Below header

ଗରମରେ ଆରାମ ଦେବ ଏହି ଖାସ୍ ଏସି, ଭରିବାକୁ ପଡିବ ନାହିଁ ବିଦ୍ୟୁତ ବିଲ୍

ଗରମ ଦିନକୁ ଦିନ ବଢ଼ିବାରେ ଲାଗିଛି। ଏମିତିରେ ଲୋକଙ୍କୁ ଚଳିବା ପାଇଁ ବହୁତ ଅସୁବିଧା ହୋଇଥାଏ। ଗରମକୁ ସହ୍ୟ କରୁପାରନଥିବା ଲୋକମାନେ ନିଶ୍ଚୟ ଏସି କିଣିବା ପାଇଁ ଭାବୁଥବେ। ଆଜି ଆମେ ଆପଣଙ୍କୁ ଏମିତି ଏସି ବିଷୟରେ କହିବୁ ଯାହାଦ୍ବାରା ଆପଣଙ୍କ ଖର୍ଚ୍ଚ ଜିରୋ ହୋଇଯିବ ଏବଂ ବିଦ୍ୟୁତ ମଧ୍ୟ ବିଲ୍ ଭରିବାକୁ ପଡିବ ନାହିଁ। ଆପଣ ଗରମରୁ ମୁକ୍ତି ପାଇବା ପାଇଁ ସୋଲାର ଏସିର ବିକଳ୍ପ ମଧ୍ୟ ବାଛି ପାରିବେ। ଏହି ସୋଲାର ଏସିର ଫାଇଦା ହେଉଛି ଆପଣ ଏହାକୁ ଥରେ ଲଗାଇବା ପରେ ଆପଣ ସବୁଦିନ ପାଇଁ ବିଦ୍ୟୁତ ବିଲ୍ ଭରିବାରୁ ମୁକ୍ତ ହୋଇଯିବେ।

ମେଣ୍ଟେନାନ୍ସ ଖର୍ଚ୍ଚ ମଧ୍ୟ ହେବ କମ୍

ସୋଲାର ଏସି ନିର୍ମାଣ କରୁଥିବା କମ୍ପାନୀର କହିବା କଥା ଯେ ଏହା ସବୁ ଋତୁରେ କାମ କରିବ। ଏହାର ଖାସିୟତ ଏୟା ଯେ ଏହାର ମେଣ୍ଟେନାନ୍ସ ବିଲକୁଲ୍ କମ୍ ଅଟେ। ଏହା କାରଣରୁ ଆପଣଙ୍କୁ ବାରମ୍ବାର ଖର୍ଚ୍ଚ କରିବାକୁ ପଡିବ ନାହିଁ। ଏସି କିଣିବାରେ ଆପଣଙ୍କୁ ସୋଲାର ପ୍ୟାନେଲ ସହିତ ଡିସି ରୁ ଏସି କନଭର୍ଟର ମଧ୍ୟ ମିଳିବ। ଏହି ସୋଲାର ପ୍ୟାନେଲ ଲଗାଇବା ମଧ୍ୟ ପୂରା ସହଜ। କାରଣ ଏହାକୁ କେଉଁଠି ବି ଛାତ ଉପରେ କିମ୍ବା ଯେଉଁଠି ଖରା ଆସୁଥିବ ସେହିଠାରେ ଲଗାଇ ପାରିବେ।

solar acରାତିରେ ମଧ୍ୟ ଚାଲିବ ଏହି ସୋଲାର ଏସି

ଏହି ସୋଲାର ଏସିକୁ ରାତିରେ ମଧ୍ୟ ଚଲାଇପାରିବେ। ଏପରି ଆପଣ ବ୍ୟାଟେରୀ ଜରିଆରେ କରିପାରିବେ। ଏହି ବ୍ୟାଟେରୀ ଦିନରେ ସୋଲାର ପ୍ୟାନେଲ ଦ୍ବାରା ଚାର୍ଜ ହୋଇଯିବ ଏବଂ ରାତିରେ ଏହି ବ୍ୟାଟେରୀ ସାହାଯ୍ୟରେ ଏସିକୁ ଚଲାଇପାରିବେ।

୧ ଟନ୍ ଏସି ପାଇଁ ୮ଟି ସୋଲାର ପ୍ୟାନେଲ

ଭିଡିଓକନ ଏବଂ ଏଲଜି ଭଳି କମ୍ପାନୀ ଗୁଡିକ ସୋଲାର ଏସି ପ୍ରସ୍ତୁତ କରୁଛନ୍ତି। ଆପଣ ଏହି ଏସିକୁ ଅନଲାଇନରେ ମଧ୍ୟ କିଣିପାରିବେ। ୧ ଟନ କ୍ଷମତା ବିଶିଷ୍ଟ ଏସି ପାଇଁ ୮ଟି ସୋଲାର ପ୍ୟାନେଲ ଲଗାଇବାକୁ ହେବ। କମ୍ପାନୀ ସୋଲାର ପ୍ୟାନେଲ, ଡିସି ଟୁ ଏସି କନଭର୍ଟର ସହିତ ଇନଷ୍ଟଲେସନ ପର୍ଯ୍ୟନ୍ତ ସମସ୍ତ ସୁବିଧା ଉପଲବ୍ଧ କରାଉଛି।

solarସୋଲାର ଏସିର ଦାମ୍ ସାଧାରଣ ଏସି ତୁଳନାରେ ସାମାନ୍ୟ ଅଧିକ ଅଟେ। ଅବଶ୍ୟ ଏଥିରେ ଅଧିକ ଭାବିବା ଆବଶ୍ୟକ ନାହିଁ କାରଣ ଏହି ଖର୍ଚ୍ଚ ଆପଣଙ୍କୁ କେବଳ ଥରେ କରିବାକୁ ପଡିବ। ଏହି ଏସିରେ ନା ଅଛି ମେଣ୍ଟେନାନ୍ସ ନା କୌଣସି ବିଦ୍ୟୁତ ଖର୍ଚ୍ଚ।

ଏହି ଏସିର ଦାମ୍ ପ୍ରାୟ ଏକ ଲକ୍ଷ ଟଙ୍କା ରହିଛି ବୋଲି ସୂଚନା ରହିଛି। ଏହାବ୍ୟତୀତ ବ୍ୟାଟେରୀର ଖର୍ଚ୍ଚ ମଧ୍ୟ ଆପଣଙ୍କୁ ଦେବାକୁ ହେବ। ତିନି ଚାରି ବର୍ଷରେ ପୂରା ଟଙ୍କା ବସୁଲ କରିପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.