ଆଜି କାର୍ତ୍ତିକ ମାସର ତୃତୀୟ ସୋମବାର, କୋଭିଡ୍ କଟକଣା ପାଇଁ ବିଭିନ୍ନ ପ୍ରସିଦ୍ଧ ଶୈବପୀଠରେ ୧୪୪ ଧାରା ଜାରି

କେନ୍ଯୁଜ୍: ଆଜି କାର୍ତ୍ତିକ ମାସର ତୃତୀୟ ସୋମବାର । ହେଲେ ଚଳିତବର୍ଷ ମଧ୍ୟ ଧବଳେଶ୍ୱରଙ୍କ ପୀଠରେ ମହାଦେବଙ୍କୁ ଦର୍ଶନ କରିପାରୁନାହାଁନ୍ତି ଭକ୍ତ । ଖାଁ ଖାଁ ହୋଇଛି ପୀଠ । କଟକ ଜିଲ୍ଲାର ପ୍ରସିଦ୍ଧ ଶୈବପୀଠ ବାବା ଧବଳେଶ୍ୱରଙ୍କ ପୀଠରେ ତୃତୀୟ ସୋମବାର ପାଇଁ ୧୪୪ ଧାରା ଜାରି କରିଛି ଆଠଗଡ଼ ପ୍ରଶାସନ । ଏହି ସମୟରେ କେବଳ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା କରାଯାଉଛି।

ସେଥିପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି । ପୂଜକ ସମିତି ପକ୍ଷରୁ ଭୋର୍‌ ୪ଟାରୁ ସୁବାସିତ ୧୦୮ ଜଳରେ ବାବାଙ୍କୁ ସ୍ନାନ ପରେ ମଙ୍ଗଳାଆଳତୀ, ସକାଳ ଧୂପ, ବାଳଭୋଗ ଆଦି ସମସ୍ତ ନୀତିକାନ୍ତି ସମ୍ପନ୍ନ କରାଯାଇଛି । ଭୋର ୪ଟାରୁ ରାତ୍ର ୧୦ ଟା ପର୍ଯ୍ୟନ୍ତ ଏହି ନିୟମ ବଳବତ୍ତର ରହିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.