ଆଜି ତୃତୀୟ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ: ୧୮ହଜାର ୪୯୫ ବୁଥରେ ମତଦାନ କରିବେ ୫୬ ଲକ୍ଷ ୫୩ ହଜାର ଭୋଟର

କେନ୍ୟୁଜ୍(ବ୍ୟୁରୋ): ଆଜି ତୃତୀୟ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ । ୨୯ ଜିଲ୍ଲାର ୬୩ ବ୍ଲକରେ ୧୭୧ ଜିଲ୍ଲା ପରିଷଦ ଓ ୧୩୮୨ ପଞ୍ଚାୟତରେ ମତଦାନ । ୧୮ହଜାର ୪୯୫ ବୁଥରେ ମତଦାନ କରିବେ ୫୬ ଲକ୍ଷ ୫୩ ହଜାର ଭୋଟର । ନିୟୋଜିତ ହୋଇଛନ୍ତି ୨୪୦ ପ୍ଲାଟୁନ ପୋଲିସ ଫୋର୍ସ । ଏଥିରୁ ୨ ହଜାର ୭୭୩ ସମ୍ବେଦନଶୀଳ ବୁଥ ଚିହ୍ନଟ ହୋଇଛି । ତୃତୀୟ ପର୍ଯ୍ୟାୟରେ ଫୋକସରେ ରହିବ ବିଜେପୁର, ଫୁଲବାଣୀ, ରାଜନଗର, ନୟାଗଡ଼, ସତ୍ୟବାଦୀ, ପୁରୀ ସଦର, ଚିଲିକା ଭଳି କିଛି ପ୍ରମୁଖ ବିଧାନସଭା ନିର୍ବାଚନ ମଣ୍ଡଳୀ । ଫଳାଫଳ ସ୍ପଷ୍ଟ କରିବ ଏସବୁ ଆସନରେ ନେତାଙ୍କ ଓ ହେଭିେଓ୍ଵଟ୍‌ ନେତାଙ୍କ ପତିଆରା ।

କଟକ ଜିଲ୍ଲାର ସାଲେପୁର, କଣ୍ଟାପଡା ଓ ତିଗିରିଆ ବ୍ଲକରେ ମତଦାନ ଚାଲିଛି । ୮ଟି ଜିଲ୍ଲା ପରିଷଦ ଜୋନର ୬୩ଟି ପଞ୍ଚାୟତର ୯୯୮ଟି ଓ୍ଵାର୍ଡର ୨ ଲକ୍ଷ ୯୯ ହଜାର ୫୧୭ ଜଣ ଭୋଟର ୨୧ ଶହ ୩୬ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି ଭୋଟର । ସାଲେପୁର ବ୍ଲକର ୪ଟି ଜିଲ୍ଲା ପରିଷଦ ଜୋନରେ ୩୫ଟି ପଞ୍ଚାୟତର ୫୬୪ଟି ବୁଥ ହୋଇଛି । କଣ୍ଟାପଡାରେ ଦୁଇ ଜିଲ୍ଲା ପରିଷଦ ଓ ୧୪ଟି ପଞ୍ଚାୟତରେ ଭୋଟିଂ ହେଉଛି । ତିଗିରିଆ ବ୍ଲକର ୨ଟି ଜିଲ୍ଲା ପରିଷଦ ଓ ୧୪ଟି ପଞ୍ଚାୟତରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଭୋଟଗ୍ରହଣ ଚାଲିଛି ।

ସେହିପରି ଗଞ୍ଜାମ ଜିଲ୍ଲା ଛତ୍ରପୁର, ଗଞ୍ଜାମ,ଧରାକୋଟ, ପାତ୍ରପୁର,ବେଲଗୁଣ୍ଠା ବ୍ଲକ ଅଧିନରେ ଥିବା ୧୪ଟି ଜିଲ୍ଲା ପରିଷଦ ଆସନ ଓ ପଞ୍ଚାୟତ ପାଇଁ ୧୩ଶହ ୮୨ଟି ବୁଥ କରାଯାଇଛି । ଏଥର ମୋଟ ୪ ଲକ୍ଷ ୯୦ ହଜାର ୯୪୪ ଭୋଟର ମତଦାନ କରୁଛନ୍ତି । ମତଦାନକୁ ଶାନ୍ତି ଶୃଙ୍ଖଳାରେ କରାଇନେବା ପାଇଁ ପୋଲିସ ପ୍ରଶାସନ ସଜାଗ ରହିଛି

କେନ୍ଦ୍ରାପଡ଼ା ଜିଲ୍ଲାର ପଟ୍ଟାମୁଣ୍ଡାଇ ଓ ରାଜନଗର ବ୍ଲକରେ ଚାଲିଛି ଭୋଟିଂ। ୨ଟି ବ୍ଲକର ୬୦ ଟି ପଞ୍ଚାୟତ ଏବଂ ୭ଟି ଜିଲ୍ଲା ପରିଷଦ ଜୋନ୍‌ରେ ଚାଲିଛି ମତଦାନ। ୨ହଜାର ୪ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି ୨ଲକ୍ଷ ୭୩ହଜାର ୨୩୩ ଭୋଟର। ୨ଟି ବ୍ଲକରେ ୭୮୫ଟି ବୁଥ୍‌ କରାଯାଇଥିବାବେଳେ ୩୬୬ଟି ସମ୍ବେଦନଶୀଳ ଚିହ୍ନଟ କରାଯାଇଛି। ନିର୍ବାଚନ ପରିଚାଳନା ପାଇଁ ୨୫ଶହରୁ ଉର୍ଦ୍ଧ୍ୱ କର୍ମଚାରୀ ନିୟୋଜିତ ଅଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.