ଜାଣନ୍ତୁ ସକାଳେ ନା ରାତିରେ କେଉଁ ସମୟରେ କ୍ଷୀର ପିଇବା ଉଚିତ

ଆପଣମାନେ ଜାଣିଛନ୍ତି କି କ୍ଷୀର ପିଇବାର ଠିକ୍‌ ସମୟ କେଉଁଟା ହୋଇଥାଏ । ସେଥିପାଇଁ ଆଜି ଆମେ ଆପଣଙ୍କୁ ଜଣାଇବୁ ଯେ କ୍ଷୀର କେଉଁ ସମୟରେ ପିଇବା ସ୍ୱାସ୍ଥ୍ୟ ପାଇଁ ଅଧିକ ଲାଭଦାୟକ ହୋଇଥାଏ ।

ପ୍ରାୟତଃ ବଡ ଲୋକମାନେ କ୍ଷୀର ପିଇବା ପାଇଁ ଉପଦେଶ ଦେଇଥାନ୍ତି । ତେବେ ଘରର ବଡ ଲୋକ ସବୁ ବେଳେ କ୍ଷୀର ପିଇବା ପାଇଁ ବାଧ୍ୟ କରିଥାନ୍ତି । ଆପଣମାନେ ତ ଜାଣିଥିବେ ଯେ କ୍ଷୀର ପିଇବା ସ୍ୱାସ୍ଥ୍ୟ ପାଇଁ କେତେ ଲାଭଦାୟକ ହୋଇଥାଏ । ସେଥିପାଇଁ କିଛି ଲୋକ ସକାଳେ କ୍ଷୀର ପିଅନ୍ତି ତ ଆଉ କିଛି ଲୋକ ରାତିରେ କ୍ଷୀର ପିଅନ୍ତି । କିନ୍ତୁ ଆପଣମାନେ ଜାଣିଛନ୍ତି କି କ୍ଷୀର ପିଇବାର ଠିକ୍‌ ସମୟ କେଉଁଟା ହୋଇଥାଏ । ସେଥିପାଇଁ ଆଜି ଆମେ ଆପଣଙ୍କୁ ଜଣାଇବୁ ଯେ କ୍ଷୀର କେଉଁ ସମୟରେ ପିଇବା ସ୍ୱାସ୍ଥ୍ୟ ପାଇଁ ଅଧିକ ଲାଭଦାୟକ ହୋଇଥାଏ ।

ରାତିରେ ନା ସକାଳେ କେଉଁ ସମୟରେ କ୍ଷୀର ପିଇବା ଠିକ୍‌ : 
ହେଲଥ୍‌ ଏକ୍ସପର୍ଟଙ୍କ ଅନୁସାରେ, ଶରୀର ଗଠନ ପାଇଁ ଏବଂ ବୟସ ଅନୁଯାୟୀ କ୍ଷୀର ପିଇବା ଉଚିତ । ହେଲେ କିଛି ଲୋକଙ୍କ ପାଇଁ ସକାଳ ସମୟରେ କ୍ଷୀର ପିଇବା ଲାଭଦାୟକ ହୋଇଥାଏ, ତ ଅନ୍ୟ କିଛି ଲୋକଙ୍କ ପାଇଁ ରାତିରେ କ୍ଷୀର ପିଇବା ଲାଭ ହୋଇଥାଏ । କ୍ଷୀର ଯେକୌଣସି ସମୟରେ ପିଇଲେ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ହୋଇଥାଏ । ହେଲେ ଏହାକୁ ନେଇ କିଛି ଡାକ୍ତର ଏପରି ମଧ୍ୟ କୁହନ୍ତି ଯେଉଁମାନଙ୍କର ପଟେ ସମ୍ବନ୍ଧୀୟ ସମସ୍ୟା ଅଛି, ସେମାନେ କ୍ଷୀର ପିଇବା ସମୟ ପରିବର୍ତ୍ତନ କରିବା ଉଚିତ । ଯଦି ଏପରି ନକରିବେ ତେବେ ସେହି ସମସ୍ୟା ଆହୁରି ବଢିପାରେ । ତେବେ ୫ ବର୍ଷରୁ ଅଧିକ ବୟସର ପିଲାମାନେ ସକାଳେ ଖାଲି ପେଟରେ କ୍ଷୀର ପିଇବା ଉଚିତ ନୁହେଁ ।

କେଉଁ ଲୋକେ ଦିନରେ କ୍ଷୀର ପିଇବା ଉଚିତ୍‌ :
ଯେଉଁ ଲୋକମାନେ ବଡି ବନାଇବା ପାଇଁ ଚାହୁଁଛନ୍ତି, ସେମାନଙ୍କ ପାଇଁ ଦିନରେ କ୍ଷୀର ପିଇବା ଠିକ୍‌ ହେବ । ଯଦି ଏହି ଲୋକମାନେ ଦିନରେ କ୍ଷୀର ପିଅନ୍ତି, ତେବେ ସେମାନଙ୍କୁ ପୂରା ଦିନ ପାଇଁ ଶକ୍ତି ମିଳିଥାଏ । ଏହା ସହ ଛୋଟ ପିଲାମାନେ ସକାଳେ କ୍ଷୀର ପିଇବା ଉଚିତ୍‌ । କ୍ଷୀରରେ ବହୁତ ମାତ୍ରାରେ କ୍ୟାଲସିୟମ ରହିଥାଏ, ଯାହାଦ୍ୱାରା ଆମ ହାଡ ମଜ୍‌ବୁତ ହୋଇଥାଏ । ଏହା ସହ କ୍ଷୀର ପିଇବା ଦ୍ୱାରା ଶୀରରକୁ ପୋଟାସିୟମ୍‌, ମ୍ୟାଗ୍ନେସିୟମ୍‌ ଓ ପ୍ରୋଟିନ୍‌ ଭରପୂର ମାତ୍ରାରେ ମିଳିଥାଏ ।

ମେଟାବୋଲିଜିମ୍‌ କମ୍‌ ଥିବା ଲୋକ ଦିନରେ କ୍ଷୀର ପିଇବା ଉଚିତ୍‌ ନୁହେଁ :
ଦିନରେ ବୃଦ୍ଧ ବ୍ୟକ୍ତିଙ୍କର କାର୍ଯ୍ୟକଳାପ କମ୍‌ ହୋଇଥାଏ । ସେଥିପାଇଁ ସେମାନେ ଦିନରେ କ୍ଷୀର ପିଇବା ଠିକ୍‌ ନୁହେଁ । ସେମାନଙ୍କ ପାଇଁ ରାତିରେ କ୍ଷୀର ପିଇବା ଭଲ ହୋଇଥାଏ ।

କ୍ଷୀର ପିଇବା ହାଡ ପାଇଁ ଭଲ ହୋଇଥାଏ :
ଯଦି ଆପଣ କ୍ଷୀର ପିଉ ନାହାଁନ୍ତି ତେବେ ଆପଣଙ୍କ ଶରୀରରେ କ୍ୟାଲସିୟମ ଅଭାବ ହେବା ଆରମ୍ଭ ହୋଇପାରେ । କ୍ଷୀରରେ କ୍ୟାଲସିୟମ୍‌ ସହିତ ଥିଏମାଇନ୍‌ ଏବଂ ହାଡକୁ ମଜବୁତ କରିବାର କ୍ଷମତା ରହିଥାଏ । ଯଦି ଆପଣଙ୍କୁ ଗ୍ୟାସ୍‌ କିମ୍ବା ଏସିଡିଟି ସମସ୍ୟା ଅଛି ତାହେଲେ କ୍ଷୀରରେ ଚିନି ମିଶାଇ ପିଇପାରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.