ମାର୍ଗଶିର ମାସ ଗୁରୁବାରର ଦିନ ଲକ୍ଷ୍ମୀଙ୍କ ଠାରୁ ସୁନା ରୂପା ଗହଣା ଲୁଟିଲେ ଚୋର

ସୋର (କେନ୍ୟୁଜ) : ଆଜି ହୁଳହଳି ଶଙ୍ଖର ନାଦରେ କମ୍ପିଉଠୁଛି ଘର। ମାତା ଲକ୍ଷ୍ମୀଙ୍କ କୃପା ପାଇବା ପାଇଁ ଆଜି ସବୁ ଘରେ ମାଆ ମାନେ ଭୋରୁ ଉଠି ପୂଜା ଅର୍ଚ୍ଚନା କରୁଛନ୍ତି କିନ୍ତୁ ଆଜି ଭଳି ଦିନରେ ମାତା ଲକ୍ଷ୍ମୀ ହେଲେ ଲୁଟର ଶିକାର। ଚୋରମାନେ ମାର୍ଗଶିର ମାସ ଗୁରୁବାରରେ ମା ଲକ୍ଷ୍ମୀ ଠାକୁରାଣୀଙ୍କୁ ଛାଡିଲେ ନାହିଁ। ମା ଲକ୍ଷ୍ମୀ ସୁନା ରୁପା ଗହଣା ଚୋରୀ କରି ନେଲେ। ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକ ପଥର ପେଣ୍ଠ ଶ୍ରୀ ଜଗନ୍ନାଥ ମନ୍ଦିରରରୁ ୧୦ ଲକ୍ଷ ଟଙ୍କାର ସୁନା ଗହଣା ଚୋରି ହୋଇଛି। ଖାଲି ଏତିକି ନୁହେଁ ପ୍ରଭୁ ଜଗନ୍ନାଥଙ୍କ ସମେତ ତିନି ଠାକୁରଙ୍କ ରୁପା ପଟି, ଲକ୍ଷ୍ମୀ ଠାକୁରାଣୀଙ୍କ ସମସ୍ତ ସୁନା ରୁପା ଆଳି ଅଳଙ୍କାର ଓ ହୁଣ୍ଡୀ ମଧ୍ୟ ଚୋରି ହୋଇଛି। ମନ୍ଦିର ପରିସରରେ ଥିବା ହୁଣ୍ଡିରୁ ମଧ୍ୟ ଲକ୍ଷାଧିକ ଟଙ୍କା ଚୋରି ହୋଇଛି। ମନ୍ଦିରର ମୁଖ୍ୟ ଦ୍ୱାରର ତାଲା ଭାଙ୍ଗି ଏମିତି ଏକ ପାପ କାମ କରିଛି ଚୋର। ତେବେ ଖବର ପାଇ ସୋର ପୋଲିସ ଘଟଣା ସ୍ଥଳରେ ପହଁଚି ତଦନ୍ତ ଜାରି କରିଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.