ସାରା ବିଶ୍ୱ ଦେଖିଲା ଚଳିତବର୍ଷର ଶେଷ ଚନ୍ଦ୍ର ଗ୍ରହଣ, ମହାକାଶରେ ଏକ ଘଣ୍ଟା ୧୫ ମିନିଟ୍‌ ଧରି ଚାଲିଲା ଛାଇ-ଆଲୁଅର ଖେଳ

ଭୁବନେଶ୍ୱର (କେନ୍ୟୁଜ): ମହାକାଶରେ ମହାଜାଗତିକ ଦୃଶ୍ୟ । ଆକାଶରେ ଛାଇ ଆଲୁଅର ଖେଳ । ସାରା ବିଶ୍ୱ ଦେଖିଲା ଚଳିତବର୍ଷର ଶେଷ ଚନ୍ଦ୍ର ଗ୍ରହଣ । ଏହା ଭାରତ ସମେତ ଉତ୍ତରପୂର୍ବ ୟୁରୋପ, ଏସିଆ, ଅଷ୍ଟ୍ରେଲିଆ, ପ୍ରଶାନ୍ତ ମହାସାଗର, ଭାରତ ମହାସାଗର ସମେତ ବିଶ୍ୱର ଅନେକ ସ୍ଥାନରେ ଦୃଶ୍ୟମାନ ହୋଇଛି । ଅରୁଣାଚଳ ପ୍ରଦେଶର ଇଟାନଗରେ ପ୍ରଥମେ ଦେଖାଯାଇଥିଲା । ସେହିପରି କୋଲକାତା , କୋହିମା, ପାଟଣା, ରାଞ୍ଚି ଓ ଇଟାନଗରେ ଏହା ଦେଖାଯାଇଛି ।

ମହାଜାଗତିକ ଦୃଶ୍ୟ ସନ୍ଧ୍ୟା ୫ଟା ୫ ମିନିଟ୍‌ ୫୯ ସେକେଣ୍ଡଠାରୁ ସନ୍ଧ୍ୟା ୬ଟା ୧୮ ମିନିଟ୍‌ ୪୭ ସେକେଣ୍ଡ ପର୍ଯ୍ୟନ୍ତ ଦୃଶ୍ୟମାନ ହୋଇଥିଲା । ରାଜ୍ୟର ଭୁବନେଶ୍ୱର, ପୁରୀ ବ୍ୟତୀତ ବିଭିନ୍ନ ସହରରେ ଚନ୍ଦ୍ରଗ୍ରହଣ ଦେଖି ହୋଇଛି । ଭୁବନେଶ୍ୱରରେ ସନ୍ଧ୍ୟା ୦୫ଟା.୦୬ରୁ ୬ଟା.୧୯ ପର୍ଯ୍ୟନ୍ତ ପୂର୍ଣ୍ଣ ଚନ୍ଦ୍ର ଗ୍ରହଣ ଦୃଶ୍ୟମାନ ହୋଇଥିଲା । ଚନ୍ଦ୍ରଗ୍ରହଣ ଅପରାହ୍‌ଣ ୨ଟା ୩୮ ମିନିଟ୍‌ ୧୪ ସେକେଣ୍ଡରୁ ଗ୍ରହଣ ସ୍ପର୍ଶ ଆରମ୍ଭ ହୋଇଥିଲା । ସନ୍ଧ୍ୟା ୬ଟା ୧୯ରେ ହୋଇଛି ସର୍ବମୋକ୍ଷ । ଏହି ସମୟରେ ପାକ ତ୍ୟାଗ ସହ ଦେବନୀତି ନିଷେଧ ରହିଛି । ଚନ୍ଦ୍ର ଓ ସୂର୍ଯ୍ୟ ମଝିରେ ପୃଥିବୀ ଏକ ସରଳରେଖାରେ ରହିଲେ ଚନ୍ଦ୍ର ଗ୍ରହଣ ହୋଇଥାଏ । ଆସନ୍ତା ୨୦୨୫ ସେପ୍ଟେମ୍ବର ୭ ତାରିଖରେ ପରବର୍ତ୍ତୀ ପୂର୍ଣ୍ଣ ଚନ୍ଦ୍ର ଗ୍ରହଣ ହେବ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.