Below header

ଗ୍ୟାଙ୍ଗଷ୍ଟାର ଟିଟୋକୁ ନେଇ ପୁଣି ତଦନ୍ତ ଆରମ୍ଭ, ବିଜେପି କାର୍ଯ୍ୟକାରିଣୀ ସଦସ୍ୟ ଭୁବନ ମୋହନ ଜେନାଙ୍କୁ ଜେରା କଲା STF

ଭୁବନେଶ୍ବର : ପୁଣି ଗ୍ୟାଙ୍ଗଷ୍ଟାର ଟିଟୋକୁ ନେଇ ତଦନ୍ତ ଆରମ୍ଭ କରିଛି କ୍ରାଇମବ୍ରାଞ୍ଚ ଏସଟିଏଫ୍‌ । ଆଜି ବିଜେପି କାର୍ଯ୍ୟକାରିଣୀ ସଦସ୍ୟ ଭୁବନ ମୋହନ ଜେନାଙ୍କୁ ଜେରା କରିଛି ଏସଟିଏଫ୍‌ । ଅଭିଯୋଗ ହେଉଛି, ଟିଟୋ ହାତେଇଥିବା ବେଆଇନ୍‌ ପେଟ୍ରୋଲ ପମ୍ପ ସହ ଭୁବନଙ୍କ ସମ୍ପୃକ୍ତି ରହିଛି । ଏହି ପେଟ୍ରୋଲ ପମ୍ପର ବୁଝାସୁଝା କରନ୍ତି ଭୁବନ । ୨୦୧୮ ଜୁନ୍‌ ୩୦ରେ ଯାଜପୁରରେ ଟିଟୋକୁ ଏନକାଉଣ୍ଟର କରିଥିଲା କ୍ରାଇମବ୍ରାଞ୍ଚ ଏସଟିଏଫ୍‌ । ଜୁଲାଇ ୧୮ରେ ଟିଟୋ ବେଆଇନ ଭାବେ ୨ଟି ପେଟ୍ରୋଲ ପମ୍ପ ହାତେଇଥିବା ପ୍ରମାଣ ପାଇଲା STF । ତଦନ୍ତରୁ ଜଣାପଡିଲା ସେଥିରୁ ଗୋଟିଏ ପେଟ୍ରୋଲ ପମ୍ପର ଦେଖାଶୁଣା କରୁଥିଲେ କେନ୍ଦ୍ରାପଡ଼ା ଜିଲ୍ଲା ଭାଗେଶ୍ୱରପୁରର ଭୁବନମୋହନ ଜେନା । ଏନେଇ ଗତ ଶନିବାର ତାଙ୍କୁ ନୋଟିସ କରାଯାଇଥିଲା । ଆଜି ଏସଟିଏଫ ଅଧିକାରୀ ୨ ଘଣ୍ଟାରୁ ଅଧିକ ସମୟ ଧରି ଭୁବନଙ୍କୁ ଜେରା କରିଥିଲେ । ତେବେ ଅଭିଯୋଗକୁ ଭୁବନ ଖଣ୍ଡନ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.