ବ୍ରଜରାଜନଗର ଉପନିର୍ବାଚନ ପାଇଁ ଆଜିି ନାମାଙ୍କନ ଦାଖଲର ଶେଷ ଦିନ

ବ୍ରଜରାଜନଗର(କେନ୍ୟୁଜ): ବ୍ରଜରାଜନଗର ଉପନିର୍ବାଚନ ପାଇଁ ଆଜିି ନାମାଙ୍କନ ଦାଖଲର ଶେଷ ଦିନ। ବିଜେଡି, ବିଜେପି ଓ କଂଗ୍ରେସ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିବେ। ବିଜେଡିରୁ ଅଳକା ମହାନ୍ତି,ବିଜେପିର ରାଧାରାଣୀ ପଣ୍ଡା ଓ କଂଗ୍ରେସରୁ କିଶୋର ପଟେଲ ଦାଖଲ କରିବେ ପ୍ରାର୍ଥିପତ୍ର । ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ବ୍ରଜରାଜନଗର ଉପନିର୍ବାଚନ ଉଭୟ ବିଜେଡି ଓ ବିଜେପି ପାଇଁ ଟେଷ୍ଟିଂ ଟାଇମ ।

ଉପନିର୍ବାଚନରେ ବଡ଼ ବ୍ୟବଧାନ ବିଜୟ ଲକ୍ଷ୍ୟରେ ରହିଛି ବିଜେଡି। ସେଥିପାଇଁ ଦଳ ଆରମ୍ଭ କରି ଦେଇଛି ପ୍ରସ୍ତୁତି। ପ୍ରଚାର ଠାରୁ ଆରମ୍ଭ କରି ରାଜ୍ୟ ସରକାରଙ୍କ ବିକାଶ ମୂଳକ କାର୍ଯ୍ୟକ୍ରମ ଓ ଯୋଜନାକୁ ନେଇ ଲୋକଙ୍କ ପାଖକୁ ଯିବାକୁ ଦଳ ନିଷ୍ପତ୍ତି ନେଇଛି। ବ୍ରଜରାଜନଗର ନିର୍ବାଚନମଣ୍ଡଳୀରେ ମୋଟ୍‌ ୩୮ଟି ପଞ୍ଚାୟତ ରହିଛି । ଉପ ନିର୍ବାଚନରେ ବିଜେଡିର ଯୁବ ଓ ଛାତ୍ର ନେତୃତ୍ୱଙ୍କୁ ପଞ୍ଚାୟତୱାରୀ ଦାୟିତ୍ୱ ଦିଆଯାଇଛି।

ମନ୍ତ୍ରୀ ନବ କିଶୋର ଦାସ, ସୁଶାନ୍ତ ସିଂ, ଜିଲ୍ଲା ପର୍ଯ୍ୟବେକ୍ଷକ ସୁବାସ ସିଂ ଓ ସଙ୍ଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ଉପରେ ଗୁରୁ ଦାୟିତ୍ୱ ରହିଛି। ଏପଟେ କଂଗ୍ରେସ ମଧ୍ୟ ହେଭିୱେଟ୍‌ ନେତା କିଶୋର ପଟେଲଙ୍କୁ ମଇଦାନକୁ ଓହ୍ଲାଇଛି। କଂଗ୍ରେସ ଉଭୟ କେନ୍ଦ୍ର ଓ ରାଜ୍ୟ ବିରୋଧରେ ବିଭିନ୍ନ ପ୍ରସଙ୍ଗ ନେଇ ଲୋକଙ୍କ ପାଖକୁ ଯିବ । ସେହିପରି କେନ୍ଦ୍ର ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାକୁ ନେଇ ଲୋକଙ୍କ ପାଖକୁ ଯିବା ବିଜେପି । ମେ ୩୧ ତାରିଖରେ ବ୍ରଜରାଜନଗର ଉପନିର୍ବାଚନ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.