Below header

ଏହି ଉପାୟରେ କରନ୍ତୁ ବିଟ୍‌ର ବ୍ୟବହାର, କେଶ ସମସ୍ୟାରୁ ମିଳିବ ମୁକ୍ତି

ଲୋକମାନେ ବିଭିନ୍ନ ପ୍ରକାରର ଜିନିଷ କେଶ ପାଇଁ ବ୍ୟବହାର କରୁଛନ୍ତି । ବିଟ୍‌ର ବ୍ୟବହାର ଅନେକ ଉପାୟରେ କେଶ ପାଇଁ ଲାଭଦାୟକ ହୋଇଥାଏ । ଏହାର ଆଣ୍ଟିଅକ୍ସିଡାଣ୍ଟ ଗୁଣ କେଶ ଝଡିବା ଏବଂ କେଶକୁ ଧଳା ହେବାରୁ ରୋକିବାରେ ସାହାଯ୍ୟ କରେ । କେବଳ ଏତିକି ନୁହେଁ ବିଟ୍‌କୁ ଆପଣ ନିଜ କେଶ କଲର କରିବାରେ ମଧ୍ୟ ବ୍ୟବହାର କରିପାରିବେ ।

ଆଜିକାଲି ଲୋକମାନଙ୍କ କେଶ ସମସ୍ୟା ବହୁତ ବଢିଯାଇଛି । ସେଥିପାଇଁ ଲୋକମାନେ ବିଭିନ୍ନ ପ୍ରକାରର ଜିନିଷ କେଶ ପାଇଁ ବ୍ୟବହାର କରୁଛନ୍ତି । ବିଟ୍‌ର ବ୍ୟବହାର ଅନେକ ଉପାୟରେ କେଶ ପାଇଁ ଲାଭଦାୟକ ହୋଇଥାଏ । ଏହା ଏକ ପନିପରିବା ଯାହା କେବଳ କେଶର ରଙ୍ଗ କରେ ନାହିଁ ବରଂ ତ୍ୱଚାକୁ ସୁନ୍ଦର କରିବାରେ ଏବଂ ରକ୍ତ ସଞ୍ଚାଳନକୁ ଭଲ କରିବାରେ ମଧ୍ୟ ସାହାଯ୍ୟ କରିଥାଏ । ତେବେ ବିଟ୍‌ରେ ଭିଟାମିନ୍ C, E ଏବଂ କାରୋଟିନ୍ ପରି ଆଣ୍ଟିଅକ୍ସିଡାଣ୍ଟ ଗୁଣ ମିଳିଥାଏ । ଏହାର ଆଣ୍ଟିଅକ୍ସିଡାଣ୍ଟ ଗୁଣ କେଶ ଝଡିବା ଏବଂ କେଶକୁ ଧଳା ହେବାରୁ ରୋକିବାରେ ସାହାଯ୍ୟ କରେ । କେବଳ ଏତିକି ନୁହେଁ ବିଟ୍‌କୁ ଆପଣ ନିଜ କେଶ କଲର କରିବାରେ ମଧ୍ୟ ବ୍ୟବହାର କରିପାରିବେ । ତାହେଲେ ଆସନ୍ତୁ ଜାଣିବା ଯେ ଏହାକୁ କିପରି କେଶରେ ଲଗାଇବା ।

ନଡିଆ ତେଲ ସହିତ ବିଟ୍‌ ରସ ଲଗାନ୍ତୁ :
ଆପଣ ନଡ଼ିଆ ତେଲକୁ ବିଟ୍‌ ସହିତ ମିଶାଇ ଏହାକୁ ନିଜ କେଶରେ ଲଗାଇ ପାରିବେ, ଯାହା ଆପଣଙ୍କ କେଶକୁ ଧଳା ହେବାରୁ ରକ୍ଷା କରିବ । ଏହା ବ୍ୟତୀତ ଏହା ଆପଣଙ୍କ କେଶକୁ ମଧ୍ୟ ହାଇଡ୍ରେଟ୍ କରିପାରେ । ସେଥିପାଇଁ ଏହାକୁ ତିଆରି କରିବା ପାଇଁ ପ୍ରଥମେ ଆପଣ ବିଟ୍‌କୁ ଗ୍ରାଇଣ୍ଡି କରି ଏହାର ରସ ବାହାର କରିଦିଅନ୍ତୁ । ଏହା ପରେ ସେଥିରେ ୩ ଟେବୁଲ୍ ଚାମଚ ନଡ଼ିଆ ତେଲ ମିଶାନ୍ତୁ । ତାପରେ ଏହି ମିଶ୍ରଣକୁ ଆପଣଙ୍କ କେଶରେ ଲଗାନ୍ତୁ ଏବଂ ଏହାକୁ ଏକ ଘଣ୍ଟା ପାଇଁ ଛାଡିଦିଅନ୍ତୁ । ଯଦି ଆପଣ ନିଜ କେଶକୁ ହାଲକା ନାଲି ରଙ୍ଗ କରିବାକୁ ଚାହୁଁଛନ୍ତି ତେବେ ଏହାକୁ ୨ ଘଣ୍ଟା ଛାଡିଦିଅନ୍ତୁ । ଦେଖିବେ ଆପଣଙ୍କ କେଶ ହାଲକା ନାଲ ରଙ୍ଗ ହୋଇଯିବ । ଏହା ସହ ଧ୍ୟାନ ରିଖିବେ ଯେ ଆପଣଙ୍କ କେଶକୁ ଖାଲି ପାଣିରେ ଧୋଇ ଦେବେ, ସାମ୍ପୁର ବ୍ୟବହାର କରିବେ ନାହିଁ ।

ଯଦି ଆପଣ ନିଜ କେଶରେ ଏହି କଲରକୁ ଅଧିକ ଦିନ ରଖିବାକୁ ଚାହୁଁଛନ୍ତି, ତାହେଲେ ଆପଣ ଗାଜର ଏବଂ ବିଟ୍‌ ରସ ସହିତ ଚିନି ମିଶାଇ ପାରିବେ । ଆପଣ ସେହି ରସରେ ୨ ଟେବୁଲ ଚାମଚ ଚିନି ମିଶାଇ କିଛି ସମୟ ରଖିଦେବେ । ଏହା ପରେ ସେହି ପେଷ୍ଟକୁ ଗରମ କରିଦେବେ । ଏହା ସହ ଧ୍ୟାନ ରଖିବେ ଯେ ଏହି ପେଷ୍ଟକୁ ଆପଣ ଅଳ୍ପ ପତଳା ରଖିବେ । ଏହାପରେ ଏହାକୁ କେଶରେ ଲଗାଇବେଦେ । ତାପରେ ଏହାକୁ ୧ ଘଣ୍ଟା ପାଇଁ ନିଜ କେଶରେ ଛାଡି ଦେବେ ଏବଂ ପରେ କେଶକୁ ଭଲ ଭାବେ ଧୋଇ ଦେବେ । ଯଦି ଆପଣ ଏପରି କିଛି ଦିନ କରିବେ ତାହେଲେ ଦେଖିବେ ଯେ କିପରି ଆପଣଙ୍କ କେଶ ଝଡିବା କମ୍‌ ହେବା ସହ ହାଲକା ନାଲି କଲର ମଧ୍ୟ ହୋଇଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.