ଆଜି ଇଦ୍‌-ଉଲ୍‌-ଫିତର: କୋଭିଡ କଟକଣା ପାଇଁ ବନ୍ଦ ରହିଛି ସାମୂହିକ ନମାଜ ପାଠ

ଭୁବନେଶ୍ବର: ଆଜି ଇଦ୍‌-ଉଲ୍‌-ଫିତର । ଇସଲାମ ଧର୍ମର ପବିତ୍ର ରମଜାନ ମାସ ଗତକାଲି ଶେଷ ହୋଇଛି। ଆଜି ସମଗ୍ର ଦେଶରେ ମୁସଲମାନ ଧର୍ମାବଲମ୍ବୀ ପାଳୁଛନ୍ତି ଇଦ୍‌ । କୋଭିଡ କଟକଣା ପାଇଁ ଫିକା ପଡିଛି ଇଦ୍‌। ସାମୂହିକ ନମାଜ ବନ୍ଦ ରହିଛି ।

ମସଜିଦ୍‌ମାନଙ୍କରେ ୫ଜଣଙ୍କୁ ନେଇ ନମାଜ ପାଠ କରିବାକୁ ଅନୁମତି ମିଳିଛି। ତେଣୁ ଏଥର ସମସ୍ତେ ଘରେ ରହି ନମାଜ ପାଠ କରୁଛନ୍ତି । ଫୋନ ଓ ସୋସିଆଲ ମିଡିଆ ମାଧ୍ୟମରେ ଇଦ୍‌ ମୁବାରକ ଜଣାଉଛନ୍ତି ।

ଗତବର୍ଷ ମଧ୍ୟ କୋଭିଡ କଟକଣା ପାଇଁ ସାମୂହିକ ନମାଜ ପାଠ ବନ୍ଦ ରହିଥିଲା। ସେପଟେ ବାରବାଟୀ-କଟକ ବିଧାୟକ ମହମ୍ମଦ ମୋକିମ୍‌ ନିଜ ଘରେ ନମାଜ ପାଠ କରିଛନ୍ତି । ସମସ୍ତଙ୍କୁ ଇଦ୍‌ ମୁବାରକ ଜଣାଇବା ସହ ଘଷର ନାମଜ ପାଠ କରିବାକୁ କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.