ଦେଶର ମୋଟ୍‌ ୧୨୮ ଜଣଙ୍କୁ ମିଳିବ ପଦ୍ମ ସମ୍ମାନ: ଓଡିଶାରୁ ଏହିମାନେ ପାଇବେ ପଦ୍ମଶ୍ରୀ

କେନ୍ୟୁଜ୍(ବ୍ୟୁରୋ):  ଘୋଷଣା ହେଲା ପଦ୍ମ ସମ୍ମାନ । ବିଶିଷ୍ଟ ଔପନ୍ୟାସିକା ପ୍ରତିଭା ରାୟଙ୍କୁ ଶିକ୍ଷା ଓ ସାହିତ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ ସେବା ପାଇଁ ମିଳିବ ପଦ୍ମଭୂଷଣ । ସେହିପରି କ୍ରୀଡ଼ା କ୍ଷେତ୍ର ପାଇଁ ପାରା ଅଲମ୍ପିଆନ ପ୍ରମୋଦ ଭଗତ ଓ ସମାଜସେବା ପାଇଁ ବାବା ବଳିଆଙ୍କୁ ମିଳିବ ପଦ୍ମଶ୍ରୀ ସମ୍ମାନ । ବିଜ୍ଞାନ ଓ ବୈଷୟିକ ବିଦ୍ୟା ପାଇଁ ଆଦିତ୍ୟ ପ୍ରସାଦ ଦାସ, କଳା କ୍ଷେତ୍ର ପାଇଁ ସ୍ୱନାମଧନ୍ୟା ଗାୟିକା ଶ୍ୟାମାମଣି ଦେବୀ, ଶିକ୍ଷା ଓ ସାହିତ୍ୟ ପାଇଁ ନରସିଂହ ପ୍ରସାଦ ଗୁରୁଙ୍କୁ ପଦ୍ମଶ୍ରୀ ସମ୍ମାନ ମିଳିବ ବୋଲି ଘୋଷଣା କରାଯାଇଛି ।

ଏଥର ଦେଶର ମୋଟ୍‌ ୧୨୮ ଜଣଙ୍କୁ ପଦ୍ମ ସମ୍ମାନରେ ସମ୍ମାନିତ କରାଯିବ । ସେଭିତରୁ ୪ ଜଣଙ୍କୁ ପଦ୍ମ ବିଭୂଷଣ, ୧୭ ଜଣଙ୍କୁ ପଦ୍ମଭୂଷଣ ଓ ୧୦୭ଜଣଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯିବ । କଳା କ୍ଷେତ୍ର ପାଇଁ ମହାରାଷ୍ଟ୍ରର ପ୍ରଭା ଆତ୍ରେ, ଶିକ୍ଷା ଓ ସାହିତ୍ୟ ପାଇଁ ମରଣୋତ୍ତର ଭାବେ ୟୁପିର ରାଧେଶ୍ୟାମ ଖେମକା, ପ୍ରଶାସନିକ ସେବା ପାଇ ଁମରଣୋତ୍ତର ଭାବେ ଜେନେରାଲ ବିପିନ ରାୱତ ଓ ପବ୍ଲିକ ଆଫାୟାର୍ସ ପାଇଁ ୟୁପିର ପୂର୍ବତନ ମୁଖ୍ୟମନ୍ତ୍ରୀ କଲ୍ୟାଣ ସିଂଙ୍କୁ ମରଣୋତ୍ତର ଭାବେ ପଦ୍ମବିଭୂଷଣ ସମ୍ମାନ ପ୍ରଦାନ କରାଯିବ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.