷ ତଳେ ମୋନାଲିସା ବୈଦିକ ଋତିରେ ବିଜୟଙ୍କୁ ବିବାହ କରିଥିଲେ । ଇତିମଧ୍ୟରେ ମୋନାଲିସା ଗୋଟିଏ ପୁଅ ଓ ଗୋଟିଏ ଝିଅକୁ ଜନ୍ମ ଦେଇଛନ୍ତି । ବିଭିନ୍ନ ସମୟରେ ମୋନାଲିସାଙ୍କ ପ୍ରତି ଅକଥନୀୟ ମାନସିକ ଓ ଶାରିରୀକ ନିର୍ଯ୍ୟାତନା ଦିଆଯାଉଥିବା ବେଳେ ଶେଷରେ ତାଙ୍କ ଶଶୁର ଘର ଲୋକ ତାଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି।

ତେବେ ମୋନାଲିସାର ଶବ ତିହିଡି ମେଡିକାଲରେ ପଡିଥିବା ଖବର ପାଇଥିଲେ ମୃତାଙ୍କ ପରିବାର ଲୋକେ । ସେଠାରେ ଆସି ଦେଖନ୍ତି ତ ତାଙ୍କ ସ୍ୱାମୀ ନାହିଁ କେବଳ ବୃଦ୍ଧ ଶ୍ୱଶୁର ଶବ ପାଖରେ ବସିଛନ୍ତି । ଯାହାକୁ ନେଇ ଉତ୍ତେଜନା ପ୍ରକାଶ ପାଇଥିଲା । କିଛି ସମୟ ପରେ ମେଡିକାଲରୁ ମୃତାଙ୍କ ନଣଦ ଘରକୁ ଫେରୁଥିବା ବେଳେ ତାଙ୍କୁ ବାଟରୁ ଧରି ଆଣି ମେଡିକାଲରେ ବସାଇଥିଲେ । ପୋଲିସ ମେଡିକାଲରେ ପହଂଚି ଶବକୁ ଜବତ କରିବା ସହିତ ତଦନ୍ତ ଆରମ୍ଭ କରିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.