ସୁବର୍ଣ୍ଣପୁର : ଅଙ୍ଗନବାଡ଼ି କେନ୍ଦ୍ରରେ ୩ ବର୍ଷୀୟ ଶିଶୁକନ୍ୟା ଦେହରେ ଢାଳିଲେ ଗରମ ପାଣି

ସୁବର୍ଣ୍ଣପୁର ଜିଲ୍ଲା ଜଟିଆପାଲି ଅଙ୍ଗନବାଡ଼ି କେନ୍ଦ୍ରରେ ୩ ବର୍ଷୀୟ ଶିଶୁକନ୍ୟା ଦେହରେ ଗରମ ପାଣି ଢାଳିବା ଘଟଣାରେ ସହାୟିକା ବେଦମତି ମହାକୁଡ଼ ଗିରଫ। ବୀରମହାରାଜପୁର ବ୍ଲକ କେଞ୍ଝିରିଆପାଲି ପଞ୍ଚାୟତର ଜଟିଆପାଲି ଗାଁର ପଞ୍ଚାନନ ମହାକୁଡ଼ଙ୍କ ଝିଅ ପ୍ରୀତିମୟୀକୁ ଗତକାଲି ସହାୟିକା ଡାକି ନେଇଥିଲେ। ପରେ ପ୍ରୀତିମୟୀଙ୍କ ଦେହରେ ଗରମ ପାଣି ପଡ଼ିଥିବା ଜଣାପଡ଼ିଥିଲା। ମାତ୍ର ସହାୟିକା ଜଣକ ପ୍ରୀତିମୟୀଙ୍କ ଦେହରେ ଗରମ ପାଣି ଢାଳି ଦେଇଥିବା ତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି। ପ୍ରୀତିମୟୀଙ୍କ ବଡ଼ବାପା ଗଣେଶ ମହାକୁଡ଼ଙ୍କ ଲିଖିତ ଅଭଭିଯୋଗ ପରେ ପୋଲିସ ବେଦମତିଙ୍କୁ ରାତିରେ ଗିରଫ କରିଥିଲା। ଆଜି ତାଙ୍କୁ କୋର୍ଟ ଚାଲାଣ କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.