ଆଜି ପଶ୍ଚିମ ଓଡ଼ିଶାର କୃଷିଭିତ୍ତିକ ଗଣପର୍ବ ନୂଆଁଖାଇ, ସମଲେଶ୍ୱରୀଙ୍କଠାରେ ଲାଗି ହେବ ନବାନ୍ନ

ସମ୍ବଲପୁର(କେନ୍ୟୁଜ୍‌): ଆଜି ପଶ୍ଚିମ ଓଡ଼ିଶାର କୃଷିଭିତ୍ତିକ ଗଣପର୍ବ ନୂଆଁଖାଇ । ଏଥିପାଇଁ ପୁରପଲ୍ଲୀରେ ଉତ୍ସବ ମୁଖରିତ । ପଶ୍ଚିମ ଓଡ଼ିଶାର ଅଧିଷ୍ଠାତ୍ରୀ ଦେବୀ ମାଆ ସମଲେଶ୍ୱରୀଙ୍କଠାରେ ଆଜି ଦିନ ୧୦ଟା ୫୬ରୁ ୧୧ଟା ୧୦ ମଧ୍ୟରେ ନବାନ୍ନ ଲାଗି ହେବ । ଏଥିପାଇଁ ସମସ୍ତ ପ୍ରସ୍ତୁତି କରାଯାଇଛି । ମାଆଙ୍କ ପାଇଁ ନବାନ୍ନ ମୁଖ୍ୟ ପୂଜକଙ୍କ ସମେତ ଆଉ ଦୁଇ ପୂଜକଙ୍କ ଘରେ ପ୍ରସ୍ତୁତି ହେଉଛି ।

ମାଆଙ୍କ ପାଖରେ ନବାନ୍ନ ଲାଗି ପରେ ଘରେ ସମସ୍ତେ ମିଳିମିଶି ନୂଆ ଖାଇବେ । ଏଥିପାଇଁ ଘରେ ଘରେ ପିଠାପଣାର ମହକ । ତିଆରି ଚାଲିଛି ସ୍ୱାଦିଷ୍ଟ ବ୍ୟଞ୍ଜନ । ନବାନ୍ନ ଭକ୍ଷଣ ପରେ ନୂଆ ଲୁଗା ପିନ୍ଧି ପରିବାରର ବୟୋଜ୍ୟେଷ୍ଠଙ୍କୁ ସାନମାନେ ଜୁହାର କରି ଆର୍ଶୀବାଦ ନେଇ ପାଳିବେ ନୂଆଁଖାଇ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.