ଦୀର୍ଘ ୩୦ ଦିନ ହେଲା ଧାରଣାରେ ବସିଛନ୍ତି ପ୍ରାଣୀ ପ୍ରାଣୀ ଚିକିତ୍ସକ, ଯାହାକୁ ନେଇ ଚିନ୍ତାରେ ଗୋପାଳକ

ଦିନେକି ଦୁଇଦିନ ନୁହେଁ ଆଜକୁ ଦୀର୍ଘ ୩୦ ଦିନ ହେଲା ଧାରଣାରେ ବସିଛନ୍ତି ପ୍ରାଣୀ ଚିକିତ୍ସାଳୟରେ କାର୍ଯ୍ୟରତ ଡାକ୍ତର । ଓଡିଶା ପ୍ରାଣୀ ସେବାସଂଘ ଡାକରାରେ ୪ଦଫା ଦାବୀ ପୁରଣ ନେଇ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସାଳୟ ଆଗରେ ଧାରଣା ଦେଇଛନ୍ତି । ଦାବୀ ପୁରଣ କରାନହେବା ପର୍ଯ୍ୟନ୍ତ ଧାରଣାରୁ ଓହରିବୁ ନାହିଁ ବୋଲି ଚେତାବନୀ ଦେଇଥିବାବେଳେ ଠପ୍ ହୋଇଯାଇଛି ପ୍ରାଣୀ ଚିକିତ୍ସା ସେବା ।

ଦିନେକି ଦୁଇଦିନ ନୁହେଁ ଆଜକୁ ଦୀର୍ଘ ୩୦ ଦିନ ହେଲା ଧାରଣାରେ ବସିଛନ୍ତି ପ୍ରାଣୀ ଚିକିତ୍ସାଳୟରେ କାର୍ଯ୍ୟରତ ଡାକ୍ତର । ଓଡିଶା ପ୍ରାଣୀ ସେବାସଂଘ ଡାକରାରେ ୪ଦଫା ଦାବୀ ପୁରଣ ନେଇ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସାଳୟ ଆଗରେ ଧାରଣା ଦେଇଛନ୍ତି । ଦାବୀ ପୁରଣ କରାନହେବା ପର୍ଯ୍ୟନ୍ତ ଧାରଣାରୁ ଓହରିବୁ ନାହିଁ ବୋଲି ଚେତାବନୀ ଦେଇଥିବାବେଳେ ଠପ୍ ହୋଇଯାଇଛି ପ୍ରାଣୀ ଚିକିତ୍ସା ସେବା । ଚିକିତ୍ସାସେବାରୁ ବଞ୍ଚିତ ଗୋରୁ ଗାଇଙ୍କ ମୃତ୍ୟୁ ହୋଇଯାଉଛି । ଯାହାକୁ ନେଇ ଚିନ୍ତାରେ ଗୋପାଳକ । ପ୍ରାଣୀ ଚିକିତ୍ସକ ନଥିବାରୁ ଅଫିସ ଆଗରେ ଛିଡାହୋଇଛି ଭ୍ରାମ୍ୟମାଣ ପ୍ରାଣୀ ଚିକିତ୍ସା ସେବାରେ ବ୍ୟବହୃତ ହେଉଥିବା ଆମ୍ୱୁଲାନ୍ସ ।

ସେପଟେ ଅଫିସ ଭିତରେ ବି ଡାକ୍ତରଙ୍କ ଚୈାକି ମେଲା ପଡିଛି । ଜନଶୂନ୍ୟ ପ୍ରାୟ ଅଫିସକୁ ଆସୁନାହାନ୍ତି ଚାଷୀ । କାରଣ ଚାରି ଦଫା ଦାବୀ ପୁରଣ ଦାବୀରେ ପ୍ରାଣୀ ଚିକିତ୍ସକମାନେ ୧୮ ତାରିଖରୁ ଧାରଣାରେ ବସିବା ସହିତ ସାମୁହିକ ଛୁଟିରେ ରହିଛନ୍ତି । ଫଳରେ ଠପ ହୋଇଯାଇଛି ପ୍ରାଣୀ ଚିକିତ୍ସା । ପ୍ରାଣୀ ଚିକିତ୍ସକମାନେ ଦିର୍ଘ ୨୨-୨୩ ବର୍ଷ ଧରି କାମ କରିଆସୁଥିବା ବେଳେ ପଦୋନ୍ନତି ନ ମିଳିବା, ଓଡିଶା ପ୍ରାଣୀ ଚିକିତ୍ସକମାନଙ୍କୁ କେନ୍ଦ୍ରୀୟ ହାରରେ ଦରମା ପ୍ରଦାନ କରିବାସହ କେନ୍ଦ୍ର ସରକାରଙ୍କ ଅଧିନରେ କାର୍ଯ୍ୟରତ ଡାକ୍ତରଙ୍କ ସହ ସମାନ ହାରରେ ଏନପିଏ ପ୍ରଦାନ କରିବା ନେଇ ଧାରଣା ଯାରି ରଖିଛନ୍ତି ।

ଯାହା ଫଳରେ ସାଧାରଣ ଚାଷୀଟିଏ ମଝିରେ ପଡି ପେଶି ହେଉଛି । ଏହାର ତୁରନ୍ତ ସମାଧାନ କରାଯାଇ ଚାଷୀମାନେ ପାଳନ କରୁଥିବା ପ୍ରାଣୀମାନଙ୍କୁ ଉପଯୁକ୍ତ ଚିକିତ୍ସା ଯୋଗାଇ ଦେବାକୁ ଦାବି କରିଛନ୍ତି । ଚାଷୀଙ୍କ ଆୟ ବହୁ ଗୁଣିତ କରିବା ଲକ୍ଷ୍ୟରେ ଉପାଦନ ଏବଂ ଉପାଦକ ବୃଦ୍ଧି ମାଧ୍ୟମରେ ଅଗ୍ରଣୀ ଚାଷୀ, ଯୁବ ଉଦ୍ୟୋଗୀ, ସ୍ଵୟଂସହାୟକ ଗୋଷ୍ଠୀ ମାଧ୍ୟମରେ ଗୋପାଳନ, କୁକୁଡା ପାଳନ, ଛେଳିଚାଷ, ମେଣ୍ଢା ପାଳନ ଆଦି କରାଯାଉଛି । ସେମାନଙ୍କର ସ୍ଵାସ୍ଥ୍ୟବସ୍ଥା କିଭଳି ଠିକ ରହିବ ସେନେଇ ପ୍ରାଣୀ ଚିକିତ୍ସାଳୟ କରାଯାଇଥିବା ବେଳେ ଆଜକୁ ଦୀର୍ଘ ୩୦ଦିନ ହେଲା ଧାରଣାରେ ବସିଛନ୍ତି ପ୍ରାଣୀ ଚିକିତ୍ସକ ।

ଜିଲ୍ଲାର ୬ଟି ବ୍ଲକର ୨୮ ଜଣ ପ୍ରାଣୀ ଚିକିତ୍ସକ ଧାରଣା ଦେବା ଫଳରେ ଠପ ହୋଇ ଯାଇଛି ପ୍ରାଣୀଙ୍କ ଚିକିତ୍ସା । ଏନେଇ ଚାଷୀମାନେ ପ୍ରାଣୀ ଚିକିତ୍ସାଳୟକୁ ଆସି ଗୁହାରି କଲେ ମଧ୍ୟ କେହି ଶୁଣୁ ନଥିବାରୁ ଚାଷୀମାନେ ଚିନ୍ତାରେ ପଡିଛନ୍ତି । ଜିଲ୍ଲାର ପାଳନ କରୁଥିବା କୁକୁଡା, ଗୋରୁ ଗାଈଙ୍କ ଚିକିସା ଅଭାବରୁ ମୃତ୍ୟୁ ହେଉଥିବା ଚାଷୀମାନେ ଅଭିଯୋଗ କରିଛନ୍ତି । ଜିଲ୍ଲାରେ ଦୀର୍ଘ ଦିନ ଧରି ପ୍ରାଣୀସେବା ଠପ ହୋଇଯାଇଥିବା ବେଳେ କେବେ ପ୍ରାଣୀ ଚିକିତ୍ସକଙ୍କ ଦାବୀ ପୁରଣ ହେବ ଏବଂ ଉପଯୁକ୍ତ ସ୍ଵାସ୍ଥ୍ୟ ସେବା ଯୋଗାଇ ଦିଆଯିବ ତାହା ଦେଖିବା ବାକି ରହିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.