ଅଧର୍ମକୁ ନାଶ କରି ଧର୍ମର ଜୟ ପାଇଁ ବିଷ୍ଣୁ ଭଗବାନ ନେଇଥିଲେ ଅନେକ ରୂପ, ଜାଣନ୍ତୁ ସେହି ଅବତାରର ନାମ

ଭଗବାନ ବିଷ୍ଣୁ ହିରଣ୍ୟ କଷ୍ୟପୁକୁ ବଧ କରି ନିଜ ଭକ୍ତ ପ୍ରହଲ୍ଲାଦଙ୍କ ଜୀବନ ରକ୍ଷା କରିଥିଲେ। ଭଗବାନ ବିଷ୍ଣୁ ଅନେକ ଥର ବିଭିନ୍ନ ଅବତାର ନେଇ ଦେବଲୋକ ଏବଂ ପୃଥିବୀରେ ଅସୁରଙ୍କର ଅନ୍ତ କରିଛନ୍ତି। ଶ୍ରୀମଦଭଗବତ ଗୀତା ଅନୁସାରେ ସତ୍ୟ ଯୁଗରୁ ନେଇ କଳିଯୁଗ ପର୍ଯ୍ୟନ୍ତ ବିଷ୍ଣୁଙ୍କର ୨୪ ଅବତାର ରହିଛି। ଏହି ୨୪ ଅବତାରରେ ୧୦ଟି ଅବତାର ମୁଖ୍ୟ ରୂପରେ ପ୍ରସିଦ୍ଧ ଅଟେ। ଆସନ୍ତୁ ଜାଣିବା ଭଗବାନ ବିଷ୍ଣୁଙ୍କର ସେହି ୧୦ଟି ଅବତାର ବିଷୟରେ।

ମତ୍ସ୍ୟ ଅବତାର

bishnu avataraଭଗବାନ ବିଷ୍ଣୁଙ୍କର ପ୍ରଥମ ଅବତାର ଅଟେ ମତ୍ସ୍ୟ ଅବତାର। ପୂରା ଧରିତ୍ରୀ ଯେତେବେଳେ ପାଣିରେ ବୁଡି ଯାଉଥିଲା। ସେତେବେଳେ ଭଗବାନ ବିଷ୍ଣୁ ମତ୍ସ୍ୟ ଅବତାର ନେଇ ପୃଥିବୀକୁ ରକ୍ଷା କରିବା ପାଇଁ ସମୁଦ୍ର ତଳୁ ନିଜ ଡେଣାରେ ମାଟି ଆଣିଲେ। ଭଗବାନ ଏହି ଅବତାରରେ ବେଦ ଏବଂ ମହର୍ଷିି ମନୁଙ୍କର ରକ୍ଷା କରିଥିଲେ।

କୂର୍ମ ଅବତାର

ଭଗବାନ ବିଷ୍ଣୁ ଦ୍ବିତୀୟ ଅବତାର କୂର୍ମ ବା କଚ୍ଛପ ରୂପ ନେଇଥିଲେ। ଏହି ଅବତାରରେ ଭଗବାନ ମନ୍ଦରାଚଳ ପର୍ବତକୁ ନିଜ ପିଠିର ସାହାରା ଦେଲେ ଯାହା ଦ୍ବାରା ସାଗର ମନ୍ଥନର କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇ ପାରିଲା। ଏହି କାରଣରୁ ଗ୍ରୁହ ନିର୍ମାଣ ସମୟରେ ଭୂମି ପୂଜା ଅବସରରେ ଭୂମିରେ କଚ୍ଛପକୁ ରଖା ଯାଇଥାଏ।

nrushinghaବରାହ ଅବତାର

ଭଗବାନ ବିଷ୍ଣୁଙ୍କର ତୃତୀୟ ଅବତାର ବରାହ ରୂପ ବୋଲି କୁହାଯାଏ। ଏହି ଅବତାରରେ ଭଗବାନ ହିରଣାକ୍ଷକୁ ବଧ କରି ପୃଥିବୀକୁ ରାସାତଳରୁ ନେଇ ଆସିଥିଲେ। ଏହି ଅବତାରରେ ଭଗବାନଙ୍କ କୃପାରୁ ମଙ୍ଗଳ ଗ୍ରହର ଜନ୍ମ ହେଲା।

ନୃସିଂହ ଅବତାର

ଭଗବାନ ବିଷ୍ଣୁଙ୍କର ଚତୁର୍ଥ ଅବତାର ନୃସିଂହ ରୂପ ବୋଲି ଧରାଯାଏ। ଏହି ଅବତାରରେ ଭଗବାନ ହିରଣ୍ୟକ୍ଷର ଭାଇ ହିରଣ୍ୟ କଷ୍ୟପୁକୁ ବଧ କରି ନିଜର ଭକ୍ତ ପ୍ରହଲ୍ଲାଦର ପ୍ରାଣ ରକ୍ଷା କରିଥିଲେ।

bishnuବାମନ ଅବତାର

ଭଗବାନ ବିଷ୍ଣୁଙ୍କର ପଞ୍ଚମ ଅବତାର ବାମନ ରୂପ। ଏହି ଅବତାରରେ ପ୍ରଥମଥର ପାଇଁ ଭଗବାନ ନିଜର ବିଶାଳ ରୂପକୁ ଦେଖାଇଥିଲେ। ଏହି ଅବତାର ଭଗବାନ ବିଷ୍ଣୁଙ୍କୁ ବଳିର ବଢ଼ୁଥିବା ପ୍ରଭାବକୁ କମ୍ କରିବା ପାଇଁ ନେଇଥିଲେ। ବଳି ସ୍ବର୍ଗରୁ ଅଧିକାର କରି ଇନ୍ଦ୍ର ଏବଂ ଅନ୍ୟ ଦେବତାଙ୍କର ସମସ୍ତ ଅଧିକାର ଛଡାଇ ନେଇଥିଲେ। ତାଙ୍କୁ ବାମନ ରୂପ ନେଇ ପାତାଳକୁ ଚାପି ଦେଇଥିଲେ ।

ପର୍ଶୁରାମ ଅବତାର

ଭଗବାନ ବିଷ୍ଣୁଙ୍କ ଷଷ୍ଠତମ ଅବତାର ହେଉଛି ପର୍ଶୁରାମ ଅବତାର। ଏହି ଅବତାରରେ ସେ ଏକ ତପସ୍ବୀ ଏବଂ ଯୋଦ୍ଧାର ରୂପ ଧାରଣ କଲେ, ବଢି ଚାଲିଥିବା କ୍ଷତ୍ରୀୟଙ୍କ ଅତ୍ୟାଚାରରୁ ପୃଥିବୀଙ୍କୁ ମୁକ୍ତ କରିଥିଲେ । ଭଗବାନ ବିଷ୍ଣୁଙ୍କର ଏହି ଅବତାରକୁ ଅମର ବୋଲି ଧରାଯାଏ। ପୃଥିବୀରେ ଥିବା ସପ୍ତ ଚିରଞ୍ଜୀବୀ ବା ଜୀବିତ ଥିବା ବ୍ୟକ୍ତିଙ୍କ ମଧ୍ୟରେ ପର୍ଶୁରାମ ମଧ୍ୟ ରହିଛନ୍ତି ।

kurma avatarଭଗବାନ ରାମ ଅବତାର

ଭଗବାନ ବିଷ୍ଣୁଙ୍କ ସପ୍ତମ ଅବତାର ହେଉଛନ୍ତି ରାମ ରୂପ । ଏହି ରୂପରେ ଭଗବାନ ରାବଣର ବଧ କରିଥିଲେ ଏବଂ

ପ୍ରୁଥିବୀ ଉପରେ ଧର୍ମର ସ୍ଥାପନା କରିଥିଲେ। ଏହି ଅବତାରରେ ଭଗବାନ ମନୁଷ୍ୟଙ୍କୁ ଆଦର୍ଶ ରୂପରେ ଜୀବନ ଜିଇବାର ପ୍ରେରଣା ଦେଲେ।

କୃଷ୍ଣ ଅବତାର

ଭଗବାନ ବିଷ୍ଣୁଙ୍କୁ ଶ୍ରୀକୃଷ୍ଣଙ୍କ ରୂପ ମଧ୍ୟ କୁହାଯାଏ। ଏହି ଅବତାରରେ ଭଗବାନ ଅର୍ଜୁନଙ୍କୁ ଗୀତାର ଜ୍ଞାନ ଦେଇଥିଲେ।

ଭଗବାନ ବୁଦ୍ଧଙ୍କ ଅବତାର

ଭଗବାନ ବିଷ୍ଣୁଙ୍କର ନବମ ଅବତାର ମହାତ୍ମା ବୁଦ୍ଧଙ୍କ ଅବତାର। ଏହି ଅବତାରରେ ଭଗବାନ ବୌଦ୍ଧ ଧର୍ମର ସ୍ଥାପନା କରି ଅହିଂସା ଓ ଜୀବଙ୍କ ପ୍ରତି ଦୟା ଦୟାର ପ୍ରଚାର କରିଥିଲେ ।

କଳକି ଅବତାର

ଭଗବାନ ବିଷ୍ଣୁଙ୍କ ଦଶମ ଅବତାର କଳକି ରୂପ। ଏହି ଅବତାରରେ କଳିଯୁଗର ପ୍ରଭାବକୁ ଦୂର କରି ଧର୍ମର ପାଳନ କର୍ତ୍ତାଙ୍କୁ ରକ୍ଷା କରିବେ ବୋଲି ଭବିଷ୍ୟବାଣୀ ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.