Below header

ଦୀର୍ଘ ୫୦୦ ଦିନ ହେଲା ଏମାନେ ଭୋକିଲା ପେଟରେ ଦେଉଛନ୍ତି ଆହାର

ଏମାନେ ଖରା ବର୍ଷା ଶୀତ କାକର ସବୁଦିନ ଭୋକିଲା ପେଟରେ ଆହାର ଦେଉଛନ୍ତି । ଦିନେ ନୁହେଁ କି ଦୁଇ ଦିନ ନୁହେଁ ଦୀର୍ଘ ୫୦୦ ଦିନ ହେଲାଣି ଏମାନେ ଗରିବ ଲୋକଙ୍କ ମୁହଁରେ ଆହାର ଦେଉଛନ୍ତି । ଯେଉଁଥିପାଇଁ ଅନେକ ଗରିବ ଅସହାୟ ଲୋକ ଅନେକ ମାତ୍ରାରେ ଉପକୃତ ହେଉଛନ୍ତି ।

କେନ୍ଦୁଝର (କେନ୍ୟୁଜ) : ଯେଉଁଠି ସମ୍ପର୍କୀୟ ମାନଙ୍କ ଘରେ ଦିନେ ରୁ ଦୁଇ ଦିନ ରହିକି ଖାଇଦେଲେ କିମ୍ବା ଖାଇଦେଲେ ଆର ଦିନକୁ ମୁହଁ ଫୁଲାନ୍ତି, ସେଠି ଏମାନେ ଖରା ବର୍ଷା ଶୀତ କାକର ସବୁଦିନ ଭୋକିଲା ପେଟରେ ଆହାର ଦେଉଛନ୍ତି । ଦିନେ ନୁହେଁ କି ଦୁଇ ଦିନ ନୁହେଁ ଦୀର୍ଘ ୫୦୦ ଦିନ ହେଲାଣି ଏମାନେ ଗରିବ ଲୋକଙ୍କ ମୁହଁରେ ଆହାର ଦେଉଛନ୍ତି । ଯେଉଁଥିପାଇଁ ଅନେକ ଗରିବ ଅସହାୟ ଲୋକ ଅନେକ ମାତ୍ରାରେ ଉପକୃତ ହେଉଛନ୍ତି । ଖାଲି କଣ ସେତିକି ସେମାନଙ୍କ ଦେଖାଶୁଣା ବି କରନ୍ତି ଏମାନେ । ଦେହ ଖରାପ ହେଲେ ଔଷଧ ଦିଅନ୍ତି ଆଉ ବେଶି ଖରାପ ହେଲେ ଡାକ୍ତରଖାନାରେ ନେଇ ଚିକିତ୍ସା ବି କରନ୍ତି ଏମାନେ ।

କେନ୍ଦୁଝର ସହରର କିଛି ସ୍ୱେଚ୍ଛାସେବୀ ଯୁବକ ଦୀର୍ଘ ୫୦୦ ଦିନ ହେବ ଅସହାୟ ନିସହାୟ ଗରିବ ଲୋକଙ୍କୁ ସବୁଦିନ ଖାଇବାକୁ ହେଉଛନ୍ତି । ବର୍ଷା ଖରା ଶୀତକୁ ଖାତିର ନକରି ଭୋକିଲା ଗରିବ ଲୋକଙ୍କୁ ଖାଦ୍ୟ ଯୋଗାଇ ଆସୁଛନ୍ତି । ତେବେ ଏହି ଯୁବକ ମାନଙ୍କ ମଧ୍ୟରେ ଆକାଶ ରାଜ ନାମକ ଯୁବକ ପ୍ରଥମେ ୨୦୨୨ ମସିହା ସେପ୍ଟେମ୍ବର ୨ ତାରିଖରେ ଭୋକିଲା ଗରିବ ଲୋକଙ୍କୁ ଖାଦ୍ୟ ଯୋଗାଇବା ନେଇ ଏକ ପରିକଳ୍ପନା କରି ସହରରେ ହେଉଥିବା ବିଭିନ୍ନ ବିବାହରେ ବଳକା ଖାଦ୍ୟକୁ ନ ଫୋଫାଡ଼ିବାକୁ ପରାମର୍ଶ ଦେଇ ଏହି ଖାଦ୍ୟ ଗରିବ ଲୋକମାନଙ୍କୁ ଦେବାକୁ ବୁଝାଇଥିଲେ ଏବଂ ଖାଦ୍ୟ ସଂଗ୍ରହ କରି ଗରିବ ଲୋକମାନଙ୍କୁ ବିଭିନ୍ନ ସମୟରେ ଯୋଗାଉଥିଲେ । ଏମାନଙ୍କ କାର୍ଯ୍ୟକ୍ରମର ନାଁ ରହିଛି ଭୋକିଲା ପେଟକୁ ଆହାର ।

ତେବେ ୬ ମାସ ବିବାହ ଋତୁ ଥିବାବେଳେ ଅନ୍ୟ ସମୟରେ ଗରିବ ଲୋକଙ୍କୁ ଖାଦ୍ୟ ଯୋଗାଇବା ପାଇଁ ସହରରେ ଥିବା ବିଭିନ୍ନ ହୋଟେଲ ମାଲିକଙ୍କୁ ବଳକା ଖାଦ୍ୟକୁ ନଫିଙ୍ଗିବାକୁ ଅନୁରୋଧ କରି ଉକ୍ତ ଖାଦ୍ୟକୁ ଗରିବ ଲୋକଙ୍କୁ ଦେବା ପାଇଁ ଅନୁରୋଧ କରି ତାଙ୍କ ଠାରୁ ଖାଦ୍ୟ ସଂଗ୍ରହ କରି ଭୋକିଲା ଲୋକଙ୍କୁ ଖାଦ୍ୟ ଯୋଗାଇଥିଲେ, ପରବର୍ତ୍ତୀ ସମୟରେ ବହୁ ଯୁବକ ଓ ଯୁବତୀ ଏପରି ମହାନ କାର୍ଯ୍ୟରେ ନିଜକୁ ନିୟୋଜିତ କରି ଭୋକିଲା ପେଟକୁ ଆହାର କାର୍ଯ୍ୟକ୍ରମରେ ଯୋଡି ହୋଇ ବିଭିନ୍ନ ପର୍ବ ପର୍ବାଣୀରେ ବଳକା ଖାଦ୍ୟକୁ ସଂଗ୍ରହ କରି ଲୋକଙ୍କୁ ଦେଉଥିଲେ ।

ଖାଦ୍ୟ ଦେବା ସହ ଶୀତ ଦିନରେ କମଳ, ବର୍ଷା ଦିନରେ ପଲିଥିନ ଓ ଦେହ ଖରାପ ହେଲେ ଲୋକଙ୍କୁ ଡାକ୍ତରଖାନା ନେବା ସହ ସମସ୍ତ ଔଷଧ ଖର୍ଚ୍ଚ କରି ଭୋକିଲା ଗରିବ ଲୋକମାନଙ୍କୁ ମଧ୍ୟ ବଂଚାଉଛନ୍ତି ।

ତେବେ ଆଜି ୫୦୦ ଦିନ ପୂର୍ତ୍ତି ଅବସରରେ ଉତ୍ସବ ପାଳିବା ସହ ଗରିବ ଭୋକିଲା ଲୋକଙ୍କୁ ମଧ୍ୟ ଆଜି ଖାଦ୍ୟ ଯୋଗାଇଥିଲେ । ଏହି ସ୍ୱେଚ୍ଛାସେବୀ ଯୁବକ ଯୁବତୀଙ୍କ କାର୍ଯ୍ୟକୁ ଗରିବ ଭୋକିଲା ଲୋକମାନେ ଉଚ୍ଚ ପ୍ରଶଂସା କରିବା ସହିତ ସେମାନଙ୍କର ମଙ୍ଗଳ କାମନା କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.