ଓଲଟପୁର ନିରତାର ହସ୍ପିଟାଲର ପାରିପାର୍ଶ୍ୱିକ ଅଞ୍ଚଳର ହେବ ବିକାଶ, ପରିଦର୍ଶନ କଲେ ଫାଇଭ ଟି ସଚିବ

କଟକ(କେନ୍ୟୁଜ୍):  କଟକ ଜିଲ୍ଲା ଓଲଟପୁର ସ୍ଥିତ ନିରତାର ହସ୍ପିଟାଲର ପାରିପାର୍ଶ୍ୱିକ ଅଞ୍ଚଳର ବିକାଶ ହେବ । ନିଆଳି ଓଲଟପୁର ରାସ୍ତା ଦୁଇ ଥାକିଆ ହେବ । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ଆଜି ଓଲଟପୁର ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି ଉନ୍ନୟନ କମିଶନର ପ୍ରଦୀପ ଜେନା ଓ ଫାଇଭ୍‌ ଟି ସଚିବ ଭି. କେ. ପାଣ୍ଡିଆନ୍‌ । ରୋଗୀମାନେ କିଭଳି ସୁବିଧାରେ ନିରତାରରେ ସ୍ୱାସ୍ଥ୍ୟସେବା ପାଇପାରିବେ ସେନେଇ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଥିଲା । ଉନ୍ନୟନ କମିଶନର ଓ ଫାଇଭ୍‌ ଟି ସଚିବ ନିରତାରରେ ବିଭିନ୍ନ ଓ୍ଵାର୍ଡ ବୁଲି ଦେଖିବା ସହ ରୋଗୀଙ୍କୁ ସୁବିଧା ଅସୁବିଧା ପଚାରି ବୁଝିଥିଲେ । ସ୍ଥାନୀୟ ଲୋକ ସହ ବି କରିଥିଲେ ଆଲୋଚନା ।

nirtar hospital

ରୋଗୀମାନେ ଯେଭଳି ସୁବିଧାରେ ହସ୍ପିଟାଲରେ ପହଞ୍ଚିପାରିବେ ସେଥିପାଇଁ ନିଆଳି ଅଡଶପୁର ରାସ୍ତାର ବୋଇରାଇ ଛକଠାରୁ ଓଲଟପୁର ନିରତାର ଯାଏ ରାସ୍ତାକୁ ଦୁଇ ଥାକିଆ କରାଯିବ । ନିରତାର ହସ୍ପିଟାଲର ପାର୍ଶ୍ୱବର୍ତ୍ତୀ ଜମି ଅଧିଗ୍ରହଣ କରି ସେହି ଅଞ୍ଚଳର ବିକାଶ କରାଯିବ । ହଷ୍ଟେଲର ବି ଉନ୍ନତି କରାଯିବ । ଓଲଟପୁର ଗସ୍ତ ସମୟରେ ଉନ୍ନୟନ କମିଶନର ଓ ଫାଇଭ ଟି ସଚିବଙ୍କ ସହ ପୂର୍ତ୍ତ ସଚିବ ବୀରବିକ୍ରମ ଯାଦବ, କଟକ ଜିଲ୍ଲାପାଳ ଓ ପୂର୍ତ୍ତ ବିଭାଗର ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.