ତିନି ମା’ ଛେଉଣ୍ଡ ପିଲାଙ୍କୁ ଧରି ଜୀବନ ବଞ୍ଚିବାର ରାହା ଖୋଜୁଛି ଏହି ଅସହାୟ ବାପା

ଭଙ୍ଗା ଦଦରା ଘର । ଭଙ୍ଗା ଘରକୁ ଖଣ୍ଡିଏ ପଲିଥିନ୍ ହିଁ ଦେଉଛି ସୁରକ୍ଷା । ଆଉ ଏହି ଭଙ୍ଗା ଦଦରା ଘର ଭିତରେ ମୁଣ୍ଡ ଗୁଞ୍ଜିଛନ୍ତି ବାପାଙ୍କ ସହ ତିନି ମାଁ ଛେଉଣ୍ଡ କୁନି କୁନି ଛୁଆ । ଭଙ୍ଗା ଘର ଭିତରେ ରୋଷେଇ କରୁଛନ୍ତି ବାପା ଆଉ କୁନି ଛୁଆଙ୍କ ମୁହଁରେ ଦାନା ବି ଦେଉଛନ୍ତି ।

ସୁବର୍ଣ୍ଣପୁର(କେନ୍ୟୁଜ୍): ଭଙ୍ଗା ଦଦରା ଘର । ଭଙ୍ଗା ଘରକୁ ଖଣ୍ଡିଏ ପଲିଥିନ୍ ହିଁ ଦେଉଛି ସୁରକ୍ଷା । ଆଉ ଏହି ଭଙ୍ଗା ଦଦରା ଘର ଭିତରେ ମୁଣ୍ଡ ଗୁଞ୍ଜିଛନ୍ତି ବାପାଙ୍କ ସହ ତିନି ମାଁ ଛେଉଣ୍ଡ କୁନି କୁନି ଛୁଆ । ଭଙ୍ଗା ଘର ଭିତରେ ରୋଷେଇ କରୁଛନ୍ତି ବାପା ଆଉ କୁନି ଛୁଆଙ୍କ ମୁହଁରେ ଦାନା ବି ଦେଉଛନ୍ତି । ଛୁଆ ଯେମିତି ମାଁର ଅନୁପସ୍ଥିତିକୁ ଅନୁଭବ ନକରିବେ ସେଥିପାଇଁ ମାଁ ଛେଉଣ୍ଡ ଏହି ପିଲାଙ୍କୁ ଉଭୟ ବାପା ଓ ମାର ସ୍ନେହ ଦେଇ ପାଳିବାକୁ ପଡୁଛି । କାରଣ ଆରପାରିରେ ଏ ଛୁଆଙ୍କ ଜନ୍ମଦାତ୍ରୀ ମାଁ । ଏ ଅସହାୟ ବ୍ୟକ୍ତି ଜଣକ ହେଉଛନ୍ତି ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ କୁମୁରସିଂହା ଗାଁର ମହାଦେବ ଖୁରା । ଆଜିକୁ ଦୁଇବର୍ଷ ହେଲା ମହାଦେବଙ୍କ ପତ୍ନୀଙ୍କ ଦେହାନ୍ତ ହୋଇଯିବା ପରେ ଏବେ ପିଲାଙ୍କ ପାଇଁ ଉଭୟ ବାପା ମାଁ ସାଜିଛନ୍ତି ମହାଦେବ ।

deba

ମହାଦେବ ଖୁରା । ପତ୍ନୀ ବାସନ୍ତୀଙ୍କୁ ନେଇ ଦିନେ ତାଙ୍କର ଥିଲା ଏକ ସୁଖର ସଂସାର । ପ୍ରଥମେ ଦୁଇଝିଅ ପରେ ତାଙ୍କ ଘରେ ଜନ୍ମ ନେଇଥିଲା ଏକ ପୁତ୍ର ସନ୍ତାନ । କୋଳରେ ପୁଅଟିଏ ପାଇ ବେଶ ଖୁସି ହୋଇଯାଇଥିଲେ ବାସନ୍ତୀ । ହେଲେ ପୁଅକୁ ଲାଳନ ପାଳନ କରିବାର ଖୁସି ବେଶି ମୁହୁର୍ତ ରହିନଥିଲା । ପୁଅ ଜନ୍ମ ହେବାର କିଛି ସମୟ ମଧ୍ୟରେ ଆରପାରିକୁ ଚାଲିଗଲେ ବାସନ୍ତୀ । ବାସନ୍ତୀଙ୍କ ମୃତ୍ୟୁ ପରେ ତିନି ଛୁଆଙ୍କ ଦାୟିତ୍ୱ ପଡିଗଲା ମହାଦେବଙ୍କ ଉପରେ । ଛୋଟ କୁନି ପୁଅକୁ କୋଳରେ ଧରି ସେହିଦିନଠାରୁ ବଢାଇ ଆସୁଛନ୍ତି । ଗରିବ ମହାଦେବ ଛୋଟ ଛୋଟ ଛୁଆଙ୍କୁ ଛାଡି କାମଧନ୍ଦା ବି କରିବାକୁ ଯାଇପାରୁନାହାଁନ୍ତି । ପିଲାଙ୍କ ମୁହଁରେ କିଭଳି ଦାନାଦେବେ ସେଇ ଚିନ୍ତା ତାଙ୍କୁ ଘାରିଥିବାବେଳେ ପିଲାଙ୍କ ପାଠପଢା ଓ ଭବିଷ୍ୟତକୁ ନେଇ ବହୁତ ଦୁଃଖିତ । ଏଣୁ ସରକାରୀ ଭାବେ ମୁଣ୍ଡ ଗୁଂଜିବାକୁ ଘର ଓ ପିଲାଙ୍କ ଥଇଥାନ ପାଇଁ ଏବେ ଜିଲ୍ଲାପାଳଙ୍କ ଦ୍ୱାରସ୍ତ ହୋଇଛନ୍ତି ସେ । ସେପଟେ ମହାଦବେଙ୍କ ସମ୍ପର୍କରେ ଜାଣିବା ପରେ ତାଙ୍କର ବ୍ୟବସ୍ଥା କରିବାକୁ ପ୍ରତିଶୃତି ଦେଇଛନ୍ତି ଜିଲ୍ଲାପାଳ ।

ଦିନେ ସୁଖର ସଂସାର ଗଢିବାକୁ ଅଗ୍ନିକୁ ସାକ୍ଷୀରଖି ବାହାହୋଇଥିଲେ ସେମାନେ । ହେଲେ ଅଧାବାଟରେ ଏକାକରି ଛାଡିଗଲେ ପତ୍ନୀ । ଏବେ ତିନି ମାଁ ଛେଉଣ୍ଡ ପିଲାଙ୍କୁ ଧରି ଜୀବନ ବଂଚିବାର ରାହା ଖୋଜୁଛନ୍ତି ମହାଦେବ । ତେବେ ଅସହାୟ ମହାଦେବଙ୍କୁ ସାହାର୍ଯ୍ୟ କରିବାକୁ ଚାହୁଁଥିଲେ ଏହି ଠିକଣାରେ ଆର୍ଥିକ ସହାୟତା ପଠାଇ ପାରିବେ।

ନାମ -ମହାଦେବ ଖୁରା
ଗ୍ରାମ -କୁମୁରସିଂହା
ପୋଷ୍ଟ -ବାଗବର
ଥାନା -ବୀରମହାରାଜପୁର
ଜିଲ୍ଲା -ସୁବର୍ଣ୍ଣପୁର
ମୋବାଇଲ -9937669714
ଆକାଉଣ୍ଟ ନଂ -8401718446-1
IFSC -SBINORRUKGB

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.