ଆଜି କାକିନାଡା ଦେଇ ଅତିକ୍ରମ କରିବ ଡିପ୍‌ ଡିପ୍ରେସନ୍‌: ରାଜ୍ଯର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ଆରମ୍ଭ, ୮ ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ

ଭୁବନେଶ୍ବର: ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ଡିପ୍‌ ଡିପ୍ରେସନ୍‌ । ଗତ ୬ ଘଣ୍ଟା ହେବ ଘଣ୍ଟା ପ୍ରତି ୨୨ କିଲୋମିଟର ବେଗରେ ପଶ୍ଚିମ ଉତ୍ତର ପୂର୍ବ ଦିଗରେ ଗତି କରୁଛି । ଦକ୍ଷିଣ ବିଶାଖାପାଟଣାମ୍‌ ଠାରୁ ୧୩୦ କିଲୋମିଟର ଏବଂ ନର୍ସାପୁର ଠାରୁ ୧୮୦ କିଲୋମିଟର ଦୂରରେ ରହିଛି ଡିପ୍‌ ଡିପ୍ରେସନ୍‌ । କ୍ରମଶଃ ପଶ୍ଚିମ-ଉତ୍ତରପୂର୍ବ ଦିଗକୁ ଗତି କରି ନରସପୁର ଓ ବିଶାଖାପାଟଣାମ୍‌ ମଧ୍ୟ ଦେଇ ଆନ୍ଧ୍ର ଉପକୂଳ ଅତିକ୍ରମ କରିବ ।

ଆଜି ସକାଳେ ଡିପ୍‌ ଡିପ୍ରେସନ୍‌ କାକିନାଡା ଦେଇ ଅତିକ୍ରମ କରିବା ନେଇ IMD ଆକଳନ କରିଛି । ଏହାର ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ୧୩ ଓ ୧୪ ତାରିଖ ପାଇଁ ମାଲକାନଗିରି, ରାୟଗଡ଼ା, କୋରାପୁଟ, ନବରଙ୍ଗପୁର, ଗଜପତି, ଗଞ୍ଜାମ, ପୁରୀ ଓ ଜଗତସିଂହପୁରକୁ ୟେଲୋ ଓ୍ଵାର୍ଣ୍ଣିଂ ଜାରି ହୋଇଛି । ଆନ୍ଧ୍ର ଉପକୂଳ ଅତିକ୍ରମ କଲା ବେଳେ ପବନର ବେଗ ଘଣ୍ଟାପ୍ରତି ୫୫ରୁ ୬୫ କିଲୋମିଟର ରହିବ । ୭୦ କିଲୋମିଟରକୁ ମଧ୍ୟ ବୃଦ୍ଧି ପାଇବା ଆଶଂକା ରହିଛି । ଏହି ସମୟରେ ସମୁଦ୍ର ଅଶାନ୍ତ ରହିବ । ତେଣୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ଯିବାକୁ ବାରଣ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.