ଆଇପିଏଲ୍‌ ୨୦୨୪ : ସନରାଇଜର୍ସ ହାଇଦ୍ରାବାଦର ନୂଆ ଅଧିନାୟକ ପାଟ କମିନ୍ସ

ପାଟ କମିନ୍ସଙ୍କ ଏତେ କୋଟି ଟଙ୍କାରେ କିଣିଥିବା ସନରାଇଜର୍ସ ହାଇଦ୍ରାବାଦ ନୂଆ ଦାୟିତ୍ୱ ଦେଇଛି । ମାର୍ଚ୍ଚ ୨୨ ତାରିଖରୁ ଆରମ୍ଭ ହେବାକୁ ଥିବା ଆଇପିଏଲ ମ୍ୟାଚ ପାଇଁ ପାଟ କମିନ୍ସଙ୍କୁ ଅଧିନାୟକ କରିଛି ସନରାଇଜର୍ସ ହାଇଦ୍ରାବାଦ । ସନରାଇଜର୍ସ ହାଇଦ୍ରାବାଦ ସୋସିଆଲ ମିଡିଆ ଜରିଆରେ ନୂଆ ଅଧିନାୟକ ଘୋଷଣା କରିଛି ।

ଆଇପିଏଲ ୨୦୨୪ ଆରମ୍ଭ ହେବାକୁ ଆଉ କିଛିଦିନ ବାକି ରହିଛି । ଏହାପୂର୍ବରୁ ସନରାଇଜର୍ସ ହାଇଦ୍ରାବାଦ ଟିମରେ ବଡ ପରିବର୍ତ୍ତନ କରିଛି । ସନରାଇଜର୍ସ ହାଇଦ୍ରାବାଦ ଟିମର ନୂଆ ଅଧିନାୟକ ହୋଇଛନ୍ତି ପାଟ କମିନ୍ସ । ୨୦୨୩ରେ ଦାୟିତ୍ୱ ସମ୍ଭାଳିଥିବା ଏଡନ ମାର୍କରମଙ୍କୁ ଦାୟିତ୍ୱରୁ ମୁକ୍ତି ମିଳିଛି । କମିନ୍ସଙ୍କୁ ହାଇଦ୍ରାବାଦ ଆଇପିଏଲ୍‌ ୨୦୨୪ ମିନି ଅକ୍ସନରେ ୨୦.୫୦ କୋଟି ଟଙ୍କାରେ କିଣିଥିଲା । ଏହି ଦାମ୍‌ ଆଇପିଏଲ୍‌ ଇତିହାସରୁ ସବୁଠାରୁ ଦ୍ୱିତୀୟ ମହଙ୍ଗା ଖେଳାଳି ହୋଇଥିଲେ କମିନ୍ସ ।

ତେବେ କମିନ୍ସଙ୍କ ଏତେ କୋଟି ଟଙ୍କାରେ କିଣିଥିବା ସନରାଇଜର୍ସ ହାଇଦ୍ରାବାଦ ନୂଆ ଦାୟିତ୍ୱ ଦେଇଛି । ମାର୍ଚ୍ଚ ୨୨ ତାରିଖରୁ ଆରମ୍ଭ ହେବାକୁ ଥିବା ଆଇପିଏଲ ମ୍ୟାଚ ପାଇଁ ପାଟ କମିନ୍ସଙ୍କୁ ଅଧିନାୟକ କରିଛି ସନରାଇଜର୍ସ ହାଇଦ୍ରାବାଦ । ସନରାଇଜର୍ସ ହାଇଦ୍ରାବାଦ ସୋସିଆଲ ମିଡିଆ ଜରିଆରେ ନୂଆ ଅଧିନାୟକ ଘୋଷଣା କରିଛି । ସନରାଇଜର୍ସ ହାଇଦ୍ରାବାଦ ପୋଷ୍ଟ କରି ଲେଖିଛି, ଆମ ନୂଆ ଅଧିନାୟକ ପାଟ କମିନ୍ସ ।


ସୂଚନାଯୋଗ୍ୟ, ସନରାଇଜର୍ସ ହାଇଦ୍ରାବାଦ ଆଇପିଏଲ୍‌ ୨୦୨୩ରେ ଏଡନ ମାର୍କରମଙ୍କୁ ଅଧିନାୟକ ଦାୟିତ୍ୱ ଦେଇଥିଲା । କିନ୍ତୁ ଗତ ସିଜନରେ ତାଙ୍କ ପ୍ରଦର୍ଶନ ଏତେ ଭଲ ନଥିଲା । ଟିମ୍‌ ୧୪ଟି ମ୍ୟାଚରୁ ମାତ୍ର ୪ଟି ଲିଗ୍‌ ମ୍ୟା ଜିତିଥିଲା । ଟିମ୍‌ ପଏଣ୍ଟ ତାଲିକାର ସବୁଠାରୁ ତଳେ ଅର୍ଥାତ୍‌ ୧୦ ନଂ ସ୍ଥାନରେ ରହିଥିଲା । ତେଣୁ ଗତ ସିଜନର ରେକର୍ଡ ଦେଖି ମ୍ୟାନେଜମେଣ୍ଟ ଏଭଳି ପରିବର୍ତ୍ତନ କରିଛି । କମିନ୍ସ ବର୍ତ୍ତମାନ ସମୟର ସବୁଠାରୁ ସଫଳ ଅଧିନାୟକ । ତାଙ୍କ ଅଧିନାୟକତ୍ୱରେ ଅଷ୍ଟ୍ରେଲିଆ ୨୦୨୩ ବିଶ୍ୱକପ ଚାମ୍ପିଅନ ହୋଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.