ଆଜି ଧଉଳି ଶାନ୍ତିସ୍ତୂପର ୫୦ ବର୍ଷ ପୂର୍ତ୍ତି ପାଳନ: ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ, ଦିନ ଗୋଟାଏ ଯାଏ ସର୍ବସାଧାରଣ ଦର୍ଶନ ବନ୍ଦ

ଭୁବନେଶ୍ୱର(କେନ୍ୟୁଜ୍): ଆଜି ଧଉଳି ଶାନ୍ତିସ୍ତପୁର ସୁବର୍ଣ୍ଣ ଜୟନ୍ତୀ ସମାରୋହ । ୫୦ ବର୍ଷ ପୂର୍ତ୍ତି ପାଳନ କରାଯିବ । ଏଥିପାଇଁ ଦେଶ ବିଦେଶରୁ ଆସିଛନ୍ତି ବୌଦ୍ଧ ଭିକ୍ଷୁକ ଓ ପ୍ରଚାରକ । ସୁବର୍ଣ୍ଣ ଜୟନ୍ତୀ ସମାରୋହକୁ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସୁବର୍ଣ୍ଣ ଜୟନ୍ତୀ ଅବସରରେ ଆଜି ପୂଜାପାଠ, ମନ୍ତ୍ର ଉଚାରଣ ଓ ଶାନ୍ତି ପ୍ରାର୍ଥନା ହେବ । ଆଜି ସକାଳ ୮ଟାରୁ ଦିନ ଗୋଟାଏ ଯାଏ ସର୍ବସାଧାରଣଙ୍କ ପାଇଁ ଶାନ୍ତିସ୍ତୁପ ପରିଦର୍ଶନ ବନ୍ଦ ରହିବ ।

ଏହି ଉତ୍ସବରେ ଦେଶ ବିଦେଶରୁ ବୌଦ୍ଧ ଭିକ୍ଷୁକ ଓ ପ୍ରଚାରକ ଭୁବନେଶ୍ୱର ଆସିଛନ୍ତି । ଜାପାନରୁ ୩୯, ଆମେରିକାରୁ ୧୦ ଜଣ ବୌଦ୍ଧ ସନ୍ୟାସୀ ଯୋଗ ଦେଇଛନ୍ତି । ଗତକାଲି ଏକ ଶାନ୍ତି ଶୋଭଯାତ୍ରା ଅନୁଷ୍ଠିତ ହୋଇଥିଲା । ଦେଶର ବିଭିନ୍ନ ପ୍ରାନ୍ତରୁ ଆସିଥିବା ବୌଦ୍ଧ ଧର୍ମଗୁରୁ ଓ ପ୍ରଚାରକ ଯୋଗଦେଇ ଶାନ୍ତି ବାର୍ତ୍ତା ବାଣ୍ଟିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.