ଅନନ୍ତ ଅମ୍ବାନୀଙ୍କ ହାତଘଣ୍ଟା ଦେଖି ଆଚମ୍ବିତ ହୋଇଗଲେ ମାର୍କ ଜୁକରବର୍ଗଙ୍କ ପତ୍ନୀ, ଦାମ୍‌ ଜାଣିଲେ ଉଡ଼ିଯିବ ହୋଶ୍‌

ଆପଣ ଜାଣନ୍ତି କି, ଅନନ୍ତ ଅମ୍ବାନୀ ପିନ୍ଧିଥିବା ହାତଘଣ୍ଟାର ଦାମ୍‌ କେତେ ? ଏହାର ଦାମ୍‌ ୧୩-୧୪ କୋଟି ଟଙ୍କା କୁହାଯାଇଛି ।

ମୁକେଶ ଓ ନୀତା ଅମ୍ବାନୀଙ୍କ ସାନପୁଅ ଅନନ୍ତ ଓ ରାଧିକାଙ୍କ ପ୍ରି-ୱେଡିଂ ଇଭେଣ୍ଟ୍‌ ଶେଷ ହୋଇଛି । ଇଭେଣ୍ଟ୍‌ ତ ସମାପ୍ତ ହୋଇଯାଇଛି, କିନ୍ତୁ ପ୍ରି-ୱେଡିଂର ଚର୍ଚ୍ଚା ସରିବାକୁ ନାଁ ଧରୁନାହିଁ । ଏହି ଇଭେଣ୍ଟରେ ଦେଶ ଓ ବିଦେଶରୁ ଅନେକ ନାମୀଦାମୀ ଏବଂ ଧନୀ ଲୋକ ସାମିଲ ହୋଇଥିଲେ ।

ପ୍ରି-ୱେଡିଂରେ ଅନନ୍ତ ଅମ୍ବାନୀଙ୍କ ହାତଘଣ୍ଟା ବି ବହୁତ ଚର୍ଚ୍ଚା ସାଉଁଟିଥିଲା । ପ୍ରକୃତରେ, ଇଭେଣ୍ଟ ସମୟରେ ଅନନ୍ତ ଅମ୍ବାନୀଙ୍କ ସହ ମେଟା ସିଇଓ ମାର୍କ ଜୁକରବର୍ଗ ଏବଂ ତାଙ୍କ ପତ୍ନୀ କଥାବାର୍ତ୍ତା କରୁଥିବା ନଜର ଆସିଥିଲେ । ଏହି ସମୟରେ ଜୁକରବର୍ଗଙ୍କ ପତ୍ନୀ ପ୍ରିସିଲା ଚାନ୍‌ ଅନନ୍ତଙ୍କୁ ତାଙ୍କ ହାତଘଣ୍ଟା ବିଷୟରେ ପଚାରିଥିଲେ ।

ଅନନ୍ତ ଅମ୍ବାନୀ କହିଥିଲେ, ଏହି ଘଣ୍ଟା ରିଚାର୍ଡ ମିଲ୍‌ ତିଆରି କରିଛନ୍ତି । ଏହାପରେ ମାର୍କ ଜୁକରବର୍ଗ କହୁଛନ୍ତି, ସେ ବହୁତ ସୁନ୍ଦର ଘଣ୍ଟା ତିଆରି କରନ୍ତି । ପୁଣି ପ୍ରିସିଲା କହୁଛନ୍ତି, ଏହି ଘଣ୍ଟା ବହୁତ କୁଲ୍‌ ଲାଗୁଛି ।

କିନ୍ତୁ ଆପଣ ଜାଣନ୍ତି କି, ଅନନ୍ତ ଅମ୍ବାନୀ ପିନ୍ଧିଥିବା ହାତଘଣ୍ଟାର ଦାମ୍‌ କେତେ ? ଏହାର ଦାମ୍‌ ୧୩-୧୪ କୋଟି ଟଙ୍କା କୁହାଯାଇଛି । ଅନନ୍ତ ଅମ୍ବାନୀଙ୍କ ଘଣ୍ଟାର ଦାମ୍‌ ୧୫,୦୦,୦୦୦ ଆମେରିକୀୟ ଡଲାର । ଏହି ଟଙ୍କାରେ ୭ କୋଟି ଟଙ୍କାର ଦୁଇଟି ରୋଲ୍ସ ରଏସ୍‌ କିଣାଯାଇପାରିବ ।

ମିଡିଆ ରିପୋର୍ଟ ମୁତାବକ, ଅନନ୍ତଙ୍କ ହାତରେ ନଜର ଆସିଥିବା ଏହି ଘଣ୍ଟାକୁ ୨୦୨୧ରେ ଜାରି କରାଯାଇଥିଲା । ଏହି ଘଣ୍ଟା ରୁବିସ୍‌ ଏବଂ ବ୍ଲୁ ସାଫିର୍ସରେ ଆସିଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.