ଅଟୋ ଚାଳକରୁ ଛତୁ ଉଦ୍ୟୋଗୀ, ନିଜ ପରିଚୟ ନିଜେ ତିଆରି କଲେ ସାଲେପୁରର ପ୍ରଦୀପ୍ତ

ସାଲେପୁର(କେନ୍ଯୁଜ୍): କଥାରେ ଅଛି ନିରବିଚ୍ଛିନ୍ନ ପ୍ରୟାସ ଓ ନିଷ୍ଠାପର ଉଦ୍ୟମ ଫଳରେ ସବୁକିଛି ସମ୍ଭବ ହୁଏ। ଏଇ ଯେମିତି କଟକ ଜିଲ୍ଲା ସାଲେପୁର ବ୍ଲକ ମହାଜନପୁର ଗାଁର ପ୍ରଦୀପ୍ତ କୁମାର ନାଥ। । ଜଣେ ସାଧରଣ ଅଟୋ ଚାଳକରୁ ପାଲଟିଲେ ଛତୁ ଚାଷୀ ଆଉ ଏବେ ମଞ୍ଜି ତିଆରି କରି ଛତୁ ଉଦ୍ୟୋଗ କରି ଅତି ସଫଳତାର ସହ ନିଜ ପରିଚୟ ତିଆରି କରିଛନ୍ତି ।

ଫିମ୍ପିକୁ ବିଭିନ୍ନ ମାଧ୍ୟମରେ ବ୍ଯବହାର କରି ଏବଂ ଗହମକୁ ବିଶୋଧନ କରି ପ୍ରସ୍ତୁତ ହେଉଛି ଛତୁ ମଞ୍ଜି। ଆଉ ମଞ୍ଜି ସବୁକୁ ବୋତଲରେ ପୁରାଇ ରଖାଯାଉଛି। ଜଣେ ମୁଖ୍ଯ ପ୍ରଶିକ୍ଷକଙ୍କ ପ୍ରତ୍ୟେକ୍ଷ ତତ୍ବାବଧାନରେ ଚାଲିଛି ଏହି କାମ।

ପ୍ରଦୀପ୍ତଙ୍କ ଛତୁ ମଞ୍ଜିର ଚାହିଦା ଏବେ ଆଉ ସାଲେପୁର ଭିତରେ ସୀମିତ ନାହିଁ । କଟକ ଜିଲ୍ଲା ସମେତ ଆଖପାଖ ଜିଲ୍ଲାରେ ମଧ୍ୟ ତାଙ୍କର ଛତୁ ମଞ୍ଜିର ଚାହିଦା ଏବେ ବ୍ଯାପିବାକୁ ଲାଗିଲାଣି। ଖାଲି ସେତିକି ନୁହେଁ ଛତୁ ମଞ୍ଜି ତିଆରି ସହ ଛତୁ ଚାଷ ମଧ୍ୟ ହେଉଛି ଏହି ଫାର୍ମରେ। ଅଢ଼େଇ ହଜାର ବେଡ ବଶିଷ୍ଟ ଏହି ଫର୍ମରେ ବହୁ ଲୋକମଧ୍ୟ କାମ କରୁଛନ୍ତି।

mushroom

ପ୍ରତିଦିନ କ୍ୱିଣ୍ଟାଲ କ୍ୱିଣ୍ଟାଲ ଛତୁ ବାହାରୁଛି ଏହି ଫାର୍ମରୁ। ପ୍ରଦୀପ୍ତ ନିଜେ ଜଣେ ଉଦ୍ୟୋଗୀ ହୋଇପାରିଛନ୍ତି ଆଉ ତାଙ୍କ ଗାଁର ଅନେକ ବେକାରୀ ଯୁବକ ଓ ମହିଳାମାନଙ୍କୁ ମଧ୍ୟ ତାଙ୍କର ଏହି ଫାର୍ମରେ ନିଯୁକ୍ତି ଦେଇ ସେମାନଙ୍କୁ ମଧ୍ୟ ସ୍ବାବଲମ୍ବୀ କରାଇପାରିଛନ୍ତି। ଆଗକୁ ଆହୁରି ବିଭିନ୍ନ କିସମର ଛତୁ ମଞ୍ଜି ଉତ୍ପାଦନ ସହ ବହୁ ପରିମାଣରେ ଏହାର ପ୍ରସ୍ତୁତ କରି ରାଜ୍ଯ ତଥା ରାଜ୍ଯ ବାହାରକୁ ମଧ୍ୟ ମଞ୍ଜି ରପ୍ତାନି କରିବାର ଲକ୍ଷ୍ୟ ରଖିଛନ୍ତି ସେ।

ଛୋଟ ଛୋଟ ଚେଷ୍ଟାରୁ ହିଁ ଜୀବନରେ ବଡ ପରିବର୍ତ୍ତନ ଆସିପାରେ। ଆଉ ସେଥିପାଇଁ ପଛଘୁଞ୍ଚା ନଦେଇ ଦ୍ରୁଢମନର ହୋଇ ଆଗକୁ ବଢିଲେ ସଫଳତା ନିଶ୍ଚୟ । ଯାହା ସମ୍ଭବ କରି ଦେଖାଇଛନ୍ତି ପ୍ରଦୀପ୍ତ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.