କେମିତି ନିର୍ଣ୍ଣୟ ହୋଇଥାଏ ଖେଳାଳିଙ୍କ ଜର୍ସି ନମ୍ବର, ଖୁବ୍ ରୋଚକ ଏହା ପଛର କାରଣ

ବିଶ୍ବର ସବୁଠାରୁ ଲୋକପ୍ରିୟ ଖେଳ ଫୁଟବଲ୍ ଏବଂ କ୍ରିକେଟ୍ । ଯୁବପିଢିଙ୍କ ମଧ୍ୟରେ କ୍ରିକେଟକୁ ନେଇ କ୍ରେଜ୍ ଧୀରେ ଧୀରେ ବଢିବାରେ ଲାଗିଛି । ଭାରତରେ କ୍ରିକେଟର ଚାହିଦା କଣ ତାହା କାହାକୁ ଅଛପା ନାହିଁ । ଆଉ ଆଇପିଏଲ୍ ଆସିବା ପରେ ଏହାର କ୍ରେଜ୍ କାହିଁରେ କଣ ।

ଯଦି ଆପଣ ବି କ୍ରିକେଟର ଫ୍ୟାନ୍ ତେବେ ଦେଖିଥିବେ ଖେଳାଳିଙ୍କ ଜର୍ସି ପଛ ପଟେ ଏକ ନମ୍ବର ଲେଖାଯାଇଥାଏ । ହେଲେ କେବେ ଚିନ୍ତା କରିଛନ୍ତି ଏହି ନମ୍ବର କଣ ଏବଂ କେମିତି ବଛା ଯାଇଥାଏ । ଆର୍ଥାତ୍ କେଉଁ ଖେଳାଳିଙ୍କୁ କେଉଁ ନମ୍ବର ଦିଆଯିବ ତାର ନିର୍ଣ୍ଣୟ କିପରି ନିଆଯାଏ । ତେବେ ଏହା ପଛରେ ଏକ ରୋଚକ କାହାଣୀ ଅଛି । ଖାସ୍ କରି ଟିମ୍ ଇଣ୍ଡିଆର, କାରଣ ଏଠାରେ ଖେଳାଳି ମାନେ ନିଜ ଜର୍ସି ନମ୍ବର ନିଜେ ବାଛିଥାନ୍ତି । ଆସନ୍ତୁ ଜାଣିବା ଟିମ୍ ଇଣ୍ଡିଆର ବଡ଼ ବଡ଼ ଖେଳାଳିଙ୍କ ଜର୍ସି ନମ୍ବର ଏବଂ ଏହା ପଛର ମଜାଦାର କାହାଣୀ ।

ସଚିନ୍ ତେନ୍ଦୁଲକର :

SACHINକ୍ରିକେଟର ଭଗବାନ୍ ସଚିନଙ୍କ ଜର୍ସି ନମ୍ବର ହେଉଛି ୧୦ । ଏକ ସାକ୍ଷାତକାରରେ ସଚିନ୍ କହିଥିଲେ ତାଙ୍କ ଟାଇଟେଲରେ ୧୦ ଲେଖାଯାଇଛି । ତେଣୁ ସେ ନିଜ ଜର୍ସି ପାଇଁ ୧୦ ନମ୍ବର ବାଛିଲେ ।

ବିରାଟ କୋହଲି :

viratକୋହଲିଙ୍କ ଜର୍ସି ନମ୍ବର ୧୮ । ଏହା ପଛର କାରଣ ବିରାଟ କହିଛନ୍ତି ଯେତେବେଳେ ସେ ଅଣ୍ଡର ୧୯ ଖେଳୁଥିଲେ ସେତେବେଳେ ତାଙ୍କୁ ଏହି ନମ୍ବର ଦିଆଯାଇଥିଲା । ଯାହା ତାଙ୍କ ପାଇଁ ଲକି ସାବ୍ୟସ୍ତ ହୋଇଥିଲା । ସେ ଏହି ନମ୍ବରରେ ହିଁ ଅଣ୍ଡର ୧୯ ବିଶ୍ବ କପ୍ ଜିତିଥିଲେ । ତେଣୁ ସେ ଏହି ନମ୍ବର ଜାରି ରଖିଥିଲେ ।

ରାହୁଲ ଦ୍ରାବିଡ୍ :

rahul dravidକ୍ରିକେଟର ଟିମ୍ ଇଣ୍ଡିଆର ପାଚେରୀ ଭାବରେ ପରିଚିତ ଦ୍ରାବିଡ ପ୍ରଥମେ ୫ ନମ୍ବର ଏବଂ ପରେ ୧୯ ନମ୍ବର ଜର୍ସି ପିନ୍ଧିଥିଲେ । କାରଣ ତାଙ୍କ ପତ୍ନୀଙ୍କ ଜନ୍ମଦିନ ୧୯ ତାରିଖ ଏବଂ ଏହା ତାଙ୍କ ପାଇଁ ଲକି । ଏହା ବ୍ୟତୀତ ଏହି ଜର୍ସି ମାଧ୍ୟମରେ ତାଙ୍କୁ ନିଜ ପତ୍ନୀଙ୍କ ଜନ୍ମଦିନ ମନେ ରଖିବାକୁ ସହଜ ହେଉଥିଲା ।

ଯୁବରାଜ ସିଂହ :

yuvrajଟିମ୍ ଇଣ୍ଡିଆରେ ଅନେକ ମ୍ୟାଚରେ ବିଜୟର ସ୍ବାଦ ଚଖାଇଥିବା ଯୁବରାଜଙ୍କ ଜର୍ସି ନମ୍ବର ହେଉଛି ୧୨ । ଏହାର ପଛର କାରଣ ଖୁବ୍ ମଜାଦାର । ଯୁବରାଜଙ୍କ ଜନ୍ମ ୧୨ ଡିସେମ୍ବର ୧୯୮୧ ଦ୍ବିପହର ୧୨ ଟାରେ ସେକ୍ଟର ୧୨ ରେ ହୋଇଥିଲା । ସେଥିପାଇଁ ତାଙ୍କର ଜର୍ସି ନମ୍ବର ୧୨ ।

ମହେନ୍ଦ୍ର ସିଂହ ଧୋନୀ :

DHONIବିଶ୍ବର ବେଷ୍ଟ ଫିନିସର୍ ତଥା କ୍ୟାପଟେନ୍ କୁଲ୍ ଧୋନୀ ୭ ନମ୍ବର ଜର୍ସି ପିନ୍ଧିଥାନ୍ତି । ଏହା ପଛର କାରଣ ତାଙ୍କର ଜନ୍ମ ଦିନ । ଧୋନୀଙ୍କ ଜନ୍ମଦିନ ୭ ଜୁଲାଇରେ । ଏହା ଛଡା ଧୋନୀ ଫୁଟବଲ୍ ଖେଳିବାକୁ ଖୁବ୍ ପସନ୍ଦ କରନ୍ତି । ତାଙ୍କର ପ୍ରିୟ ଖେଳାଳି ରୋନାଲ୍ଡଙ୍କ ଜର୍ସି ନମ୍ବର ୭ ।

ରୋହିତ୍ ଶର୍ମା :

rohit sharma ସେହିପରି ହିଟମ୍ୟାନ୍ ନାଁରେ ପ୍ରସିଦ୍ଧ ରୋହିତ ଶର୍ମାଙ୍କ ଜର୍ସି ନମ୍ବର ୪୫ । ଏହି ନମ୍ବର ସେ ନିଜ ମା’ଙ୍କ କହିବା ଅନୁଯାୟୀ ବାଛିଛନ୍ତି । କିନ୍ତୁ ରୋହିତଙ୍କ ଲକି ନମ୍ବର ହେଉଛି ୯ । ଯାହାକୁ ପୂର୍ବରୁ ପାର୍ଥିବ ପଟେଲ ନେଇ ସାରିଥିଲେ । ତେଣୁ ସେ ନିଜ ମା’ଙ୍କ କହିବା ଅନୁଯାୟୀ ୪୫ ନମ୍ବର ଜର୍ସି ନେଇଥିଲେ ।

ବିରେନ୍ଦ୍ର ସେହୱାଗ୍ :

virendraଭାରତ ପକ୍ଷରୁ ଟେଷ୍ଟ ମ୍ୟାଚରେ ପ୍ରଥମ ତ୍ରିଶତକ ଲଗାଇଥିବା ବିସ୍ଫୋଟକ ବ୍ୟାଟ୍ସମ୍ୟାନ୍ ସେହୱାଗଙ୍କ ଜର୍ସି ନମ୍ବରର କାହାଣୀ ଖୁବ୍ ରୋଚକ । ସେ ପ୍ରଥମେ ୪୪ ନମ୍ବରର ଜର୍ସିରେ ଖେଳୁଥିଲେ । କିନ୍ତୁ ପରେ ଜ୍ୟୋତିଷଙ୍କ ପରାମର୍ଶ ଅନୁଯାୟୀ ୪୬ ନମ୍ବର ଜର୍ସି ପିନ୍ଧିବା ଆରମ୍ଭ କରିଥିଲେ । ତଥାପି ଏହି ନମ୍ବର ତାଙ୍କ ଲକି ସାବ୍ୟସ୍ତ ହୋଇପାରିନଥିଲା । ଏହା ପରେ ସେ ବିନା ନମ୍ବର ଥିବା ଜର୍ସି ପିନ୍ଧି ଖେଳିବା ଆରମ୍ଭ କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.