ଭୁବନେଶ୍ୱରରେ ବିଭିନ୍ନ ସ୍ୱେଛାସେବୀ ସଂଗଠନ ଓ ଏବିଭିପି ପକ୍ଷରୁ ସହିଦ୍‌ ଯବାନ୍‌ଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ, ଚୀନ୍‌ ସାମଗ୍ରୀ ବର୍ଜନ କରିବାକୁ ଆହ୍ଵାନ

ଭୁବନେଶ୍ୱର: ଭୁବନେଶ୍ୱର ୧୨୦ ବାଟାଲିଅନ୍‌ ସମ୍ମୁଖରେ କ୍ୟାଣ୍ଡେଲ ଜାଳି ଗଲଓ୍ଵାନ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ବିଭିନ୍ନ ସ୍ୱେଛାସେବୀ ସଂଗଠନ। ଏଥିସହ ଚୀନ୍‌ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଚୀନ୍‌ ସାମଗ୍ରୀ ବର୍ଜନ କରିବାକୁ ଆହ୍ଵାନ ଦେଇଛନ୍ତି ।

abvpସେହିପରି ଉତ୍କଳ ବିଶ୍ୱବିଦ୍ୟାଳୟ ସମ୍ମୁଖରେ ଏବିଭିପି ପକ୍ଷରୁ ଛାତ୍ରଛାତ୍ରୀମାନେ ସହିଦ୍‌ ଯବାନ୍‌ଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ଚୀନ୍‌ ବିରୋଧୀ ନାରା ଦେଇଥିଲେ । ଚୀନ୍‌ ରାଷ୍ଟ୍ରପତିଙ୍କ କୁଶପୁତ୍ତଳିକା ଦାହ କରିଥିଲେ ଛାତ୍ରଛାତ୍ରୀ।

ସୂଚନା ଥାଉକି, ଗତ ସୋମବାର ରାତିରେ ପୂର୍ବ ଲଦାଖର ଗଲ୍‌ଓ୍ଵାନ୍‌ ଘାଟିରେ ଭାରତୀୟ ସୀମାରେ ପଶି ଚୀନ ସେନା ଆକ୍ରମଣ କରିବାରୁ ଜଣେ କର୍ଣ୍ଣେଲଙ୍କ ସମେତ ୨୦ ଜଣ ଯବାନ ସହିଦ ‌ହୋଇଥିଲେ। ଏହାର ପାଲଟା ଜବାବରେ ଚୀନ ସେନାର ମଧ୍ଯ ୪୩ ଜଣ ସୈନିକ ପ୍ରାଣ ହରାଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.