FIH ପ୍ରୋ ଲିଗ: ନେଦରଲାଣ୍ଡସ ଠାରୁ ହାରିଲା ଭାରତୀୟ ମହିଳା ଟିମ୍

ଦ୍ବିତୀୟ ମ୍ୟାଚରେ ଘରୋଇ ଭାରତୀୟ ଦଳ ନେଦରଲାଣ୍ଡସ ଠାରୁ ୧-୦ ଗୋଲରେ ହାରି ଯାଇଛି ଭାରତ । ଭାରତର ଏହା ଲଗାତାର ଦ୍ବିତୀୟ ଏବଂ ଲିଗରେ ପଞ୍ଚମ ପରାଜୟ ।

ରାଉରକେଲା (କେନ୍ୟୁଜ): ଭୁବନେଶ୍ବର ପରାଜୟର ପ୍ରତିଶୋଧ ରାଉରକେଲାରେ । ରାଉରକେଲାରେ ଚାଲିଥିବା ମହିଳା ହକି ପ୍ରୋ ଲିଗରେ ଚୀନକୁ ୨-୦ ଗୋଲରେ ହରାଇଛି ଅଷ୍ଟ୍ରେଲିଆ । ପୂର୍ବ ମ୍ୟାଚରେ କଳିଙ୍ଗ ଷ୍ଟାଡିୟମରେ ଚୀନ ଠାରୁ ପରାସ୍ତ ହୋଇଥିଲା ଅଷ୍ଟ୍ରେଲିଆ ଦଳ । ତେବେ ଗତକାଲି ରାଉରକେଲାରେ ଚମତ୍କାର ଖେଳ ଦେଖାଇ ବିଜୟୀ ହୋଇଛି ।

ଦ୍ବିତୀୟ ମ୍ୟାଚରେ ଘରୋଇ ଭାରତୀୟ ଦଳ ନେଦରଲାଣ୍ଡସ ଠାରୁ ୧-୦ ଗୋଲରେ ହାରି ଯାଇଛି । ଭାରତର ଏହା ଲଗାତାର ଦ୍ବିତୀୟ ଏବଂ ଲିଗରେ ପଞ୍ଚମ ପରାଜୟ । ପରାଜୟ ନେଇ ଦଳର ଖେଳାଳି ଏବଂ କୋଚ୍ କହିଛନ୍ତି ଯେ ଆମେ ଭଲ ଖେଳୁଛି କିନ୍ତୁ ସୁଯୋଗଗୁଡ଼ିକୁ ଗୋଲରେ ବଦଳାଇପାରୁନହିଁ । ଏହାକୁ ଆମେ ସୁଧାରିବୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.