ଚୋରି କରୁ କରୁ ଗାଁ ଲୋକଙ୍କ ହାତରେ ଧରା ପଡ଼ିଲେ ଚୋର, ବନ୍ଧା ହୋଇ ଥାନାକୁ ଗଲେ

ସାମାନ୍ୟ ପାଣି ପାଇପ୍‌ ଚାବି ଚୋରି କରିବା ପାଇଁ ଅନ୍ଧାରକୁ ଅପେକ୍ଷା କରି ବସିଥିଲେ ଦୁଇ ଜଣ ଚୋର । ଚୋରି କରିବା ପାଇଁ ଦିନରେ ପ୍ଲାନ କରିଥିଲେ । ଆଉ ଯେମିତି ସନ୍ଧ୍ୟା ହେଲା ଘରୁ ବାହାରି ଥିଲେ ଚୋରି କରିବା ପାଇଁ । କିନ୍ତୁ ଚୋରି କରୁ କରୁ ଗାଁ ଲୋକଙ୍କ ହାତରେ ଧରା ପଡ଼ିଲେ ।

ନୀଳଗିରି (କେନ୍ୟୁଜ୍‌): ସାମାନ୍ୟ ପାଣି ପାଇପ୍‌ ଚାବି ଚୋରି କରିବା ପାଇଁ ଅନ୍ଧାରକୁ ଅପେକ୍ଷା କରି ବସିଥିଲେ ଦୁଇ ଜଣ ଚୋର । ଚୋରି କରିବା ପାଇଁ ଦିନରେ ପ୍ଲାନ କରିଥିଲେ । ଆଉ ଯେମିତି ସନ୍ଧ୍ୟା ହେଲା ଘରୁ ବାହାରି ଥିଲେ ଚୋରି କରିବା ପାଇଁ । କିନ୍ତୁ ଚୋରି କରୁ କରୁ ଗାଁ ଲୋକଙ୍କ ହାତରେ ଧରା ପଡ଼ିଲେ । ତେବେ ଗାଁ ଲୋକ ଚୋରକୁ ଧରିବା ପରେ କେମିତି ଚୋରି କରନ୍ତି ବୋଲି ପଚାରିଥିଲେ । ବାସ୍‌ ତା ପରେ ଚୋରମାନେ ଚୋରି କରିବା ଦୃଶ୍ୟର ଡେମୋ ଦେଖାଇଥିଲେ ।

ତେବେ ଏଭଳି ଘଟଣା ନୀଳଗିରି ଥାନା ବାଉଁଶବଣିଆ ପଞ୍ଚାୟତ ପଣ୍ଡିତସାହି ଗାଁରେ ଦେଖିବାକୁ ମିଳିଛି । ଏହି ଗାଁରେ ବିଛା ଯାଇଥିବା ପାଣି ପାଇପ୍ ଚାବି ଚୋରି କରିବାକୁ ଆସି ବନ୍ଧା ହୋଇଛନ୍ତି ଦୁଇ ଚୋର । ସୂଚନା ଅନୂସାରେ ବିଳମ୍ୱିତ ରାତିରେ ଦୁଇ ଜଣ ଚୋର ସାଇକେଲ ଖରାପ ହୋଇଥିବା କହି ସ୍ଥାନୀୟ ଜଣଙ୍କ ଘରକୁ ଯାଇ ଦାଆ ମାଗିଥିଲେ। ପରେ ଘର ଲୋକଙ୍କର ଏ ଯୁବକ ଦୁଇ ଜଣଙ୍କ ଉପରେ ସନ୍ଦେହ ହୋଇଥିଲା ତେଣୁ ଘରର ସମସ୍ତେ ଗାଁ ଲୋକଙ୍କୁ ଫୋନ୍ କରି ଡାକିଥିଲେ। ଏଭଳି ଖବର ଜାଣିବା ପରେ ଗାଁ ଲୋକେ ଏକଜୁଟ ହୋଇ ଦୁଇ ଚୋରଙ୍କୁ ଧରିଥିଲେ। ଘଟଣାସ୍ଥଳରେ ଚୋରଙ୍କୁ ଧରିବା ପରେ ସମସ୍ତ ଘଟଣା ସାମ୍ନାକୁ ଆସିଥିଲା । ପରେ ସ୍ଥାନୀୟ ଲୋକମାନେ ପୋଲିସ କୁ ଫୋନ୍ କରି ଘଟଣା ସମ୍ପର୍କରେ ଜଣାଇଥିଲେ। ପୋଲିସ ପହଞ୍ଚିବା ପରେ ଗାଁ ଲୋକେ ଦୁଇ ଚୋରଙ୍କୁ ପୋଲିସର ଜିମା ଦେଇଥିଲେ। ପୋଲିସ ଦୁଇ ଚୋରଙ୍କୁ ବାନ୍ଧି ଥାନାକୁ ଆଣିଥିଲା । ତେବେ ନିଶା ଖାଇବା ପାଇଁ ଏଭଳି ଚୋରି କରିବାକୁ ଉଦ୍ୟମ କରିଥିଲେ ବୋଲି ସର୍ବ ସମ୍ମୁଖରେ ଚୋରମାନେ ମାନିଥିଲେ।

ଚୋରମାନେ ଚୋରି କରିବା ପାଇଁ ବିଭିନ୍ନ ଉପାୟ ଆପଣାନ୍ତି । କିନ୍ତୁ ସାମାନ୍ୟ ନିଶା କରିବା ପାଇଁ ଏଭଳି କାଣ୍ଡ କରିଥିବା ନିଶ୍ଚିତ ଭାବେ ହାସ୍ୟାସ୍ପଦ । ତେବେ ଏ ଚୋରମାନେ ଆଜି ପାଣି ପାଇପ୍‌ ଚାବି ଚୋରି କରିବାକୁ ଆସିଥିଲେ । ଏମିତି ସମୟ ଆସିବ ଏ ଚୋରମାନେ ବଡ଼ ଧରଣର ଚୋରି କରିବାକୁ ବି ପଛାଇବେନି । କାରଣ ନିଶାର ଅଭ୍ୟାସ ଲାଗିଲେ ମଣିଷ କିଛି ବି କରିପାରେ । ଯାହାର ଜ୍ୱଳନ୍ତ ଉଦାହରଣ ଏହି ଘଟଣାରୁ ପ୍ରକାଶ ପାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.