ଭୁବନେଶ୍ୱର ସମେତ ରାଜ୍ୟର କିଛି ଜିଲ୍ଲାରେ କାଳବୈଶାଖୀର ତାଣ୍ଡବ, ବିଦ୍ୟୁତ୍‌ ସେବା ବ୍ୟାହତ

ଭୁବନେଶ୍ୱର (କେ ନ୍ୟୁଜ୍‌) : ରାଜଧାନୀ ଭୁବନେଶ୍ୱର ସମେତ ରାଜ୍ୟର କିଛି ଜିଲ୍ଲାରେ କାଳବୈଶାଖୀ ତାଣ୍ଡବ ରଚିଛି । ଜୋରରେ ପବନ ବହିବା ସହ ବର୍ଷା ହୋଇଛି । ତେଣୁ ଭୁବନେଶ୍ୱର ଓ ଅନ୍ୟ କେତେକ ସ୍ଥାନରେ ଗଛ ଉପୁଡ଼ିଥିବା ବେଳେ ବିଦ୍ୟୁତ୍‌ ସରବରାହ ବନ୍ଦ ରହିଛି । ବାଲେଶ୍ୱର, କଟକ, ଖୋର୍ଦ୍ଧାରେ କାଳବୈଶାଖୀର ତାଣ୍ଡବ ଦେଖିବାକୁ ମିଳିଛି ।

ଆସନ୍ତାକାଲି ମଧ୍ୟ କେତେ ଜିଲ୍ଲାରେ କାଳବୈଶାଖୀର ସମ୍ଭାବନା ରହିଛି । ଏହିସବୁ ଜିଲ୍ଲାଗୁଡ଼ିକ ହେଉଛି ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଞ୍ଜାମ, ଗଜପତି, କନ୍ଧମାଳ ଓ ମୟୁରଭଞ୍ଜ । ଏହା ବ୍ୟତୀତ ବାଲେଶ୍ୱର, କେନ୍ଦୁଝର, ସୁନ୍ଦରଗଡ଼, ଭଦ୍ରକ ଆଦି ଜିଲ୍ଲାରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହୋଇ ପାରେ ବୋଲି ପାଣିପାଗ ବିଭାଗ ତରଫରୁ ସୂଚନା ଦିଆଯାଇଛି ।

Leave A Reply

Your email address will not be published.