ରାଜ୍ୟର ବିଭିନ୍ନ ସ୍ଥାନରେ ଲଘୁଚାପ ବର୍ଷା, ୧୧ ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ ଜାରି

ଭୁବନେଶ୍ୱର (କେନ୍ୟୁଜ୍‌): ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଲଗାଣ ବର୍ଷା ଜାରି ରହିଛି। ଟ୍ଵିନ୍‌ସିଟି ସମେତ ସାରା ଓଡ଼ିଶା ଭିଜୁଛି। ଭୁବନେଶ୍ୱରରେ ମୂଷଳଧାରାରେ ବର୍ଷା ହେଉଛି। ଫଳରେ କିଛି ସ୍ଥାନରେ ରାସ୍ତାରେ ପାଣି ଜମି ରହିଛି।

ଅନ୍ୟପଟେ ପ୍ରବଳ ବର୍ଷା ନେଇ ଆଜି ପାଇଁ ୧୧ ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ୪ ଜିଲ୍ଲା ବୌଦ୍ଧ, ନୟାଗଡ଼, କନ୍ଧମାଳ ଓ ଗଞ୍ଜାମକୁ ଅରେଞ୍ଜ ଓ୍ଵାର୍ଣ୍ଣିଂ ଜାରି କରାଯାଇଛି। ଉତ୍ତର ଓଡ଼ିଶା ପାର୍ଶ୍ୱବର୍ତ୍ତୀ ଦକ୍ଷିଣ ଝାଡ଼ଖଣ୍ଡ ଓ ଗାଙ୍ଗେୟ ପଶ୍ଚିମବଙ୍ଗ ଉପତ୍ୟକା ଅଞ୍ଚଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଲଘୁଚାପ ପ୍ରଭାବରେ ରାଜ୍ୟରେ ଗୁରୁବାର ଯାଏ ବର୍ଷା ହେବ। ଜୁନ୍‌ ମାସ ଶେଷ ସୁଦ୍ଧା ରାଜ୍ୟରେ ୪୦ ପ୍ରତିଶତ ନିଅଣ୍ଟିଆ ବର୍ଷା ହୋଇଥିଲା। ଜୁଲାଇ ମାସରେ ୪ ଦିନର ବର୍ଷା ପରେ ନିଅଣ୍ଟିଆ ୧୧ ପ୍ରତିଶତ ଭରଣା ହୋଇଛି। ଜୁନ୍‌ ୧ରୁ ଆଜି ସୁଦ୍ଧା ରାଜ୍ୟରେ ୧୮୧.୪ ମିଲିମିଟର ବର୍ଷା ହୋଇଛି, ଯାହା ସ୍ୱାଭାବିକଠାରୁ ୨୯ ପ୍ରତିଶତ କମ୍‌ ବୋଲି ସୂଚନା ଦେଇଛି ପାଣିପାଗ ବିଭାଗ।

Also Read: ବଢ଼ିଲା ପେଟ୍ରୋଲ ଓ ଡିଜେଲ ଦର, ଜାଣନ୍ତୁ ଭୁବନେଶ୍ୱରରେ କେତେ ଅଛି ଦାମ୍

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.