ବାଦାମପାହାଡ଼ ଷ୍ଟେସନରୁ ରେଳ ଚଳାଚଳର ଶୁଭାରମ୍ଭ କଲେ ରାଷ୍ଟ୍ରପତି, ଟ୍ରେନରେ ଗଲେ ରାଇରଙ୍ଗପୁର

ମହାମହିମଙ୍କ ଜନ୍ମମାଟି ଗସ୍ତର ଦ୍ବିତୀୟ ଦିନ । ବାଦାମପାହାଡ଼ ରେଳ ଷ୍ଟେସନରେ ନୂତନ ଟ୍ରେନ୍ ର ଶୁଭାରମ୍ଭ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ପରେ ବାଦାମପାହାଡରୁ ଟ୍ରେନ୍ ଯୋଗେ ୩୨ କିଲୋମିଟର ରାଇରଙ୍ଗପୁର ଯାତ୍ରା କରିଛନ୍ତି ରାଷ୍ଟ୍ରପତି ।

ମୟୂରଭଞ୍ଜ (କେନ୍ୟୁଜ): ମହାମହିମଙ୍କ ଜନ୍ମମାଟି ଗସ୍ତର ଦ୍ବିତୀୟ ଦିନ । ବାଦାମପାହାଡ଼ ରେଳ ଷ୍ଟେସନରେ ନୂତନ ଟ୍ରେନ୍ ର ଶୁଭାରମ୍ଭ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ବାଦାମପାହାଡ଼-ଟାଟାନଗର ମେମୁ ଟ୍ରେନ୍ , ବାଦାମପାହାଡ଼-ରାଉରକେଲା ଏକ୍ସପ୍ରେସ୍ ଓ ସାଲିମାର-ବାଦାମପାହାଡ଼ ଏକ୍ସପ୍ରେସ୍ ଟ୍ରେନ୍ କୁ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଏହାପରେ ସାଲିମାର-ବାଦାମପାହାଡ଼ ଏକ୍ସପ୍ରେସ୍ ରେ ବସି ରାଇରଙ୍ଗପୁର ଅଭିମୁଖେ ଯାତ୍ରା କରିଛନ୍ତି ରାଷ୍ଟ୍ରପତି। ଟ୍ରେନ୍ ସେବା ପାଇଁ ରେଳମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଏକାସଙ୍ଗେ ୩ଟି ଟ୍ରେନ୍ ଚଳାଇବା ଲାଗି ଧନ୍ୟବାଦ ଜଣାଇଇଛନ୍ତି ରାଷ୍ଟ୍ରପତି। ଯାତ୍ରୀମାନେ ସୁବିଧାରେ ଓ ଅଳ୍ପ ଟଙ୍କାରେ ପଡ଼ୋଶୀ ରାଜ୍ୟକୁ ଯାଇପାରିବେ।

୧୯୦୨ ମସିହାରେ ଏଠାରେ ପ୍ରଥମ ପାସେଞ୍ଜର ଟ୍ରେନ୍ ଚାଲିଥିଲା। ଯୋଗାଯୋଗର ବିକାଶ ଉପରେ ନିର୍ଭର କରେ ଅଞ୍ଚଳର ଉନ୍ନତି। ଟ୍ରେନ୍ ଚଳାଚଳ ଅଞ୍ଚଳର ଉନ୍ନତିରେ ନୂଆ ଅଧ୍ୟାୟ ଯୋଡ଼ିବ ବୋଲି କହିଛନ୍ତି ମୁର୍ମୁ। ସଂଖ୍ୟାଧିକ ଆଦିବାସୀ ଭାଇଭଉଣୀଙ୍କ ଜୀବନରେ ପରିବର୍ତ୍ତନ ଆସିବ। ପିଲାଙ୍କୁ ପାଠ ପଢ଼ାଇବାକୁ ଆଦିବାସୀ ଭାଇଭଉଣୀଙ୍କୁ କହିଛନ୍ତି। ମୟୂରଭଞ୍ଜ ଗସ୍ତ ସାରି ଅପରାହଣରେ ସମ୍ବଲପୁର ଅଭିମୁଖେ ଯିବେ ମହାମହିମ । କାର୍ଯ୍ୟକ୍ରମରେ ରାଜ୍ୟପାଳ ରଘୁବର ଦାସ, ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉପସ୍ଥିତ ଥିଲେ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.