ଆଜି ନବ ଦିନାତ୍ମକ ଯାତ୍ରାର ଅନ୍ତିମ ପର୍ବ ନୀଳାଦ୍ରି ବିଜେ, ରସଗୋଲା ଦେଇ ମାଆ ଲକ୍ଷ୍ମୀଙ୍କ ମାନଭଞ୍ଜନ କରିବେ ମହାପ୍ରଭୁ

ପୁରୀ(କେନ୍ୟୁଜ୍) : ୧୨ ଦିନର ଲୀଳାଖେଳ ଶେଷ ପରେ ଆଜି ନିଳକନ୍ଦରକୁ ବିଜେ କରିବେ ଚତୁର୍ଦ୍ଧାମୂର୍ତ୍ତି। ଚତୁର୍ଦ୍ଧାମୁରତୀଙ୍କ ନବ ଦିନାତ୍ମକ ଯାତ୍ରାର ଅନ୍ତିମ ପର୍ବ ନୀଳାଦ୍ରି ବିଜେ ନୀତି ଅନୁଷ୍ଠିତ ହେବ । ରସଗୋଲା ଦେଇ ମାଆ ଲକ୍ଷ୍ମୀଙ୍କ ମାନଭଞ୍ଜନ କରିବେ ମହାପ୍ରଭୁ।

niladribijeରଥରୁଢ ଶ୍ରୀବିଗ୍ରହଙ୍କ ରଥ ଉପରେ ସକାଳ ସମସ୍ତ ନୀତିକାନ୍ତି ପରେ ସଂଧ୍ୟା ଆଳତୀ, ସଂଧ୍ୟା ଧୂପ, ଚାରମାଳ ବନ୍ଧା, ସିଂହାସନ ମାଜଣା, ପୁଷ୍ପାଞ୍ଜଳି ପରେ ଗୋଟି ପହଣ୍ଡି ଆରମ୍ଭ ହେବ । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ହୋଇଥିବା ନୀତି ନିର୍ଘଣ୍ଟ ଅନୁଯାୟୀ ଅପରାହ୍ନ ୪ଟାରୁ ପହଣ୍ଡି ଆରମ୍ଭ ହେବ । ଭାଇଭଉଣୀକୁ ଧରି ନୀଳ କନ୍ଦରକୁ ଫେରିବେ ମହାପ୍ରଭୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.