ସ୍ତ୍ରୀ ପାଇଁ ମା’କୁ ମାଡ଼ ମାରି ଘରୁ ବାହାର କରିଦେଲା ପୁଅ, ଏବେ ବାର ଦୁଆରେ ବିତୁଛି ଜୀବନ

ଯାଜପୁର ଟାଉନ(କେନ୍ୟୁଜ): ସ୍ତ୍ରୀକୁ ଆପଣାର କରି ମାକୁ ପର କରିଦେଲା ପୁଅ । ଫଳରେ ବାଧ୍ୟ ହୋଇ ମା ବାର ଦୁଆର ହେଉଛି। ଯାଜପୁର ଦଶରଥପୁର ବ୍ଲକ ଖାନନଗର ପଞ୍ଚାୟତ କୂଳସାହି ଗ୍ରାମରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି । ହାରାମଣି ବାରିକ ନିଜର ଏକମାତ୍ର ପୁଅଙ୍କ ବିରୋଧ ରେ ଆଣିଛନ୍ତି ଏଭଳି ଅଭିଯୋଗ। ହାରାମଣିକୁ ଭଲରେ ଗଣ୍ଡେ ଖାଇବାକୁ ଦେବା ପରିବର୍ତ୍ତେ କଥା କଥା କେ ମାଆ ହାରାମଣିକୁ ମାନସିକ ଓ ଶାରିରୀକ ନିର୍ଯ୍ୟାତନା ଦେଇ ଚାଲିଲେ ପୁଅ ଓ ବୋହୂ।

ଏପରିକି ଗତ କିଛି ଦିନ ପୂର୍ବେ ପୁଅ ବୋହୂ ମିଳିମିଶି ମାଆ ହାରାମଣିକୁ ବଳପୂର୍ବକ ଘରୁ ବାହାରି ନ ଗଲେ ପରିସ୍ଥିତି ଗମ୍ଭିର ହେବ ବୋଲି ଚେତାବନୀ ଦେଇ ଘରୁ ତଡ଼ି ଦେବାରୁ ହାରାମଣି ନିଜ ବାପଘର କୟାଁ ପଞ୍ଚାୟତ ଗୁଣ୍ଠୁଣିପଡ଼ାରେ ଆଶ୍ରୟ ନେଲେ। ହାରାମଣିଙ୍କୁ ସହାୟତା କରିବାକୁ ଝିଅ ଆଗକୁ ଆସି ମଙ୍ଗଳପୁର ଥାନାର ଦ୍ୱାରସ୍ଥ ହୋଇଛନ୍ତି। ହେଲେ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ନେଉନଥିବା ଅଭିଯୋଗ ହୋଇଛି। ଅସହାୟ ବୃଦ୍ଧା ହାରାମଣିଙ୍କୁ ନ୍ୟାୟ ଦେବା ପାଇଁ ସାଧାରଣରେ ଦାବି ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.