ଯୁଦ୍ଧ ଘମାଘୋଟ ମଧ୍ୟରେ ୟୁକ୍ରେନରୁ ଭୁବନେଶ୍ୱର ପହଞ୍ଚିଛନ୍ତି ୩୬ଛାତ୍ରଛାତ୍ରୀ

ଭୁବନେଶ୍ୱର(କେନ୍ଯୁଜ୍): ଯୁଦ୍ଧ ଘମାଘୋଟ ମଧ୍ୟରେ ୟୁକ୍ରେନରୁ ଭୁବନେଶ୍ୱର ପହଞ୍ଚିଛନ୍ତି ଓଡ଼ିଆ ଛାତ୍ରଛାତ୍ରୀ । ୩୬ ଜଣ ଛାତ୍ରଛାତ୍ରୀ ପହଞ୍ଚିଛନ୍ତି । ଭୁବନେଶ୍ୱର ବିମାନ ବନ୍ଦରରେ ସେମାନଙ୍କୁ ପରିବାର ଲୋକ ସ୍ୱାଗତ କରିଥିଲେ । ଓଡ଼ିଶା ସରକାରଙ୍କ ତରଫରୁ ସମସ୍ତ ଛାତ୍ରଛାତ୍ରୀଙ୍କୁ ସବୁ ପ୍ରକାର ସୁବିଧା ସୁଯୋଗ ଯୋଗାଇ ଦିଆଯାଇଥିଲା ।

ତେବେ ସୂଚନା ଥାଉକି, ମିସାଇଲ ମାଡ଼ରେ ୟୁକ୍ରେନର ୧୦ ସହର ଛାରଖାର। ଖେରସନକୁ କବ୍‌ଜା କଲା ଋଷ। ଅନ୍ୟତମ ବନ୍ଦରୀ ନଗରି ବର୍ଡିଆନସ୍କୁ ମଧ୍ୟ ଋଷ ନିଜ ନିୟନ୍ତ୍ରଣକୁ ନେଇଛି। ଋଷ ପକ୍ଷରୁ ଖାରକିଭ, ଚର୍ନିହିବ, ମାରିଉପଲ, ସୁକାଚି, ବୁକା, ଓଡେଶା ଆଦି ସହର ଉପରେ ପ୍ରଚଣ୍ଡ ମିସାଇଲ, ରକେଟ ଓ ତୋପମାଡ଼ କରାଯାଇଛି। ଏସବୁ ସହରକୁ ଋଷ ସେନା ଘେରି ରହିଛନ୍ତି। ସହର ସାରା କେବଳ ଧ୍ୱସ ବିଧ୍ୱସ୍ତ ଅଟ୍ଟାଳିକା ମୁଣ୍ଡ ଟେକିଛି। ରାସ୍ତାଘାଟ ଶୂନଶାନ ହୋଇପଡିଛି। ସେଠାକାର ଆଞ୍ଚଳିକ ପ୍ରଶାସନିକ କାର୍ଯ୍ୟାଳୟକୁ ଋଷ ସେନା କବଜା କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.