ଆଜି ପବିତ୍ର ପଞ୍ଚୁକର ଦ୍ୱିତୀୟ ଦିନ, ବାଙ୍କଚୁଡା ବେଶରେ ବିଭୂଷିତ ହୋଇଛନ୍ତି ମହାପ୍ରଭୁ

ପୁରୀ: ଆଜି ପବିତ୍ର କାର୍ତ୍ତିକ ଶୁକ୍ଳ ଦ୍ୱାଦଶୀ । ପଞ୍ଚୁକର ଦ୍ୱିତୀୟ ଦିନ । ଆଜି ମହାପ୍ରଭୁ ବିଭୂଷିତ ହୋଇଛନ୍ତି ବାଙ୍କଚୁଡା ବେଶରେ । ଏହି ବେଶରେ ଠାକୁର ବିବିଧ ସ୍ୱର୍ଣ୍ଣ ଅଳଙ୍କାରରେ ବିଭୂଷିତ ହେବା ସହ ଚୁଡା ମଧ୍ୟ ଧାରଣ କରିଥାନ୍ତି । ମସ୍ତକରେ ଏହି ଚୁଡା ବା ଚୁଳ ଦକ୍ଷିଣ ଦିଗକୁ ଢଳି ରହିଥାଏ । ତେଣୁ ମହାପ୍ରଭୂଙ୍କ ଏହି ବେଶକୁ ବାଙ୍କ ଚୁଡ ବେଶ କୁହାଯାଏ ।

ପରମ୍ପରା ଅନୁଯାୟୀ ଅବକାଶ ନୀତି ପରେ ଖୁଣ୍ଟିଆ, ମେକାପ ଓ ପୁଷ୍ପାଳକ ସେବାୟତମାନେ ଶ୍ରୀଜିଉଙ୍କୁ ଏହି ବେଶରେ ସଜ୍ଜିତ କରିଥାନ୍ତି । କିମ୍ବଦନ୍ତୀ ଅନୁଯାୟୀ ଭକ୍ତ ଅକୃର ଶ୍ରୀକୃଷ୍ଣଙ୍କୁ ମଥୁରା ନେବା ପାଇଁ ଗୋପପୁରକୁ ଆସି ଏହି ବେଶରେ ଦର୍ଶନ କରିଥିଲେ । ଗତକାଲି ପ୍ରଥମ ଦିନରେ ମହାପ୍ରଭୂଙ୍କ ଲକ୍ଷ୍ମୀ ନାରାୟଣ ବେଶ ଅନୁଷ୍ଠିତ ହୋଇଥିଲା ।

ବାହାର ଭକ୍ତଙ୍କୁ ପୁରୀ ନଆସିବାକୁ ଅନୁରୋଧ କରାଯାଇଛି । କରୋନା ମହାମାରୀ ଯୋଗୁ ଭକ୍ତଙ୍କ ଶ୍ରୀମନ୍ଦିର ଭିତରକୁ ପ୍ରବେଶ ନଥିବାରୁ ପତିତପାବନଙ୍କ ଦର୍ଶନ କରି ଭକ୍ତ ଫେରୁଛନ୍ତି । ଆସନ୍ତାକାଲି ମହାପ୍ରଭୂ ଦୁର୍ଲଭ ନାଗାର୍ଜୁ ବେଶରେ ବିଭୂଷିତ ହେବେ । ମହାପ୍ରସାଦ ବିକ୍ରି ପାଇଁ ଜଗନ୍ନାଥ ବଲ୍ଲଭ ମଠରେ ବ୍ୟବସ୍ଥା ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.