ଘଟଗାଁ : ବରିଷ୍ଠ ନାଗରିକଙ୍କ ଘରୁ ଦିନ ଦ୍ବିପହରେ ସୁନା ଗହଣା ଏବଂ ଟଙ୍କା ଲୁଟିନେଲେ ଦୁର୍ବୁତ

ଘଟଗାଁ(କେନ୍ୟୁଜ୍) : ଘଟଗାଁ ଥାନା ଅନ୍ତର୍ଗତ ଉପରଡିହା ଗ୍ରାମରେ ଦିନି ଦିପହରେ ଘରର କବାଟ ଭାଙ୍ଗି ସୁନା ଗହଣା ସହ ଟଙ୍କା ଲୁଟିନେଲେ ଦୁର୍ବୁତ । ସୂଚନା ଅନୁଯାୟୀ ଉପରଡିହା ଗ୍ରାମର ସରତ ଚନ୍ଦ୍ର ପାଣି ତାଙ୍କ ପତ୍ନୀଙ୍କ ସହ ସମୟ ପାଖାପାଖି ୧୦ଟାରେ ତାରିଣୀ ମନ୍ଦିରକୁ ଯାଇଥିଲେ । ଏହି ସମୟରେ ଘରେ କେହି ନଥିବା ବେଳେ ଏହାର ସୁଯୋଗ ନେଇ ଦୁର୍ବୁତ ମାନେ ଘର ପଛପଟ କବାଟ ଭାଙ୍ଗି ଘର ଭିତରେ ପ୍ରବେଶ ଘରର ଆଲମାରି ଭାଙ୍ଗି ସୁନା ଗହଣା ସହ ଟଙ୍କା ନେଇଯାଇଥିଲେ ।

ମନ୍ଦିର ଦର୍ଶନ ସାରି ଘରକୁ ଫେରି ଆଲମାରି ଓ କବାଟ ଭାଙ୍ଗା ଯାଇଥିବାର ଦେଖି ସରତ ଚନ୍ଦ୍ର ପାଣି ସଙ୍ଗେ ସଙ୍ଗେ ପୋଲିସ ନିକଟରେ ଅଭିଯୋଗ କରିଥିଲେ । ଅଭିଯୋଗ ପାଇବା ପରେ ଘଟଣା ସ୍ଥଳରେ ଏସଆଇ ବିଶ୍ୱଜିତ ବେହେରା ଓ ସାଇଣ୍ଟିଫିକ ଟିମଙ୍କ ସହ ସନ୍ଧାନି କୁକୁର ପହିଂଚି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି । ସରତ ଚନ୍ଦ୍ରଙ୍କ କହିବା ଅନୁଯାୟୀ ୧୦୦ ଗ୍ରାମ ସୁନା ଗହଣା ଓ ୫୦ହଜାର ଟଙ୍କା ଦୁର୍ବୁତ ମାନେ ଲୁଟି ନେଇଛନ୍ତି । ତେବେ ଦିନ ଦିପରେ ପୋଲିସକୁ ଚ୍ୟଲେଞ ଦେଇ ଦୁର୍ବୁତ ମାନେ ଏହି କାଣ୍ଡ ବିହାଇଥିବା ବେଳେ ଏଥିପ୍ରତି ପୋଲିସ କଣ ପଦକ୍ଷେପ ଗ୍ରହଣ କରୁଛି ତାହା ଦେଖିବାକୁ ବାକି ରହିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.