UPSC ସିଭିଲି ସର୍ଭିସ ପରୀକ୍ଷା ପାଇଁ ଆବେଦନ ଆରମ୍ଭ, ୧୦୫୬ ପଦବୀ ପାଇଁ ହେବ ପରୀକ୍ଷା

ଏହି ପରୀକ୍ଷା ଅଧିନରେ IAS, IPS, IFS , IRS ପଦବୀରେ ନିଯୁକ୍ତି ହେବ । ପରୀକ୍ଷା ଦେଶର ୮୦ ସହରରେ ଆୟୋଜିତ ହେବ । ଇଚ୍ଛୁକ ପ୍ରାର୍ଥୀ ଅଫିସିଆଲ ୱେବସାଇଟ upsc.gov.in କୁ ଯାଇ ଆବେଦନ କରିପାରିବେ । ଏହି ଭର୍ତ୍ତି ପାଇଁ ସେପ୍ଟେମ୍ବର ୨୦ ତାରିଖରୁ ପରୀକ୍ଷା ହେବ ।

ୟୁପିଏସସି ସିଭିଲି ସର୍ଭିସ ପ୍ରିଲମ୍ସ ପରୀକ୍ଷା ୨୦୨୪ ପାଇଁ ଆଜିଠାରୁ ରେଜିଷ୍ଟ୍ରେସନ ହେଉଛି । ଇଚ୍ଛୁକ ପ୍ରାର୍ଥୀ ଅଫିସିଆଲ ୱେବସାଇଟ upsc.gov.in କୁ ଯାଇ ଆବେଦନ କରିପାରିବେ । ଏହି ଭର୍ତ୍ତି ପାଇଁ ସେପ୍ଟେମ୍ବର ୨୦ ତାରିଖରୁ ପରୀକ୍ଷା ହେବ । ଏହି ପରୀକ୍ଷା ଅଧିନରେ IAS, IPS, IFS , IRS ପଦବୀରେ ନିଯୁକ୍ତି ହେବ । ପରୀକ୍ଷା ଦେଶର ୮୦ ସହରରେ ଆୟୋଜିତ ହେବ ।

ପଦବୀ ବିବରଣୀ : ୧୦୫୬

ଜରୁରୀ ପରୀକ୍ଷା : ରେଜିଷ୍ଟ୍ରେସନ ୧୪ ଫେବୃଆରୀରୁ ଆରମ୍ଭ ହୋଇଥିବା ବେଳେ ପରୀକ୍ଷା ୨୦ ସେପ୍ଟେମ୍ବର ୨୦୨୪ ରେ ହେବ ।

ଶିକ୍ଷାଗତ ଯୋଗ୍ୟତା : ଇଚ୍ଛୁକ ପ୍ରାର୍ଥୀ ମାନ୍ୟତାପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ ଗ୍ରାଜୁଏସନ ଡିଗ୍ରୀ କରିଥିବା ଜରୁରୀ । ବ୍ୟାଚଲର ଡିଗ୍ରୀର ଶେଷ ପରୀକ୍ଷା ଦେଉଥିବା ଛାତ୍ରଛାତ୍ରୀ ମଧ୍ୟ ଆବେଦନ କରିପାରିବେ ।

ବୟସ ସୀମା : ୨୧ ରୁ ୩୨ ବର୍ଷ । ତେବେ ସଂରକ୍ଷିତ ବର୍ଗ ପ୍ରାର୍ଥୀଙ୍କୁ ସର୍ବାଧିକ ବୟସ ସୀମାରେ ଛାଡ ମିଳିବ ।

ଦରମା : ଚୟନିତ ପ୍ରାର୍ଥୀଙ୍କୁ ଆଇଏଏସ ଅଫିସର ପଦବୀ ପାଇଁ ୫୬,୧୦୦ରୁ ୧,୩୨,୦୦୦ ଟଙ୍କା ପ୍ରତିମାସ ଦରମା ମିଳିବ । କ୍ୟାବିନେଟ ସେକ୍ରେଟେରିଏଟ ପାଇଁ ୨,୫୦,୦୦୦ ଦରମା ମିଳିବ ।

ଚୟନ ପ୍ରକ୍ରିୟା : ପ୍ରିଲିମ୍ସ ପରୀକ୍ଷା, ମେନ୍‌ ପରୀକ୍ଷା, ଇଣ୍ଟରଭ୍ୟୁ ।

ଆବେଦନ ଶୁଳ୍କ : ମହିଳା/ଅନୁସୂଚିତ ଜାତି/ଜନଜାତି/ଦିବ୍ୟାଙ୍ଗ ନିଶୁଳ୍କ ଆବେଦନ କରିପାରିବେ । ଅନ୍ୟମାନେ ୧୦୦ ଟଙ୍କା ଦେବାକୁ ହେବ ।

କେମିତି କରିବେ ଆବେଦନ :

ଇଚ୍ଛୁକ ପ୍ରାର୍ଥୀ ଅଫିସିଆଲ ୱେବସାଇଟ upsconline.nic.in କୁ ଯାଆନ୍ତୁ ।
ହୋମପେଜରେ ୟୁପିଏସସି ଆପ୍ଲିକେସନ ଫର୍ମ ୨୦୨୪ ଲିଙ୍କ ଉପରେ କ୍ଲିକ୍‌ କରନ୍ତୁ ।
ନୂଆ ରେଜିଷ୍ଟ୍ରେସନ କରିବା ପରେ ରେଜିଷ୍ଟ୍ରେସନ କରନ୍ତୁ । ଏହାପରେ ପୋର୍ଟାଲ ଇମେଲ ଆଇଡି, ମୋବାଇଲ ନମ୍ବର, ୟୁଜର ଆଇଡି ଏବଂ ପାସଓ୍ଵାର୍ଡ ଦେଇ ଲଗଇନ୍‌ କରନ୍ତୁ ।
ଏହାପରେ ସମସ୍ତ ଜରୁରୀ ଦସ୍ତାବିଜ ଦିଅନ୍ତୁ ।
ପାସପୋର୍ଟ ଆକାର ପାଇଁ ଫଟୋ ଏବଂ ଦସ୍ତଖତର ସ୍କାନର କପି ଅପଲୋଡ କରନ୍ତୁ ।
ଆବେଦନ ଶୁଳ୍କ ଭରନ୍ତୁ ।

ଅଧିକ ଜାଣିବା ପାଇଁ ଅଫିସିଆଲ ୱେବସାଇଟ ଚେକ୍‌ କରନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.