Below header

ବିଦ୍ୟୁତ୍ ସଂଯୋଗ ନାହିଁ, ପାଖଆଖରେ ତାର ବି ନାହିଁ: ହେଲେ ମାସକୁ ମାସ ଆସିଚାଲିଛି ବିଲ୍‌

ଆନନ୍ଦପୁର(କେନ୍ୟୁଜ୍):ଘରକୁ ବିଦ୍ୟୁତ ସଂଯୋଗ ନାହିଁ, ପାଖଆଖରେ ବିଦ୍ୟୁତ ତାର ମଧ୍ୟ ନାହିଁ, ହେଲେ ମାସକୁ ମାସ ବିଦ୍ୟୁତ ବିଲ୍‌ ଆସିବାରେ ହେଳା ହେଉନି । ଏଭଳି ଘଟଣା କୌଣସି ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ନୁହେଁ ବରଂ ଆନନ୍ଦପୁର ପୌରପରିଷଦ ୧୫ ନମ୍ବର ୱାର୍ଡର ମଇନା ଟୁଡୁଙ୍କ କ୍ଷେତ୍ରରେ ଘଟିଛି ।

ମଇନା ଜଣେ ବିଧବା ମହିଳା ହୋଇଥିବା ବେଳେ ନା ଘରକୁ ଯାଇଛି ବିଦ୍ୟୁତ ସଂଯୋଗ, ନା ଘର ନିକଟରେ ଅଛି ବିଦ୍ୟୁତ ତାର, ତଥାପି ମାସକୁ ମାସ ବିଦ୍ୟୁତ ବିଲ୍‌ ଆସି ୮ ହଜାର ପାର ହେଲାଣି । ଯାହାକୁ ନେଇ ଚିନ୍ତାରେ ମହିଳା ଜଣକ । ଯାହାକୁ ନେଇ ମଇନା ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ କେହି ଶୁଣୁନଥିବା ଅଭିଯୋଗ କରିଛନ୍ତି । ଅନ୍ୟପକ୍ଷରେ ତୁରନ୍ତ ସମସ୍ୟାର ସମାଧାନ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି, ବିଦ୍ୟୁତ ବିଭାଗର ନିର୍ବାହୀ ଯନ୍ତ୍ରୀ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.