ଜୁନ ୧ରୁ ସେପ୍ଟେମ୍ବର ୨୮ ମଧ୍ୟରେ ରାଜ୍ୟରେ ୧୧୮୦.୧ ମିମି ବର୍ଷା ରେକର୍ଡ, ଆଜି ୧୨ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ବର(କେନ୍ୟୁଜ୍): ପାର୍ବଣକୁ ଫିକା କରିବ ବର୍ଷା। ଅକ୍ଟୋବର ୧ତାରିଖରୁ ଘୂର୍ଣ୍ଣିବଳୟ ପ୍ରଭାବରେ ହେବ ବର୍ଷା। ଉତ୍ତର-ପୂର୍ବ ତତ୍‌ସଂଲଗ୍ନ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳକୁ ଏକ ଘୂର୍ଣ୍ଣିବଳୟ ପ୍ରବେଶ କରିବାର ସମ୍ଭାବନା ରହିଛି । ପ୍ରଭାବରେ ଅକ୍ଟୋବରୁ ୧ରୁ ଉତ୍ତର-ଉପକୂଳରେ ବଢ଼ିବ ବର୍ଷାର ପରିମାଣ ।

ଅକ୍ଟୋବର ୨ରେ ବଢ଼ିବ ବର୍ଷାର ବିସ୍ତତି । ସମ୍ପୂର୍ଣ୍ଣ ଉପକୂଳ ଓଡ଼ିଶା ପ୍ରଭାବିତ ହେବ । ୧ତାରିଖରେ ଉତ୍ତର ଉପକୂଳ ଓଡ଼ିଶାରେ ଓ ଅନ୍ୟ ଅଞ୍ଚଳରେ କିଛି କିଛି ସ୍ଥାନରେ ପ୍ରବଳ ବର୍ଷାର ପୂର୍ବାନୁମାନ ହୋଇଛି। ପ୍ରବଳ ବର୍ଷା ପାଇଁ ଆଜି ୧୨ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି।

ସେହିପରେ ୨ତାରିଖରେ ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାର ୧୫ଟି ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଭୁୁବନେଶ୍ୱର ପାଣିପାଗ କେନ୍ଦ୍ର। ଚଳିତ ମୌସୁମୀ ଋତୁରେ ଜୁନ ୧ରୁ ସେପ୍ଟେମ୍ବର ୨୮ ତାରିଖ ମଧ୍ୟରେ ରାଜ୍ୟରେ ୧୧୮୦.୧ ମିମି ବର୍ଷା ରେକର୍ଡ ହୋଇଛି।

ଏହି ସମୟ ମଧ୍ୟରେ ସ୍ୱାଭାବିକ ବୃଷ୍ଟିପାତ ୧୧୩୮.୯ ମିମି ଠାରୁ ୪ ପ୍ରତିଶତ ଅଧିକ ବର୍ଷା ହୋଇଛି। ୪ଟି ଜିଲ୍ଲାରେ ଅଧିକ ବର୍ଷା ହୋଇଥିବା ବେଳେ ଗୋଟିଏ ଜିଲ୍ଲା ଭଦ୍ରକରେ ନିଅଣ୍ଟିଆ ଓ ଅନ୍ୟ ୨୫ଟି ଜିଲ୍ଲାରେ ସ୍ୱାଭାବିକ ବର୍ଷା ରେକର୍ଡ ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.