ରାଜ୍ୟସଭାକୁ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହେଲେ ତିନି ପ୍ରାର୍ଥୀ

ଭୁବନେଶ୍ୱର (କେ ନ୍ୟୁଜ୍‌) : ତିନି ପ୍ରାର୍ଥୀ ରାଜ୍ୟସଭାକୁ ନିଦ୍ଦ୍ଵର୍ନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି l ଏମାନେ ହେଲେ ବିଜେଡି ପ୍ରାର୍ଥୀ ଅମର ପଟନାୟକ, ଡ. ସସ୍ମିତ ପାତ୍ର ଏବଂ ବିଜେପି ପ୍ରାର୍ଥୀ ଅଶ୍ୱିନୀ ବୈଷ୍ଣବ l ଗତ ୨୬ ତାରିଖରେ ଏମାନେ ପ୍ରାର୍ଥିପତ୍ର ଦାଖଲ କରିଥିଲେ । ତେବେ ଅନ୍ୟ କେହି ପ୍ରାର୍ଥିପତ୍ର ଦାଖଲ ନ କରିଥିବାରୁ ଏହି ତିନି ଜଣ ନିଦ୍ଦ୍ଵର୍ନ୍ଦ୍ୱରେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିବା ରିଟର୍ଣ୍ଣିଙ୍ଗ ଅଫିସର ଘୋଷଣା କରିଛନ୍ତି । ସୌମ୍ୟ ରଞ୍ଜନ ପଟନାୟକଙ୍କ ସ୍ଥାନରେ ଅଶ୍ୱିନୀ ବୈଷ୍ଣବ, ଡ. ଅଚ୍ୟୁତ ସାମନ୍ତଙ୍କ ସ୍ଥାନରେ ଅମର ପଟନାୟକ ଏବଂ ପ୍ରତାପ ଦେବଙ୍କ ସ୍ଥାନକୁ ଡ. ସସ୍ମିତ ପାତ୍ର ନିର୍ବାଚିତ ହୋଇଛନ୍ତି l

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.