ବନ୍ଧୁକ ଦେଖାଇଲେ ଭୁଜାଲିରେ ହାଣିଲେ, ବ୍ୟବସାୟୀଙ୍କ ଠାରୁ ଲୁଟି ନେଲେ ୩ ଲକ୍ଷ

କାମାକ୍ଷାନଗର (କେନ୍ୟୁଜ୍‌) : ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଅଞ୍ଚଳରେ ବନ୍ଧୁକ ଦେଖାଇ ଲୁଟ୍‌ । କାମାକ୍ଷାନଗର-ତୁମୁସିଙ୍ଗା ଥାନା ପଣ୍ଡୁଆ ଫାଣ୍ଡି ପାଖରେ ଘଟିଛି ଏହି ଲୁଟ୍‌ ଘଟଣା । ଘୋଡାଡିଆଁ ଛକ ନିକଟରେ ଜଣେ ବ୍ୟବସାୟୀଙ୍କୁ ବନ୍ଧୁକ ଓ ଭୁଜାଲିରେ ଆକ୍ରମଣ କରି ୩ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି ଦୁର୍ବୃତ୍ତ । ସେମାନଙ୍କ ଆକ୍ରମଣରେ ବ୍ୟବସାୟୀ ଓ ତାଙ୍କ ଡ୍ରାଇଭର ଗୁରୁତର ଆହତ ହୋଇଛନ୍ତି ।

ବ୍ଯବସାୟୀ ଜଣଙ୍କ ହେଉଛନ୍ତି ଜିରାଳର ଅଭିମନ୍ଯୁ ସାହୁ। ତାଙ୍କ ଡ୍ରାଇଭର ମୃତ୍ୟୁଞ୍ଜୟ ପଣ୍ଡା ମଧ୍ୟ ଆହତ ହୋଇଛନ୍ତି । ଅଭିମନ୍ଯୁ ନିଜ ପିକଅପ ଭ୍ଯାନରେ ଜିନିଷ ପତ୍ର ଆଣିବା ପାଇଁ କଟକ ଯାଉଥିଲେ । ଏହି ସମୟରେ ଗୋଟିଏ ବାଇକରେ ୩ ଜଣ ଦୁର୍ବୃତ୍ତ ଆସି ସେମାନଙ୍କୁ ବାଟରେ ଅଟକାଇ ଆକ୍ରମଣ କରିଥିଲେ। ପରେ ସେମାନଙ୍କ ଠାରୁ ୩ ଲକ୍ଷ ଟଙ୍କା ଲୁଟି ନେଇଥିଲେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.